ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ।
ପେଟ ପାଇଁ ଅମୃତ ପୁଦିନା
ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ ପ୍ରକାର ପେଟ ରୋଗକୁ ଭଲ କରିଥାଏ। ଯେପରିକି କବଜ, ପେଟ ଦରଜ, ଗ୍ୟାସ୍ ଆଦି ସମସ୍ୟାକୁ ଏହା ଦୂର କରିଥାଏ। ତେବେ ଆପଣ ନିଜ ଖାଦ୍ୟରେ ପୁଦିନାର ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ବହୁତ ଫାଇଦା ଦେବ।
ଲୁ’ରୁ ସୁରକ୍ଷା ଦିଏ
ଚିନ୍ତା ଏବଂ ମାନସିକ ଚାପରୁ ଦିଏ ମୁକ୍ତି
ପୁଦିନା ଆପଣଙ୍କୁ ଚିନ୍ତା ଏବଂ ମାନସିକ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ। ପୁଦିନା ସାଧାରଣତଃ ଥଣ୍ଡା ହୋଇଥାଏ। ତେବେ ଆପଣ ଏହାର ପାଣି ବା ଦହି ଇତ୍ୟାଦି ଖାଦ୍ୟ ସହ ଏହାକୁ ଖାଆନ୍ତୁ। ଏହା ଆପଣଙ୍କୁ ଚିନ୍ତା ଏବଂ ଅବସାଦରୁ ରକ୍ଷା କରିବ।
ପାଟି ଦୁର୍ଗନ୍ଧ ଦୂର କରେ
ଆମେ ପ୍ରଥମରୁ କହିଆସିଛୁ ଯେ, ଏହା ହେଉଛି ଏକ ତାଜା ପତ୍ର। ତେଣୁ ଏହାକୁ ଖାଇଲେ ଆପଣ ମଧ୍ୟ ତାଜା ଅନୁଭବ କରିବେ। ତେବେ ଏହା ଆପଣଙ୍କ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧକୁ ଦୂର କରିବା ସହ ପାଟିକୁ ତାଜା କରିଥାଏ। ଏଥିରେ ଜୀବାଣୁନାଶକ ଉତ୍ପାଦ ଥିବାରୁ ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ିଥାଏ। ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଦିଏନାହିଁ।