ମୁମ୍ବାଇ: ବଲିଉଡ ଓ ହଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ଇରଫାନ ଖାନ୍ । ଅନେକ ଦିନରୁ ସେ ନ୍ୟୁରୋଏଣ୍ଡୋକ୍ରୀନ ଟ୍ୟୁମରରେ ପୀଡ଼ିତ ଅଛନ୍ତି । ତାଙ୍କର ଅନେକ ଦିନରୁ ଲଣ୍ଡନରେ ଚିକିତ୍ସା ଚାଲିଛି । ତାଙ୍କୁ ପୁଣି ପରଦାରେ ଦେଖିବାକୁ ତାଙ୍କ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି । କିନ୍ତୁ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ଫ୍ୟାନ୍ଙ୍କ ମନ ଦୁଃଖ କରିଛନ୍ତି । ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଯେ ସେ କେବେ ମୁମ୍ବାଇ ଫେରିବେ । […]
ମୁମ୍ବାଇ : ‘ଜି ହାଁ ମେ ହିଁ ଖଲନାୟକ ,ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’ । ଟ୍ୱିଟରରେ ସଂଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ ଏହି ଡାଇଲଗ ଏବେ ଭାଇରାଲ ହେଉଛି । ସଞ୍ଜୟଙ୍କ ଆଗାମୀ ଦିନରେ ଆସିବାକୁ ଥିବା ସିନେମା ମଧ୍ୟରୁ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାର3’ ରହିଛି। ମଙ୍ଗଳବାର ସଞ୍ଜୟ ଏହି ସିନେମାର ଏକ ଟିଜରକୁ ନିଜ ଟ୍ଵିଟର ପେଜରେ ପୋଷ୍ଟ କରିଛନ୍ତି। Jee Haan Main Hun Khalnayak… Ab Ban Gaya […]
୨୪ଜୁନ୍, ୨୦୧୮ ରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନଜାରା ଥିଲା କିଛି ଅଲଗା। ଅବସର ଥିଲା ୧୯ତମ ଆଇଫା ଆଓ୍ୱାର୍ଡ। ଭେଟରାନ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ବଲିଉଡ ହାର୍ଟଥ୍ରୋବ୍ ରଣବୀର କପୁର ନିଜର ପରଫରମାନ୍ସ ଦ୍ୱାରା ଷ୍ଟେଜରେ ନିଆଁ ଲଗେଇ ଦେଇଥିଲେ। ତେବେ ଏହି ଆଓ୍ୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ସାଜିଥିଲେ ‘ମୁକଦର କା ସିକନ୍ଦର’ ଫେମ୍ ରେଖା। ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ରେଖା ପ୍ରଦର୍ଶନ କରିଥିଲେ ନିଜର […]
ମୁମ୍ବାଇ: ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ତାଙ୍କ ନଖରାମି ଦେଖାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଅାଗଧାଡିର ନାୟକ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍ ବା ଅଜବ ଲୁକ୍ ବି ଗୋଟେ ଗୋଟେ ଷ୍ଟାଇଲ । ଦେଖନ୍ତୁ ରଣବୀରଙ୍କ ଏହି ଅଜବ ଚାହାଣି ସବୁକୁ । ରଣବୀର ସବୁବେଳେ କିଛି ନୂଅା ଷ୍ଟାଇଲ ଦେଖାଇବାରେ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ଆଉ ବେଶୀ ବିଳମ୍ବ ନୁହେଁ । ଖୁବ୍ ଶୀଘ୍ର ରିଲ୍ ଲାଇଫ୍ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍ରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହା ଶୁଣାଯାଉଛି, ବିବାହ ତାରିଖ ମଧ୍ୟ ପକ୍କା ହୋଇସାରିଲାଣି । ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଛନ୍ତି । କିନ୍ତୁ ଦୀପିକା ଯେହେତୁ ନୂଆ ପ୍ରୋଜେକ୍ଟ ସାଇନ୍ କରିବା […]
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।
ଜୟପୁର : ଦୀର୍ଘ ୨୨ ବର୍ଷ ତଳ ମାମଲାର ଅନ୍ତ ଘଟିଛି। ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ […]
ରିଲିଜ ହୋଇଛି ଅପକମିଂ ବଲିଉଡ ମୁଭି ‘ବାଲା’ର ଟ୍ରେଲର। ଏଥିରେ ମୁଖ୍ୟ ଭୂମିକାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଛନ୍ତି ଆୟୁଷ୍ମାନ ଖୁରାନା। ତେବେ ଜଣେ ଟିପିକାଲ ବଲିଉଡ ହୀରୋ ପରିବର୍ତ୍ତେ ଆୟୁଷ୍ମାନଙ୍କୁ ଏଥିରେ ଜଣେ ଛୋଟ ସହରର ମଧ୍ୟବିତ୍ତ ପରିବାରର ଯୁବକ ଭୂମିକାରେ ଦେଖିବାକୁ ମିଳିବ। ନିଜ ଚନ୍ଦାପଣକୁ ନେଇ କିପରି ଜଣେ ଯୁବକ ହୀନମନ୍ୟତାର ଶିକାର ହେଉଛନ୍ତି , ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ପ୍ରେମ ବ୍ୟାପାରରୁ ଆରମ୍ଭ କରି ସାଧାରଣ ଜୀବନରେ […]
