• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Dengue
ହୁ ହୁ ବଢ଼ିଚାଲିଛି...୨୪ ଜିଲ୍ଲାକୁ ମାଡ଼ିଗଲାଣି

ରାଜ୍ୟରେ ମାଡ଼ିଗଲାଣି ଡେଙ୍ଗୁ। ଗତବର୍ଷ ତୁଳନାରେ ଚିହ୍ନଟ ହେଲେଣି ୧୩ ପ୍ରତିଶତ ଅଧିକ ପଜିଟିଭ୍ କେସ୍। ହେଲେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଛି ଖୋର୍ଦ୍ଧା ଜିଲ୍ଲା, ଖାସ୍ କରି ରାଜଧାନୀ ଭୁବନେଶ୍ୱର।

  • Saturday, 05 August 2023
  • Dengue
Electrocution
କ୍ଷୀର ଦୁହିଁଲେ ପରିବାର ଚଳୁଥିଲା...ଆଜି ସିଏ ମରିଗଲା...ସ୍ୱାମୀକୁ ଔଷଧ ଦେବ କିଏ?

ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ

tragic story
ଢୁ ଢୁ ବର୍ଷାରେ ଘୋଷାରି ହୋଇ ଆସିଲେ...ଭଣଜାକୁ ଭଲ କରିବା ଲାଗି ଗୁହାରି କଲେ

କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ

Four years on, Berhampur people’s demand for bridge not fulfilled yet
୪ ବର୍ଷ ହେଲାଣି ଲଲିପପ୍‌ ଦେଉଛନ୍ତି, ଆମେ ଆଉ ବୋକା ନୁହେଁ’

ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍‌

  • Saturday, 05 August 2023
Flood-affected villagers struggling to stay alive in Bhadrak
ଭୋକରେ ପେଟ ଜଳିଲାଣି..ଖାଇବାକୁ କିଛି ନାହିଁ

ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍‌ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ

flute
ପେଶାରେ ଝାଡୁଦାର, ନିଶା କିନ୍ତୁ ବଂଶୀ ବଜାଇବା...

ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ...

Kargil Vijay Diwas
ଚାନ୍ଦବାଲି ପାଙ୍ଗୁଡା ଗାଁର କାରଗିଲ୍ ହିରୋ ସହିଦ ନିରଞ୍ଜନ ବେହେରାଙ୍କୁ ଅସମ୍ମାନ କାହିଁକି?

ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ସହିଦ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ହେଲେ କାହିଁକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଙ୍ଗୁଡା ଗାଁର କାରଗିଲ୍ ହିରୋ ସହିଦ ନିରଞ୍ଜନ ବେହେରାଙ୍କ ପ୍ରତି ଅସମ୍ମାନ ହେଉଛି....

Kargil Vijay Diwas
୨୪ ବର୍ଷ ବିତି ଯାଇଛି, ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ

ଗାଁ ମାଟିର ବୀର ପୁଅ ଦେଶ ପାଇଁ ଜୀବନ ଦେଇଛି। ସହିଦ ହୋଇଯାଇଛି। ହେଲେ ଆଜି ବି ତା ସାହସିକତାର ଗାଥା ବଖାଣୁଛି ଗାଁ ମୁଣ୍ଡରେ ତାଙ୍କ ସ୍ମୃତିରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି।

Kargil Vijay Diwas
ସୀମା ସୁରକ୍ଷା ପାଇଁ ସହିଦ ହୋଇଥିବା ସ୍ୱାମୀଙ୍କୁ ନେଇ ଆଜି ଗର୍ବିତ ସ୍ତ୍ରୀ

ହେଡକ୍ୱାର୍ଟରରୁ ଡାକରା ପାଇ ସେ ବାହାରି ଯାଇଥିଲେ ଦେଶର ସୁରକ୍ଷା ପାଇଁ । ପଡ଼ୋଶୀ ପାକିସ୍ତାନର ନାପାକ୍ ହରକତର ମୁହଁତୋଡ୍ ଜବାବ ଦେଉ ଦେଉ ସେ ସହିଦ ହୋଇ ଗାଁର ଟେକ ରଖିଯାଇଛନ୍ତି । ଆଜି ବି ସହିଦ ସୁଦାମ ଟୁଡୁଙ୍କୁ ଝୁରୁଛି ମୟୂରଭଞ୍ଜ ମାଟି...

Kargil Vijay Diwas
କାର୍ଗିଲ ବିଜୟ ଦିବସରେ ମନେ ପଡ଼ନ୍ତି ସହିଦ ଶ୍ରୀନିବାସ

ପଡ଼ୋଶୀ ଦେଶର ନା ପାକ୍ ହରକତ ଓ ଆକ୍ରମଣକୁ ପ୍ରତିହତ କରି ଦେଶକୁ ସେ ଦେଇଥିଲେ ସୁରକ୍ଷା । ଶତ୍ରୁ ଦେଶର ସେନା ସହ ଲଢ଼ି ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ । ଆଉ ଆଜି ସେ କେବଳ ବ୍ରହ୍ମପୁର କି ଜଗଦଳପୁର ନୁହେଁ ବରଂ ସାରା ଦେଶ ସହିଦ୍ ଶ୍ରୀନିବାସଙ୍କୁ ସ୍ମରଣ କରୁଛି । ପ୍ରତିଟି ହିନ୍ଦୁସ୍ତାନୀ ଆଜି ସହିଦଙ୍କୁ ସଲାମ କରୁଛି....

