ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା କମିଛି, ହେଲେ ଗରିବ ରାଜ୍ୟ ତାଲିକାରେ ଆଉ ଟିକେ ତଳକୁ ଖସିଛି ଓଡ଼ିଶା। ଏକଥା ଆମେ କହୁନୁ, କହୁଛି ନୀତି ଆୟୋଗର ସଦ୍ୟତମ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ।
ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାନାଟକ। ଶିବସେନା ଭଳି ଏନ୍ସିପି ଦୁଇଫାଳ। ଦଳୀୟ ସୁପ୍ରିମୋ ଶରଦ ପାୱାରଙ୍କ ସହିତ କୌଣସି ଆଲୋଚନା ନକରି, ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାରଙ୍କ ସମେତ ଏନ୍ସିପିର ବହୁ ବିଧାୟକ।
ଅଧ୍ୟାଦେଶ ନେଇ ଆଇନ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି। ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ। ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ। ପ୍ରକଳ୍ପର ୫୦% କିମ୍ବା ୭ ଟି ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହୋଇପାରିବ।
ଲଗାତାର ଭାବେ ବଢିଚାଲିଛି ପରିବା ଦର। ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା। ବର୍ଦ୍ଧିତ ଦର ରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି। ଏପଟେ ଆମଦାନୀ ସ୍ବାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ।
କେନ୍ଦ୍ର ସରକାରଙ୍କ ନାନୋ ୟୁରିଆ ଯୋଜନାକୁ ଓଡ଼ିଶାର ବିରୋଧ। ଓଡ଼ିଶାରେ ଏହି ନୂଆ ଟେକ୍ନୋଲୋଜି ଲାଗୁ ହେଲେ ଚାଷୀଙ୍କ ଆୟ ହଠାତ୍ ହ୍ରାସ ହେବ ବୋଲି କହି ରାଜ୍ୟ କୃଷିମନ୍ତ୍ରୀ ଯୁକ୍ତି ବାଢ଼ିଥିବାବେଳେ ବିଜେପି କିନ୍ତୁ ଏହାକୁ ନେଇ ମାରିଛି ତେରଛା ବାଣ ।
ଜଘନ୍ୟ...ବୀଭତ୍ସ...ଭୟଙ୍କର। ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ହାତ ହରାଇଲେ ଓଡ଼ିଆ ଶ୍ରମିକ। କନ୍ଧମାଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ଆକ୍ରମଣ କରି ହାତ କାଟିଦେଇଛନ୍ତି । ଫଳରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବି ଆଜୀବନ ପଙ୍ଗୁ ହୋଇଯାଇଛନ୍ତି ଯୁବକ ଜଣକ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀର ଜୁଲମ: ଋଣ ଟଙ୍କା ଶୀଘ୍ର ପୈଠ ପାଇଁ ଜୁଲମ୍ ସହି ନପାରି ପୁରୀ ଅଁଳାଯୋଡ଼ି ଗାଁରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, ବିଡିଓ କହିଲେ ଘଟଣାର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ଜଣାଇବୁ...
ଜୁଲାଇ ୬ରେ ନଡ୍ଡାଙ୍କ ସହ ୨୪ ଷ୍ଟ୍ରାଟେଜି ତିଆରି କରିବେ ଶାହ...ଯୋଗଦେବ ମନମୋହନ ଓ ବଂଶଲ...ବିଜେଡି-କଂଗ୍ରେସ କହିଲେ, କିଛି ପ୍ରଭାବ ପଡ଼ିବନି..
ଗସ୍ତବେଳେ ମାଳ ମାଳ ପୋଲିସ ଓ କାର୍ଯ୍ୟକ୍ରମ ସଫଳ ଲାଗି ପ୍ରଶାସନକୁ ଲଗାଯିବା ନେଇ ସାଂସଦ ଅପରାଜିତାଙ୍କ ନିଶାନା...ସ୍ୱର ମିଶାଇଲା କଂଗ୍ରେସ...ବିଜେଡି କହିଲା ସିଏମ୍ ଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ଅଫିସର...
ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍...5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ....