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବିଗ୍ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଘୋଷଣା କରିଛନ୍ତି। The legend Amitabh Bachchan who entertained and inspired for 2 generations has been selected unanimously for #DadaSahabPhalke […]
ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ ସ୍ୱାଭିମାନ ଉପରେ କରିଛି କୁଠାରଘାତ। ପାଇକ ସଂପ୍ରଦାୟର ଇତିହାସ ଉପରେ ଛିଡ଼ା କରାଇଛି ପ୍ରଶ୍ନବାଚୀ । ସିନେମାର ନାଁ ‘ସେ ରା’। ଯେଉଁଥିରେ ଅଭିନୟ କରୁଛନ୍ତି ମେଗାଷ୍ଟାର […]
ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍ସିପ୍କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍ ଷ୍ଟାର ନିକ୍ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା […]
ମୁମ୍ୱାଇ: ‘କୌନ୍ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍ ବି ସେମାନଙ୍କୁ ଅପେକ୍ଷା କରୁଥିଲେ। ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି […]
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି । ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]
ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ପରଦାକୁ ଆସୁଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶତ ଫିଲ୍ମ ‘ଶଲାବୁଢ଼ାର ବଦ୍ଲା’ । ତା ପୂର୍ବରୁ ଆଜି ରିଲିଜ୍ ହୋଇଛି ଏହାର ମ୍ୟୁଜିକ୍ ପ୍ରମୋ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଛାପ ରହିଥିବା ଏହି ଫିଲ୍ମଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକେସନରେ ସୁଟିଂ ହୋଇଛି। ସବ୍ୟସାଚୀଙ୍କ ଅନ୍ୟ ଦୁଇ ସଫଳ ଫିଲ୍ମ ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ଭଳି ଏ ଫିଲ୍ମରେ ବି ରହିଛି ସାମାଜିକ ବାର୍ତ୍ତା । ଏହା ପୂର୍ବରୁ […]
ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫିନାଲେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକୃତୀଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। […]
ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ ହେବାରୁ ଫଟୋରେ ସେ ବଦଳି ଯାଇଥିବାର ଦେଖାଯାଉଛନ୍ତି I ଗତ ମଙ୍ଗଳବାର ସନ୍ଧ୍ୟାରେ କପିଲଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା I ସେ ବହୁତ ମୋଟା ହୋଇଯାଇଛନ୍ତି […]
ମୁମ୍ୱାଇ : ଆଜି ପରଦାକୁ ଆସିଛି ‘ବାହୁବଳି’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ମୁଭି ‘ସାହୋ’। ବଡ଼ ବଜେଟ ଓ ବଡ଼ ଷ୍ଟାରକାଷ୍ଟକୁ ନେଇ ନିର୍ମିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ସିନେପ୍ରେମୀ ଓ ପ୍ରଯୋଜନା ସଂସ୍ଥା। ସାଉଥ୍ ଷ୍ଟାର ପ୍ରଭାସଙ୍କ ଏହା ପ୍ରଥମ ବଲିଉଡ୍ ମୁଭି। ଏହାକୁ ସୁଜିତ ରେଡ୍ଡି ନିର୍ଦ୍ଦେଶନା ଦେଇଛନ୍ତି। ବି-ଟାଉନ ଡିଭା ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରଭାସ। ପୂର୍ବରୁ ଏହି ଆକ୍ସନ ଥ୍ରୀଲର ଫିଲ୍ମର ଟିଜର, ଟ୍ରେଲର […]
