• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

covid 19
ଦକ୍ଷିଣ ଆଫ୍ରିକା ଫେରନ୍ତା ଗଞ୍ଜାମ ବ୍ୟକ୍ତି କରୋନା ପଜିଟିଭ୍

ଭୁବନେଶ୍ୱର: ଗଞ୍ଜାମକୁ ଫେରିଥିବା ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଶରୀରରେ ଥିବା ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠା ଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ସୂଚନା ମିଳିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠାଯାଇଥିଛି। ତେବେ ରିପୋର୍ଟ ଆସିବା ପରେ ଷ୍ଟ୍ରେନ୍ ନେଇ […]

  • Tuesday, 13 July 2021
wear-mask
ଚିନ୍ତା ବଢ଼ାଉଛି କରୋନା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତେବାସୀଙ୍କ ପାଇଁ ଜାରି ହେଲା କଡ଼ା ନିର୍ଦ୍ଦେଶନାମା

ସମ୍ବଲପୁର: ସମ୍ବଲପୁର ବୁର୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।ବାହାରକୁ ଯଦି କୌଣସି ଛାତ୍ର ଯାଆନ୍ତି, ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଫେରି ଆସିବାକୁ ହଷ୍ଟେଲ୍‌ ୱାର୍ଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଛାତ୍ରୀମାନେ ମଧ୍ୟ ହଷ୍ଟେଲ୍‌କୁ ଫେରି ଆସିବାକୁ ୱାର୍ଡେନ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରକ୍ଷା […]

  • Tuesday, 13 July 2021
night-curfew
ଏହି ସ୍ଥାନରେ ଆଉ ୨ ସପ୍ତାହ ଯାଏ ବଢ଼ିଲା ନାଇଟ୍‌ କର୍ଫ୍ୟୁ

ପୁଣେ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ଆଉ ୨ ସପ୍ତାହ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ଏନେଇ ପୁଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୪ ତାରିଖ ଯାଏ ପୁଣେର ସମସ୍ତ ସ୍କୁଲ୍, କଲେଜ ଓ ପ୍ରାଇଭେଟ୍ କୋଚିଂ ସେଣ୍ଟର  ବନ୍ଦ ରହିବ। ଏହାସହ ରାତି ୧୧ଟାରୁ ସକାଳ ୬ଟା ଯାଏ ସାଧାରଣ ଯାତାୟାତ ବନ୍ଦ ରହିବ। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ […]

  • Tuesday, 13 July 2021
lockdown
ମାର୍ଚ୍ଚ ୩୧ ଯାଏ ଏହି ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ‌ବଢ଼ା ଯାଇଛି। ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲକ୍‌ଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ମାସ୍କ ପିନ୍ଧିବା ସହ ସାମାଜିକ […]

  • Tuesday, 13 July 2021
PM Modi
କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଛନ୍ତି। ପୁଡୁଚେରୀର ସିଷ୍ଟର ପି. ନିଭେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, ଏମ୍ସରେ କୋଭିଡ୍ ୧୯ ଟିକାର ପ୍ରଥମ ଡୋଜ୍ ଗ୍ରହଣ କଲି। ମହାମାରୀ କରୋନା ବିରୋଧ ଲଢ଼େଇରେ ଭାରତର ଡାକ୍ତର ଓ ବୈଜ୍ଞାନିକ […]

  • Tuesday, 13 July 2021
VSSUT
ବୁର୍ଲା ଭିସୁଟ୍ ଶଟ୍‌ଡାଉନ୍‌

ସମ୍ବଲପୁର: ବୁର୍ଲା ଭିସୁଟ୍(Veer Surendra Sai University of Technology)ରେ  କରୋନା ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସୁଟ୍‌କୁ ଶଟ୍‌ଡାଉନ୍‌‌ କରାଯାଇଛି। ବୁର୍ଲା ଭିସୁଟ୍‌ରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭିସୁଟ୍ ହଷ୍ଟେଲ୍‌ ଗୁଡ଼ିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଥିବା ଭିସୁଟ୍‌ର ୧୧ଟି ହଷ୍ଟେଲ ମଧ୍ୟରେ ରହିଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, […]

  • Tuesday, 13 July 2021
odisha
ବାହାର ରାଜ୍ୟରୁ ଓଡ଼ିଶା ଫେରିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଫେରିଥିବା ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଏହି ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଅନ୍ୟ ଜଣେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ପୁଣି ଥରେ […]

Health Minister Naba Das
ପରିସ୍ଥିତି ବିଗିଡ଼ିଲେ ଲକ୍‌ଡାଉନ୍‌ ହୋଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁତ କଷ୍ଟରେ କରୋନା ନିୟନ୍ତ୍ରଣକୁ ଆସିଛି। ହେଲେ ଏବେବି ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ଏସ୍‌ଆର୍‌ସି ଗାଇଡ୍‌ଲାଇନ୍ସ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜେସନ୍‌, ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ମନ୍ତ୍ରୀ ନବ ଦାସ ଆହୁରି କହିଛନ୍ତି, ‘ଯଦି ଜନସାଧାରଣ କୋଭିଡ୍‌ କଟକଣା ପାଳନ କରନ୍ତି, ତା’ହେଲେ ଆମକୁ ଆଉ ଲକ୍‌ଡାଉନ୍‌ […]

