• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆମେ ଫିଟ୍‌ ଆଉ କମ୍‌ ବୟସର ଦେଖାଯିବାକୁ ସବୁବେଳେ ଚେଷ୍ଟା କରିଥାଉ। ତେଣୁ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ଆମ ଶରୀରରେ ମଧ୍ୟ ସେହିଭଳି ପ୍ରଭାବ ପଡ଼ିଥାଏ। ଏପରି କିଛି ଜିନିଷ ରହିଛି ଯାହାକୁ ଆପଣ ଖାଇଲେ ଆପଣଙ୍କ ବୟସ କମ୍‌ ହୋଇଥିଲେ ମଧ୍ୟ ଆପଣ ବୃଦ୍ଧଙ୍କ ଭଳି ଦେଖାଯିବେ।

ତେବେ ପଢ଼ନ୍ତୁ କଣ ଖାଇଲେ ଆପଣ କମ୍‌ ବୟସରେ ବୃଦ୍ଧଙ୍କ ଭଳି ଦେଖାଯିବେ?

ମିଠା- ଆମେ ସମସ୍ତେ ମିଠା ଖାଇବାକୁ ପସନ୍ଦ କରିଥାଉ। କିନ୍ତୁ ହେଲଥ୍‌ ଏକ୍ସପର୍ଟଙ୍କ କହିବା ଅନୁସାରେ ଯେଉଁ ଲୋକ ଅଧିକା ମିଠା ଖାଇଥାନ୍ତି ସେମାନେ କମ୍‌ ବୟସରେ ବୁଢ଼ାଙ୍କ ଭଳି ଦେଖାଯାଆନ୍ତି। ମିଠାରେ ଥିବା ମେଟାକ୍ୟୁଲେସ୍‌ ଶରୀରରେ ପ୍ରୋଟିନ୍‌ ସହ ମିଶି ତ୍ୱଚାରେ ଥିବା କୋଲାଜେନ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ। କୋଲାଜେନ୍‌ ଏକ ପ୍ରକାର ପ୍ରୋଟିନ୍‌ ଯାହା ତ୍ୱଚାକୁ ସତେଜ ରଖିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଅଧିକା ମିଠା ଖାଇବା ଦ୍ୱାରା କୋଲାଜେନ୍‌ କ୍ଷତିଗ୍ରସ୍ତ ହୋଇଥାଏ। ଯେଉଁ କାରଣରୁ ଲୋକମାନେ ବୁଢ଼ା ଦେଖାଯାଆନ୍ତି।

ଆଲ୍‌କୋହଲ- ଯେ ପର୍ଯ୍ୟନ୍ତ ଆମ ଲିଭର ଠିକ୍‌ଭାବେ କାମ କରିଥାଏ ସେପର୍ଯ୍ୟନ୍ତ ଆମ ତ୍ୱଚା ସୁସ୍ଥ ରହିଥାଏ। ଶରୀରରେ ଖରାପ ପ୍ରଭାବ ପକାଉଥିବା ଟକ୍‌ସିନ୍‌କୁ ତ୍ୱଚା ଝାଳ ଆକାରରେ ବାହାର କରିଦେଇଥାଏ। ଆଲ୍‌କୋହଲ ସେବନ ଲିଭରକୁ ଖରାପ କରିଦିଏ। ଯାହାଦ୍ୱାରା ଚର୍ମ ସମ୍ୱନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ। ଆଲ୍‌କୋହଲ ପିଇବା ଦ୍ୱାରା ନିଦରେ ବି ସମସ୍ୟା ଦେଖା ଦେଇଥାଏ। ନିଦ ନ ହେବା ଦ୍ୱାରା ଚର୍ମ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ରୋଷ୍ଟେଡ୍‌ ମାଂସ- ରୋଷ୍ଟେଡ ମାଂସ ବା ସେକା ହୋଇଥିବା ମାଂସ ଖାଇବା ଦ୍ୱାରା ମଧ୍ୟ କମ୍‌ ବୟସରୁ ବୃଦ୍ଧ ଭଳି ଦେଖାଯିବେ। ରୋଷ୍ଟେଡ୍‌ ମାଂସରେ ଥିବା ଏକ ପ୍ରକାର ଉପାଦାନ ଦ୍ୱାରା ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ।