ମୁମ୍ୱାଇ : ଭାଗ୍ୟ ବଦଳିବାକୁ ଦରକାର ବାସ୍ ଗୋଟିଏ ସୁଯୋଗ। ଆଉ ସେ ସୁଯୋଗ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଦିଏ। ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କ ସହ ଏପରି କିଛି ଘଟିଛି । ଦିନେ ରେଳ ଷ୍ଟେସନ୍ର ପ୍ଲାଟ୍ଫର୍ମରେ ରାନୁଙ୍କର ରାତି କଟୁଥିଲା। ଆଜି ସେ ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ରେକର୍ଡ କରୁଛନ୍ତି। ରାନୁଙ୍କୁ ମିଳିଛି ବଲିଉଡରେ ଏଣ୍ଟ୍ରି। ତାପୁଣି ହିମେଶ ରେଶମିୟାଙ୍କ ସହ ଡୁଏଟି ଗାଇଛନ୍ତି। ଏହାସହ ଏବେ ତାଙ୍କ ପାଖରେ ରହିଛି […]
ଭୁବନେଶ୍ୱର : ନିଜ ଅପ୍କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର କରିନାହାନ୍ତି । ଏଭଳି ପୋଷ୍ଟରକୁ ଯିଏ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପପୁ କହିଛନ୍ତି। ଗତକାଲି ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟର ରିଲିଜ ହେବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପୋଷ୍ଟର ଭାଇରାଲ୍ ହେବା ପରେ, […]
ଭୁବନେଶ୍ୱର : “ଆଜ୍ ମେରା ବେହେନ୍ କୀ ରାକ୍ଷୀ ନେହିଁ ଆୟା ଥା…ପର୍ ଆପ୍ନେ ବାନ୍ଧଲିୟା।” ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦି ପକାଇଥିଲେ ଶୀତଲ। ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ […]
ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ ହୋଇଯାଇଛି। ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ‘ମିଷ୍ଟର ମଜନୁ’। ଏଥିରେ ମୁଖ୍ୟ ଭୂମିକାରେ ନାୟକ ଭାବେ ବାବୁସାନ ଥିବା ବେଳେ ତାଙ୍କ ବିପକ୍ଷରେ ସୁରମୟୀ, ଦିବ୍ୟା ଓ ଶୀତଲ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଭୁବନେଶ୍ୱର ଆରସିଏମ୍ ଜଗନ୍ନାଥ ମନ୍ଦିରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର/ ହାଇଦ୍ରାବାଦ: ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଅାଫେୟାର ଚାଲୁଥିବା ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଅାସିଥିଲା I ଦୁହେଁ ବହୁତ ଜଲଦି ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା I ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଜବାବ ଦେବାକୁ ଯାଇ ପ୍ରଭାସ ମୁହଁ ଖୋଲିଛନ୍ତି I ସେ କହିଛନ୍ତି ଯେ, ଅାମ ଦୁଇଜଣଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ I ଅାମେ […]
ମୁମ୍ବାଇ : ରିଲିଜ ହୋଇଛି ଅପ୍କମିଂ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର। ଏଥିରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ସୀତା ଭୂମିକାରେ ନଜର ଆସିବେ। ଆୟୁଷ୍ମାନଙ୍କ ଧମାକାଦାର ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହା ମନୋରଞ୍ଜନର ବେଶ ଖୋରାକ ଯୋଗାଇଛି। ରାମ ଲୀଳାରେ ଆୟୁଷ୍ମାନଙ୍କ ଏଣ୍ଟ୍ରି ପରେ ହଙ୍ଗାମା ହେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ ଭାଇରାଲ ହେଉଛି । #ShilpaKoKyaHua KUCH NAHI! Hey Bhagwan ?I get a preventive health check done at SRL regularly to know that […]
ମୁମ୍ବାଇ: ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I ଏହାର ଫାଷ୍ଟଲୁକରେ କଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କ ପାରମ୍ପରିକ ପୋଷାକରେ ନଜର ଅାସୁଛନ୍ତି I Remembering one of the bravest women that ever lived, #RaniLaxmiBai […]