କେଉଁଠୁ ପେଟି ପେଟି ଟଙ୍କା ତ କେଉଁଠି ଅମାପ ସଂପତ୍ତି ଠାବ, ଆକ୍ସନ ସତ୍ତ୍ୱେ କାହିଁକି ବଢୁଛି ଦୁର୍ନୀତି, ବର୍ଷିଲେ ବିରୋଧୀ, ତେଣେ ବିଳମ୍ବିତ ଦଣ୍ଡବିଧାନକୁ ଦାୟୀ କଲେ ପୂର୍ବତନ ଡିଜିପି...
ରାଜ୍ୟର ଅଙ୍ଗଦାନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଭୁବନେଶ୍ୱର ରେଣ୍ଟାଲ କଲୋନୀର ପ୍ରସନଜିତ ମହାନ୍ତି। ମୃତ୍ୟୁ ପୂର୍ବରୁ ସମସ୍ତ ପ୍ରତ୍ୟାରୋପଣ ଯୋଗ୍ୟ ଅଙ୍ଗକୁ ଦାନ କରିଦେଇଛନ୍ତି ପ୍ରସନ୍ନଜିତ୍ ।
ଜନ୍ମବେଦୀରେ ବି ରାତିଅନିଦ୍ରା ଚତୁର୍ଦ୍ଧାମୂରତି, ଭୋରରେ ସରିଲା ହେରାପଞ୍ଚମୀ ପରଂପରା...ସିଧା ପ୍ରଶାସନକୁ ଦାୟୀ କଲେ ଭକ୍ତ ଓ ସେବକ... ଏଣେ ବିଳମ୍ବିତ ନୀତିକାନ୍ତି ଭିତରେ ସଂପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼...
ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ୫ଲକ୍ଷ ଟଙ୍କାର ସୁନା ଚେନ୍ ଧରି ଚମ୍ପଟ ନକଲି ନାଗା ସାଧୁ... କେଉଁଠୁ ଆସିଥିଲେ, କୁଆଡ଼େ ଗଲେ ଫଟୋ ଧରି ପୋଲିସ୍ ର ତନାଘନା...
ମକରାବାଗ ଅଞ୍ଚଳରେ ଜାଇକାର ଅସରନ୍ତି ବକ୍ସ ଡ୍ରେନ୍ କାମ ଯୋଗୁଁ ଲୋକେ ରାତି ଅନିଦ୍ରା...ଏଣେ ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ପାଣି, ଶୁଣୁନି ସିଏମସି...
ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ସାଢ଼େ ସାତ କ୍ୟାରେଟର ସୁନ୍ଦର ସବୁଜ ହୀରା ଭେଟି ଦେଇଛନ୍ତି ପିଏମ୍ ମୋଦି । ସେପଟେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରପତି ବାଇଡେନଙ୍କୁ ମୋଦିଙ୍କ ଚନ୍ଦନ କାଠରେ ନିର୍ମିତ ଆକର୍ଷଣୀୟ ବାକ୍ସ ଓ ଏଥିରେ ଥିବା ଦଶ ଦାନ....
ସ୍ୱାଭାବିକ ସମୟଠାରୁ ରାଜ୍ୟକୁ ପ୍ରାୟ ୧୦ ଦିନ ବିଳମ୍ବରେ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।
ଓଡ଼ିଶା ଦଖଲ ପାଇଁ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା। ଦଳ ଆଉ ନେତୃତ୍ବଙ୍କ ଫୋକସ ପଶ୍ଚିମ ଓଡ଼ିଶା। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର। ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ। ଏଥିପାଇଁ ମୁମ୍ବାଇର ଜଣେ ଦାତାଙ୍କଠାରୁ ଅନୁଦାନ ଆକାରରେ ରୂପା ଆସିଛି।
ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ। ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା।
ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ।
ସ୍ନାନବେଦିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି।
ସାରା ଦେଶ କାହିଁକି, ଗତକାଲିଠାରୁ ପୁରା ବିଶ୍ବର ନଜର ରହିଛି ବାହାନଗାର ଏହି ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ।
୨୮୮ ଲୋକଙ୍କ ପ୍ରାଣହାନୀ ଓ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଗତକାଲିର ଭୟଙ୍କର କରମଣ୍ଡଳ ଟ୍ରାଜେଡିର କଣ ହୋଇଥାଇପାରେ କାରଣ ? ସେ ପ୍ରଶ୍ନ ସାରା ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି।
କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି... ସମସ୍ତଙ୍କ ଆଖିରେ ଲୁହ... କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ... ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଏ ହେଉଛି ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର