• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

delhi
୧୦ ମିଟର ଦୂର ପର୍ଯ୍ୟନ୍ତ ପବନରେ ବ୍ୟାପିପାରେ ଭୂତାଣୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ।  ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ ।   ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ ଆମକୁ ସାମାନ୍ୟ ନିୟମକୁ ମନେ ରଖିବାକୁ ହେବ ଏବଂ ଏହା ଦ୍ୱାରା ସାର୍ସ କୋଭିଡ-୨ ଭାଇରସର ସଂକ୍ରମଣକୁ ରୋକି ହେବ। ଆଡଭାଇଜରୀରେ କୁହାଯାଇଛି, ଘର ହେଉ ବା  […]

  • Tuesday, 13 July 2021
covid test
୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍‌ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ […]

  • Tuesday, 13 July 2021
covid-1
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ  ବଢି ଚାଲିଛି। ଲକ୍‌ ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍‌। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି। କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ […]

covid
ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ; ଖୋର୍ଦ୍ଧା, କଟକ ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ […]

Prime Minister Narendra Modi
୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।

helpless child
ମା’ ଶବ ପାଖରେ ୨ ଦିନ ହେଲା ବସି କାନ୍ଦୁଛି ଶିଶୁ, କୋଭିଡ ଭୟରେ କେହି ଆସିଲେନି ପାଖକୁ

କରୋନା କବଜାରେ ସାରା ପୃଥିବୀ । କାହାର ସୁନାର ସଂସାର ଉଜାଡି ଦେଇଛି ମହାମାରୀ । କାହାକୁ କରିଦେଇଛି ରାସ୍ତାର ଭିକାରୀ । କରୋନା ପାଇଁ ହଜିଯାଉଛି ମଣିଷ ପଣିଆ ।

  • Tuesday, 13 July 2021
covid positive
ଦେଶରେ କରୋନା ନେଲା ୩୫୨୩ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ  ଲହର ଭୟଙ୍କର ରୂପ ନେଇଛି । ସଂକ୍ରମଣର ପ୍ରତିଦିନ ନୂଆ ରେକର୍ଡ ଦେଖିବାକୁ ମିଳୁଛି । କରୋନା ଗ୍ରାଫ ଯେପରି ଉପରମୁହାଁ ହେବାରେ ଲାଗିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଏକ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪, ୦୧,୯୯୩ ଜଣଙ୍କୁ ମହାମାରୀ ନିଜ କବଜାକୁ […]

  • Tuesday, 13 July 2021
national corona
ଦେଶରେ ଦିନକରେ ଆଖି ବୁଜିଲେ ୩,୪୯୮ କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ଭାବେ ବଢ଼ି ଚାଲିଛି କରୋନା ଦୈନିକ ସଂକ୍ରମଣ। ଦୈନିକ ମୃତ୍ୟୁ ଟ୍ରେଣ୍ଡ  ସମସ୍ତ ରେକର୍ଡ ଭାଙ୍ଗିଛି।ଆଜି ଦିନକରେ ଦେଶରେ  ସର୍ବାଧିକ୩ ଲକ୍ଷ ୮୬ ହଜାର ୪୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ସର୍ବାଧିକ ୩ ହଜାର ୪୯୮ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ […]

  • Tuesday, 13 July 2021
damana hata
ମାନିଲେନି କଟକଣା: ସିଲ ହେଲା ସହରର ଏହିସବୁ ହାଟ, ମାର୍କେଟ କମ୍ପ୍ଲେକ୍ସ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଲାଣି କରୋନ ସ୍ଥିତି। ଟ୍ୱିନ୍‌ ସିଟିରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ମଧ୍ୟ ସୃଷ୍ଟିହୋଇଛି। ଏପରି ସ୍ଥିତିରେ ବି ଲୋକେ ସଚେତନ ହେଉ ନାହାନ୍ତି। ହାଟ ବଜାରରେ ଭିଡ କମୁନି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଲୋକେ ଗୁରୁତ୍ୱ ଦେଉ ନାହାନ୍ତି। ଏପରି ସ୍ଥିତିରେ  କୋଭିଡ୍ କଟକଣା ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ, ଇନ୍ଦ୍ରଧନୁ ମାର୍କେଟ ସିଲ୍ କରିଛି ବିଏମ୍‌ସି। ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି […]

  • Tuesday, 13 July 2021
covid-01
ରାଜ୍ୟରେ ମହାମାରୀ ନେଲା ୧୪ ଜୀବନ

ଭୁବନେଶ୍ୱର: ନିଦ ହଜାଇ ଦେଇଛି ମହାମାରୀ। ପ୍ରତିଦିନ କରୋନାକୁ ନେଇ ଛାତି ଥରାଇ ଦେବା ପରି ଘଟଣା ସାମ୍ନାକୁ ଆସୁଛି। ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଗତକାଲି ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୧୪ ଜଣଙ୍କର ମୃତ ଘଟିଛି।  କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି । […]

  • Tuesday, 13 July 2021
corona death
ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୨, ମୃତ୍ୟୁ ତାଲିକାରେ ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତକାଲି ରାଜ୍ୟରୁ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ ୧୨ରେ ପହଞ୍ଚିଛି।  ଆଜି ଆଖି ବୁଜିଥିବା ୧୨ ଜଣଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଆଗରେ ଥିବାବେଳେ ମୃତ୍ୟୁ ତାଲିକାରେ ମଧ୍ୟ […]

  • Tuesday, 13 July 2021
vaccine
ଟିକାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ଗୋଟିଏ ଡୋଜ୍‌ ଟିକା ୫୦ ପ୍ରତିଶତ ସଂକ୍ରମଣ ହ୍ରାସ କରିପାରୁଛି

ଲଣ୍ଡନ: ଟିକା ନେବା ପରେ କରୋନା ହେଉଥିବା ଅନେକ ଖବର ଶୁଣିବାକୁ ମିଳୁଛି ଯାହା ସାଂପ୍ରତିକ ସ୍ଥିତିରେ ଗଭୀର ମାନସିକ ଚାପ ପକାଉଛି। ହେଲେ ଏବେ ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର।  ଗୋଟିଏ ଡୋଜ୍‌ କରୋନା ଟିକା ନେଲେ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଉଛି। ଏ ନେଇ  ବୁଧବାର ଏକ ଖବର ପ୍ରକାଶ ପାଇଛି। ଇଂରାଜୀରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରୁ ପରିବାର […]

  • Tuesday, 13 July 2021
covid-hospital
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ବି ୩ ଲକ୍ଷ ଉପରେ

ନୂଆଦିଲ୍ଲୀ:  ଭାରତରେ କରୋନା ଭାଇରସର କ୍ଷତି ବିସ୍ଫୋରକ ରୂପ ନେଇ ଆସିଛି।  କ୍ରମାଗତ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ବୁଧବାର  ସପ୍ତମ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ବୁଧବାର ସକାଳେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩, ୬୦, ୯୬୦  ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗୋଟିଏ […]

  • Tuesday, 13 July 2021
vaccine
ରାଜ୍ୟରୁ ଆଜି ବାହାରିଲେ ୬,୦୭୩ କରୋନା ସଂକ୍ରମିତ, ଖୋର୍ଦ୍ଧା ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ତାଲିକା ଚିନ୍ତା ବଢାଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି। ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି  ୬ ହଜାର ୭୩ । ଆଜି ବି ଖୋର୍ଦ୍ଧା ଜିଲ୍ଲା ତାଲିକାର ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ଆଜି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ […]

  • Tuesday, 13 July 2021
corona virus
ଦୈନିକ ସଂକ୍ରମଣ ହାରକୁ ଦେଖି ଅନଲକ୍‌ ନିଷ୍ପତ୍ତି ନିଆଯିବ

ଲୋକ ଢିଲା ହେବା ଅନୁଚିତ୍।  ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ରହିବା ଦରକାର।  ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଡିଏମ୍ଇଟି ।

corona-26th
ଦିନକରେ କରୋନାରେ ଚାଲିଗଲା ୨୮୧୨ ଜୀବନ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡୁଛି କରୋନା । ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨୮୧୨ ଜୀବନ ନେଇଛି ଏହି ମହାମାରୀ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ […]

  • Tuesday, 13 July 2021
Boris Johnson- PM Modi
ବିପଦ ବେଳେ ‍‍ସହାୟତାର ହାତ ବଢାଇଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ଏପରି ପରିସ୍ଥିତିରେ ଅକ୍ସିଜେନ୍‌ର ଅଭାବ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଅକ୍ସିଜେନ ଅଭାବରୁ ଭାରତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଏପରି ବିପତ୍ତି ସମୟରେ ଆମେରିକା ସହାୟତାର ହାତ ବଢାଇଥିବାବେଳେ ବ୍ରିଟେନ ବି ସାହାଯ୍ୟ କରିବାକୁ ଆଗେଇ ଆସିଛି। କରୋନା ମୁକାବିଲା ଲାଗି ଭାରତକୁ ସହାୟତା ବଢ଼ାଇଛି ବ୍ରିଟେନ। ଗତକାଲି ବ୍ରିଟେନ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର ସମେତ […]

  • Tuesday, 13 July 2021
doval-sulivan
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇ ଭାରତର ଋଣ ସୁଝିଲା ଆମେରିକା

ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମେ’ ୧ ତାରିଖରୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।  ତେଣୁ ଦେଶରେ ପର୍ଯ୍ୟାନ୍ତ ପରିମାଣର ଟିକାର ଆବଶ୍ୟକ ରହିଛି। ଅନ୍ୟପକ୍ଷେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ  ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷେ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି। ଏପରି ସ୍ଥିତିରେ ଭାରତକୁ ସହୟତାର ହାତ ବଢାଇଛି ଆମେରିକା। ବିପତ୍ତି ସମୟରେ ଭାରତକୁ ସାହାଯ୍ୟ କରି ଋଣ […]

  • Tuesday, 13 July 2021
covid-19
ଭାରତରେ କରୋନା: ତୃତୀୟ ଦିନରେ ବି ୩ ଲକ୍ଷ ପାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଆଶାତୀତ ଭାବେ ବୃଦ୍ଧି ପାଉଛି। ପ୍ରତ୍ୟେକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡୁଛି। ଅବସ୍ଥା ଏତେ ଖରାପ ହଇଛି ଯେ, ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ଡାକ୍ତରଖାନା ବାହାରେ ରୋଗୀ ଶେଷ ନିଃଶ୍ୱାସ ଛାଡ଼ୁଛନ୍ତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଆଜିର ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି। ଗତ ୨୪ […]

  • Tuesday, 13 July 2021
health director
ଟିକା ନେଲେ ବି କୋଭିଡ ସଂକ୍ରମଣ ଆଶଙ୍କା ରହିଛି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ଲୋକମାନେ ଆବଶ୍ୟକତା ଅନୁଯାୟୀ ସଚେତନ ହେଉନାହାନ୍ତି। ଟିକା ନେଲେ ବି କରୋନାରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକ ରହିଛି ବାରମ୍ବାର କୁହାଯାଉଛି । ଏ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ ସୂଚନା ଦେଇଛନ୍ତି।  ଡା.ମିଶ୍ର କହିଛନ୍ତି,  ଟିକା ନେଲେ ବି କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ସେ କହିଛନ୍ତି,  ଟିକା ନେଲେ […]

  • Tuesday, 13 July 2021
srimandira
ପୁରୀରେ ଡରେଇଲା କରୋନା; ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ବାହାରିଲେ ପଜିଟିଭ

ପୁରୀ: ପୁରୀରେ ଅଣାୟତ୍ତ ହେଉଛି କରୋନା। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ  ମୋଟ ୫୦  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ଓ ତାଙ୍କ ପରିବାର ପଜିଟିଭ ଚିହ୍ନଟ ହୋଇଛନ୍ତି।  ଆଉ  ୧୯ ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ ଶ୍ରୀମନ୍ଦିର କର୍ମଚାରୀ ବୋଲି ସୂଚନା ମିଳିଛି। ତେବେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କାରଣ କୁମ୍ଭ […]

  • Tuesday, 13 July 2021
covid delhi
ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧,୩୪୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭୟଙ୍କର ରୂପ ନେଉଛି। ଦିନକୁ ଦିନ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ପ୍ରତିଦିନ କରୋନା ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟରୁ  ଜଣାଯାଇଛି, ଦିନକରେ ଦେଶରେ ୧୩୪୧ ଲୋକଙ୍କର ମୃତ୍ୟୁ ଘଟିଛି। ସେହପରି ୨୪ ଘଣ୍ଟାରେ ୨, ୩୪, ୬୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]

  • Tuesday, 13 July 2021
corona01
ରାଜ୍ୟରୁ ବାହାରିଲେ ୩୧୪୪ କରୋନା ସଂକ୍ରମିତ, ସୁନ୍ଦରଗଡରୁ ୫୨୩

ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧୩୨୧ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ସୁନ୍ଦରଗଡ ଓ ଖୋର୍ଦ୍ଧା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ସୁନ୍ଦରଗଡରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ […]

  • Tuesday, 13 July 2021
covid-19
କରୋନା ବିସ୍ଫୋରଣ: ଦେଶରେ ଦୈନିକ ୨ ଲକ୍ଷ ଛୁଇଁଲା ସଂକ୍ରମଣ, ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା […]

  • Tuesday, 13 July 2021