ହ୍ୱାଇଟ୍‌ ୱାଇନ୍‌- ହ୍ୱାଇଟ୍‌ ୱାଇନ୍‌ ପିଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ। ଦାନ୍ତର ବାହାର ସ୍ତରକୁ ଏନାମେଲ୍‌ କୁହାଯାଏ। ଯାହା ଦାନ୍ତକୁ ଖରାପ ହେବାରୁ ରକ୍ଷା କରିଥାଏ। ତେଣୁ କେବଳ ହ୍ୱାଇଟ୍‌ ୱାଇନ୍‌ ନୁହେ ଅନ୍ୟ ଯେ କୌଣସି ଏସିଡ୍‌ ଥିବା ପାନୀୟ ପିଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ।

ଲୁଣ-ଅଧିକ ଲୁଣ ଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣ କମ୍‌ ବୟସରେ ମଧ୍ୟ ବୃଦ୍ଧ ଦେଖାଯିବେ। ତେଣୁକରି ଆପଣ ଖାଦ୍ୟରେ କମ୍‌ ଲୁଣ ବ୍ୟବହାର କରନ୍ତୁ।

ଫ୍ୟାଟ୍‌ ଥିବା ଖାଦ୍ୟ- ହେଲ୍‌ଥ ଏକ୍ସପର୍ଟଙ୍କ କହିବା ଅନୁସାରେ ଅଧିକ ଫ୍ୟାଟ୍‌ ଥିବା ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡ଼ିବା ସହ ଅଳ୍ପ ବୟସରେ ଆପଣ ବୃଦ୍ଧଙ୍କ ଭଳି ଦେଖାଯିବେ। 

ମସଲାଯୁକ୍ତ ଖାଦ୍ୟ- ହେଲ୍‌ଥ ଏକ୍ସପର୍ଟଙ୍କ କହିବା ଅନୁସାରେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହା ସହ ଅଳ୍ପ ବୟସରେ ବୃଦ୍ଧଙ୍କ ଭଳି ଦେଖା ଯିବାର ସମ୍ଭାବନା ଅଧିକ ଥାଏ।

ଏନର୍ଜି ଡ୍ରିଙ୍କ୍‌- ବଜାରରେ ଅନେକ ପ୍ରକାର ଏନର୍ଜି ଡ୍ରିଙ୍କ୍‌ ମିଳୁଛି। ଆମେ ଦେହରେ ଶକ୍ତି ଆସିବା ପାଇଁ ଏନର୍ଜି ଡ୍ରିଙ୍କ୍‌ ପିଇଥାଉ। ଏହା ଆମ ଦାନ୍ତ ଖରାପ କରିଥାଏ। ତେଣୁ ଏହାକୁ ପିଇବା ସମୟରେ ଷ୍ଟ୍ର’ ବ୍ୟବହାର କରନ୍ତୁ।

କଫି-କଫିରେ ଡାଇୟୁରେଟିକ୍‌ ଗୁଣ ରହିଛି। ଏହା ପିଇଲେ ଅଧିକ ପରିସ୍ରା ହୋଇ ଜଳୀୟ ଅଂଶ ହ୍ରାସ ହୁଏ। ତେଣୁ କଫି ପିଇବା ପରେ ପାଣି ପିଇବାକୁ ପରାମର୍ଶ ଦିଆଯାଏ।

ବ୍ଲାକ୍‌ ଟି- ବ୍ଲାକ୍‌ ଟି ପିଇବା ଦ୍ୱାରା ଦାନ୍ତ କଳା ପଡ଼ିଥାଏ। ତେଣୁ ବୟସ କମ୍‌ ହୋଇଥଇଲେ ମଧ୍ୟ ଦାନ୍ତ କଳା ପଡ଼ିବା ଯୋଗୁ ଅଧିକ ବୟସର ଦେଖାଯାଇପାରନ୍ତି।