Kargil Vijay Diwas
କାର୍ଗିଲରୁ ଆସିଥିବା ସହିଦ ପୁଅର ଶେଷ ଚିଠି ସାଇତି ରଖିଛି ମାଆ

ପ୍ରଥମେ ଖବର ଆସିଲା କାର୍ଗିଲରେ ପାକିସ୍ତାନ ସହ ଯୁଦ୍ଧରେ ପୁଅର ବୀରଗତି ପ୍ରାପ୍ତ ହୋଇଛି । ହେଲେ ଦୁଇ ଦିନ ପରେ ପୁଅର ହାତଲେଖା ଚିଠି ଆସିଲା । ସେ ଚିଠି ପାଇ ସମସ୍ତେ ଯାହା ଭାବିଥିଲେ ତାହା କିନ୍ତୁ ସତ ନଥିଲା....

  • Wednesday, 26 July 2023
Odisha Congress
ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ...

ମୋକିମ, ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ସପକ୍ଷ, ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼, ଏପଟେ ବିଜେଡିର ସବୁ ନେତା, ମନ୍ତ୍ରୀଙ୍କୁ ଗାନ୍ଧିଙ୍କ ତିନି ମାଙ୍କଡ଼ଙ୍କ ଫଟୋ ପଠାଇବ କଂଗ୍ରେସ...

  • Saturday, 22 July 2023
Chudanga Gada
ASIର ସଂରକ୍ଷିତ ଜମି ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜର

ଖାଲି ଜମି ମାଫିଆ ନୁହେଁ ASI ଦ୍ୱାରା ସଂରକ୍ଷିତ ଐତିହ୍ୟ ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜରକୁ ନେଇ ତୀବ୍ର ପ୍ରତିକ୍ରିୟା...ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI...

  • Saturday, 22 July 2023
 Banakalagi’ rituals
କାଳିଆ ସାଆନ୍ତଙ୍କ ଶ୍ରୀମୁଖ ଶିଂଗାର ପାଇଁ ମିଳୁନି ସୁଗନ୍ଧ କସ୍ତୁରୀ

ବଜାରରେ ମିଳୁଥିବା ରଙ୍ଗମିଶା ନକଲି ପଦାର୍ଥକୁ କୁଆଡ଼େ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଉଥିବା ରୋକଠୋକ୍ ଅଭିଯୋଗ ଆଣିଛନ୍ତି ସେବାରେ ନିୟୋଜିତ ସେବକ।

BJD, Odisha Politics
ସେଣ୍ଟର ପଲିଟିକ୍ସରେ ନୂଆ ସମୀକରଣ, ହେଲେ ଜୟରାମଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି...

କେନ୍ଦ୍ରରେ ବିଜେପି ସାଙ୍ଗେ ସାଲିସ୍ ଓ ରାଜ୍ୟରେ ବିଜେଡିର ନିଶାନା ଫଣ୍ଡାକୁ କଂଗ୍ରେସର ସମାଲୋଚନା...ମନମୋହନ କହିଲେ ନବୀନଙ୍କୁ ପଚାର କଣ ରହିଛି ବାଧ୍ୟବାଧ୍ୟକତା...

‘Chaddi-Banian gang’
କମିଶନରେଟ୍ ପୋଲିସ ପଞ୍ଝାରେ ଚଡ଼ି-ଗେଞ୍ଜି ପିନ୍ଧା ଲୁଟେରା ଗ୍ୟାଙ୍ଗ...

ଦିନରେ ରେକି ତ ରାତିରେ ଅଜବ ବେଶରେ ଘରେ ପଶି କରୁଥିଲେ ଲୁଟ୍ ପାଟ୍...ସିସିଟିଭିରେ କଏଦ ଭିଜୁଆଲ, ରାଜଧାନୀର ପ୍ରାୟ ସବୁ ଥାନାରେ ଅଛି ୧୬ରୁ ଅଧିକ ମାମଲା...

Bridge collapse
ଯାଜପୁର କୁଆଖିଆରେ ଟଳିଗଲା ବଡ଼ ଦୁର୍ଘଟଣା

ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍ ଧସିଯାଇଛି କୋଲକାତା-ଚେନ୍ନାଇ ରାସ୍ତାରେ ମାତ୍ର ୧୫ବର୍ଷ ତଳେ ନିର୍ମିତ ସ୍ଥାୟୀ ପୋଲ । ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଥିବାବେଳେ ଏକ୍ସପର୍ଟ କମିଟି ଏହାର କାରଣ ଖୋଜିବ ବୋଲି କହିଛନ୍ତି।

Politics- I.N.D.I.A Vs NDA
୨୪ରେ ହେବ NDA ବନାମ୍ I.N.D.I.A ଲଢ଼େଇ

ୟୁପିଏ ବନିଲା ଇଣ୍ଡିଆ। ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ। ଅନ୍ୟପକ୍ଷରେ ୩୮ ସହଯୋଗୀଙ୍କୁ ନେଇ ଦିଲ୍ଲୀରେ ଏନ୍ଡିଏର ଶକ୍ତି ପ୍ରଦର୍ଶନ, ନବଗଠିତ ବିରୋଧୀ ମେଣ୍ଟକୁ କଡ଼ା ସନ୍ଦେଶ ଦେଇଛି।...

Seema from Pakistan
ସୀମା ଓ ସଚିନଙ୍କୁ ଧରି ପଚରାଉଚରା କରୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍

ସୁଦୂର ପାକିସ୍ତାନରୁ ଖସିଆସି ଭାରତରେ ବେଆଇନ ଏଣ୍ଟ୍ରି। ବିବାହିତା ହିନ୍ଦୁ ନାରୀ ଭଳି ମଥାରେ ପିନ୍ଧିଛନ୍ତି ସିନ୍ଦୁର। କେତେବେଳେ ମୁହଁରେ ରାମ ନାମ ଗାନ କରୁଛନ୍ତି ତ ପୁଣି କେତେବେଳେ ତୁଳସୀ ଚଉଁରା ମୂଳେ ପାଣି ଦେଉଛନ୍ତି।

  • Tuesday, 18 July 2023
Poor Odisha
ରାଜ୍ୟରେ ଗରିବଙ୍କ ସଂଖ୍ୟା କମୁଥିବା ବେଳେ କାହିଁକି ଦରିଦ୍ର ରାଜ୍ୟ ତାଲିକାରେ ଉପରମୁହାଁ?

ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା କମିଛି, ହେଲେ ଗରିବ ରାଜ୍ୟ ତାଲିକାରେ ଆଉ ଟିକେ ତଳକୁ ଖସିଛି ଓଡ଼ିଶା। ଏକଥା ଆମେ କହୁନୁ, କହୁଛି ନୀତି ଆୟୋଗର ସଦ୍ୟତମ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ।

  • Tuesday, 18 July 2023
maharashtra politics
ଅଜିତ ପାୱାର ଅଚାନକ ଖେଳିଲେ 'ପାୱାର୍' ପଲିଟିକ୍ସ

ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାନାଟକ। ଶିବସେନା ଭଳି ଏନ୍ସିପି ଦୁଇଫାଳ। ଦଳୀୟ ସୁପ୍ରିମୋ ଶରଦ ପାୱାରଙ୍କ ସହିତ କୌଣସି ଆଲୋଚନା ନକରି, ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାରଙ୍କ ସମେତ ଏନ୍ସିପିର ବହୁ ବିଧାୟକ।

apartment
ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ

ଅଧ୍ୟାଦେଶ ନେଇ ଆଇନ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି। ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ। ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ। ପ୍ରକଳ୍ପର ୫୦% କିମ୍ବା ୭ ଟି ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହୋଇପାରିବ।

  • Sunday, 02 July 2023
vegetables price hike
ଗତକାଲି ଯାହା ଯାହା ୬୦ ଥିଲା ଆଜି ୮୦ ପାର୍

ଲଗାତାର ଭାବେ ବଢିଚାଲିଛି ପରିବା ଦର। ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା। ବର୍ଦ୍ଧିତ ଦର ରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି। ଏପଟେ ଆମଦାନୀ ସ୍ବାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ।

Nano Urea
ନାନୋ ୟୁରିଆକୁ ଚାଷୀଙ୍କ ହଁ ରାଜ୍ୟ ସରକାରଙ୍କ ନା

କେନ୍ଦ୍ର ସରକାରଙ୍କ ନାନୋ ୟୁରିଆ ଯୋଜନାକୁ ଓଡ଼ିଶାର ବିରୋଧ। ଓଡ଼ିଶାରେ ଏହି ନୂଆ ଟେକ୍ନୋଲୋଜି ଲାଗୁ ହେଲେ ଚାଷୀଙ୍କ ଆୟ ହଠାତ୍ ହ୍ରାସ ହେବ ବୋଲି କହି ରାଜ୍ୟ କୃଷିମନ୍ତ୍ରୀ ଯୁକ୍ତି ବାଢ଼ିଥିବାବେଳେ ବିଜେପି କିନ୍ତୁ ଏହାକୁ ନେଇ ମାରିଛି ତେରଛା ବାଣ ।

  • Sunday, 02 July 2023
tragic incident
ମୁମ୍ବାଇରେ କନ୍ଧମାଳର ଯୁବକଙ୍କ କାଟିଦେଲେ ହାତ

ଜଘନ୍ୟ...ବୀଭତ୍ସ...ଭୟଙ୍କର। ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ହାତ ହରାଇଲେ ଓଡ଼ିଆ ଶ୍ରମିକ। କନ୍ଧମାଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ଆକ୍ରମଣ କରି ହାତ କାଟିଦେଇଛନ୍ତି । ଫଳରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବି ଆଜୀବନ ପଙ୍ଗୁ ହୋଇଯାଇଛନ୍ତି ଯୁବକ ଜଣକ ।