Advertisment

ଗୋଟେ ବିଜ୍ଞାପନ ବଦଳେଇ ଦେଲା ଭାଗ୍ୟ : ରାତାରାତି ଷ୍ଟାର୍‌

ବଡ ପରଦାରେ ଅଭିନୟ କରି ଦର୍ଶକଙ୍କ ହୃଦୟେରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ଅଭିନେତ୍ରୀ ହୁମା କୁରେଶି ଜୁଲାଇ ୨୮ରେ ଅର୍ଥାତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍‌ ବ୍ୟତୀତ ହୁମା କୁରେଶି ନିଜ ଅଭିନୟ ଯାଦୁରେ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ଗୋଟେ ବିଜ୍ଞାପନ ବଦଳେଇ ଦେଲା ଭାଗ୍ୟ : ରାତାରାତି ଷ୍ଟାର୍‌

Huma Qureshi

ମୁମ୍ବାଇ : ବଡ ପରଦାରେ ଅଭିନୟ କରି ଦର୍ଶକଙ୍କ ହୃଦୟେରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ଅଭିନେତ୍ରୀ ହୁମା କୁରେଶି ଜୁଲାଇ ୨୮ରେ ଅର୍ଥାତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍‌ ବ୍ୟତୀତ ହୁମା କୁରେଶି ନିଜ ଅଭିନୟ ଯାଦୁରେ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମରେ ହୁମା କୁରେଶିଙ୍କ ଭିନ୍ନ ଭିନ୍ନ ଚରିତ୍ର ତାଙ୍କୁ ସିନେ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେ ଜୁଲାଇ ୨୮ ୧୯୮୬ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍‌ର ମାଲିକ ସଲିମଙ୍କ ଝିଅ।

Advertisment
ହୁମା କୁରେଶୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଡିଗ୍ରୀ ହାସଲ ପରେ ହୁମା ଥିଏଟରରେ ଯୋଗ ଦେଇଥିଲେ। ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପୂର୍ବରୁ ସେ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ । ତେବେ ଏକ ମୋବାଇଲ୍ କମ୍ପାନୀକୁ ବିଜ୍ଞାପନ ଦେବାବେଳେ ହୁମାଙ୍କୁ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ ନୋଟିସ୍ କରିଥିଲେ, ଯାହା ପରେ ତାଙ୍କ ଭାଗ୍ୟ ବଦଳେଇ ଦେଇଥିଲା। ଏହି ଅଭିନେତ୍ରୀ ରାତାରାତି ଷ୍ଟାର୍‌ ହୋଇଥିଲେ । ହୁମା ଫିଲ୍ମ 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର' ଦ୍ୱ।ରା ଫିଲ୍ମ ଜଗତରେ ପାଦ ଦେଇଥିଲେ। ସେ ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ଏକ ଦଶନ୍ଧି ପୂରଣ କରିନାହାଁନ୍ତି ସତ କିନ୍ତୁ ଦର୍ଶକଙ୍କ ମଧ୍ୟରେ ନିଶ୍ଚିତ ଭାବରେ ପ୍ରସିଦ୍ଧ ହୋଇ ପାରିଛନ୍ତି।

ହୁମା ଆରମ୍ଭରୁ ହିଁ ନିଜ ପ୍ରଶଂସକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବଲିଉଡ ବ୍ୟତୀତ ହୁମା ତାମିଲ ଚଳଚ୍ଚିତ୍ରରେ ମଧ୍ୟ ପାଦ ଥାପିବା ନେଇ ଚେଷ୍ଟା କରିଥିଲେ, କିନ୍ତୁ ଫିଲ୍ମ ନିର୍ମାଣରେ ବିଳମ୍ବ ହେତୁ ସେ ଏହାକୁ ଛାଡି ଦେଲେ ଏବଂ ଆଗକୁ ବଢିଲେ। 'ଗ୍ୟାଙ୍ଗସ୍ ଅଫ୍ ୱାସେଇପୁର' ପରେ ହୁମା କୁରେଶି 'ଡି-ଡେ', 'ଦେଢ ଇଶ୍କିୟା', 'ଜାଲି ଏଲ୍‌ଏଲ୍‌ବି ୨' ଏବଂ 'କାଲା' ଭଳି ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଏକ ୱେବ୍ ସିରିଜ୍ 'ଲୈଲା' ମଧ୍ୟ କରିଛନ୍ତି।

Advertisment

କେବଳ ହୁମା ନୁହେଁ ତାଙ୍କ ଭାଇ ସାକିବ ସଲିମ ମଧ୍ୟ ଜଣେ ଅଭିନେତା। ସେ ମଧ୍ୟ ଫିଲ୍ମ ଦୁନିଆରେ ଭଲ କାମ କରୁଛନ୍ତି। ସାକିବ ସଲିମ ୨୦୧୧ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ 'ମେରେ ଡେଡ୍‌ କା ମାରୁତି', 'ବମ୍ବେ ଟକିଜ୍', 'ଢିସୁମ୍', 'ଦିଲ୍ ଜଙ୍ଗଲି' ଏବଂ 'ରେସ୍ ୩' ରେ ଅଭିନୟ କରିଛନ୍ତି।

ହୁମା କୁରେଶୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ନାମ 'ବବି ଜାସୁସ୍'। ସେ ଅଭିନେତା ଅର୍ଜୁନ ବାଜୱାଙ୍କ ସହ ଜଡିତ ଅଛନ୍ତି। ଏହା ବ୍ୟତୀତ ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କୁ ନେଇ ହୁମାଙ୍କ ନାମରେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା।

ହୁମା କୁରେଶୀ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୀମା ଖାନ ଏବଂ ସୋହେଲ ଖାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ନେଇ ହୁମାଙ୍କ ହାତ ଥିବା କୁହାଯାଇଥିଲା। କିନ୍ତୁ ପରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଯେ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇଥିବାରୁ ଏହା କେବଳ ତାଙ୍କ ସହ ନୁହେଁ, ପ୍ରତ୍ୟେକ ଅଭିନେତ୍ରୀଙ୍କ ସହ ଏଭଳି ହୋଇଥାଏ। ଦୁହିଁଙ୍କ ମଧ୍ୟରେ ସେପରି କିଛି ନାହିଁ ବୋଲି ସେ କୁହନ୍ତି।

Bollywood Huma Qureshi Entertainment
Advertisment
Advertisment