  • Tuesday, 13 July 2021
bans all gatherings
ଫେରୁଛି କରୋନା ସଂକ୍ରମଣ; ଏହି ରାଜ୍ୟରେ ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବ୍ୟାନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୮ ଦିନ ପାଇଁ ଯଦି ଲୋକମାନେ କରୋନା ଗାଇଡ୍‌ଲାଇନ୍ସ ପାଳନ ନକରନ୍ତି ତା’ହେଲେ ମହାରାଷ୍ଟ୍ରରେ ପୁଣିଥରେ ଲକ୍‌ଡାଉନ୍ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ମହାରାଷ୍ଟ୍ର […]

  • Tuesday, 13 July 2021
night-curfew.
ଦିନକରେ ୮୪୯ କରୋନା ପଜିଟିଭ୍‌ ଚିହ୍ନଟ, ଏହି ସହରରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ପୁଣେ: ଶନିବାର ଦିନ ପୁଣେରେ ୮୪୯ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ଜିଲ୍ଲା ପ୍ରଶାସନ ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏ ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରହିବ। ଏନେଇ ପୁଣେ ଡିଭିଜନାଲ୍‌ କମିଶନର ସୂଚନା ଦେଇଛନ୍ତି। ଆସନ୍ତାକାଲିଠାରୁ […]

  • Tuesday, 13 July 2021
lockdown
ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ହୋଇପାରେ ଲକ୍‌ଡାଉନ୍: DMET ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଆବଶ୍ୟକ ନାହିଁ। କିନ୍ତୁ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଲକ୍‌ଡାଉନ୍ କରାଯାଇପାରେ। ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି। ବିଟ୍ରେନ୍ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କଟକଣା ଜାରି ହୋଇଛି। ହେଲେ ଓଡ଼ିଶା ରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦି ଆବଶ୍ୟକ ପଡ଼େ ପୂର୍ବ ଭଳି କଟକଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡିଏମ୍ଇଟି […]

lockdown
ମହାରାଷ୍ଟ୍ରରେ ବଢ଼ୁଛି କରୋନା ସଂକ୍ରମଣ; ଓଡ଼ିଶାକୁ ଚେତାବନୀ

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ରରେ କରୋନା ଏହାର କାୟା ବିସ୍ତାର କରିଛି। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଲକ୍‌ଡାଉନ୍ ମଧ୍ୟ‌ ଘୋଷଣା ହୋଇଛି। ତେବେ କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନର‌, ପୋଲିସ୍‌ କମିଶନର, ସମସ୍ତ […]

  • Tuesday, 13 July 2021
lockdown
ପୁଣି ଏହି ରାଜ୍ୟକୁ ଫେରିଲା କରୋନା ଡର, ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରକୁ ପୁଣି ଫେରିଲା କୋଭିଡ ଡର। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୫ ଦିନ ପରେ ଗୋଟିଏ ଦିନରେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସପ୍ତାହେ ହେବ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହେଲେ ଗୁରୁବାର ଦିନ ଏହି ସଂଖ୍ୟା ୫ ହଜାର ଅତିକ୍ରମ କରିଛି। ଗତ କିଛି ଦିନ ଧରି ମହାରାଷ୍ଟ୍ରର ଅମରାବତୀ ଓ […]

  • Tuesday, 13 July 2021
mask-marriage
ବାହାଘରରେ ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ : ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ନବମ ଏକାଦଶ ପରୀକ୍ଷା

ଭୁବନେଶ୍ୱର : ବିବାହ ଉତ୍ସବରେ ଆସିଥିବା ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ। ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛିନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ ଏପରି ସାମୁହିକ କାର୍ଯ୍ୟରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ମାନିବେ ଆୟୋଜକ, ନେହେଲେ କଡ଼ା ଦଣ୍ଡବିଧାନ ରହିଛି । […]

  • Tuesday, 13 July 2021
students..
ଗୋଟିଏ ଟ୍ୟୁସନ୍‌ ସେଣ୍ଟରରୁ ୯୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ଥିରୁଅନନ୍ତପୁରମ୍‌: କିଛିଦିନ ତଳେ କେରଳର ମାଲାପ୍ପୁରମ୍‌ର ୨ଟି ସ୍କୁଲ୍‌ରୁ ୧୯୨ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୧ ଜଣ ଛାତ୍ରଛାତ୍ରୀ ଗୋଟିଏ ଟ୍ୟୁସନ୍‌ ସେଣ୍ଟରରେ କ୍ଳାସ୍‌ କରିଥିଲେ ବୋଲି ଜଣାପଡ଼ିଛି। ଶିକ୍ଷା ଅଧିକାରୀ ରମେଶ କୁମାର ଜାତୀୟ ଗଣମାଧ୍ୟମ NDTVକୁ ସୂଚନା ଦେଇ କହିଛନ୍ତି, କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ୧୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧ ଜଣ ଗୋଟିଏ ଟ୍ୟୁସନ୍‌ ସେଣ୍ଟରରେ କ୍ଲାସ୍‌ କରିଥିଲେ। ବର୍ତ୍ତମାନ ସେହି […]

cinema-hall
ଫେବୃଆରୀ ୧ରୁ ୧୦୦% ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍

ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍‌ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି। ଏହା ଦ୍ୱାରା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଓ ହଲ୍ ମାଲିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ମାସରୁ ସିନେମା ହଲ୍ ବନ୍ଦ […]

  • Tuesday, 13 July 2021
Anganwadi..
ଫେବୃଆରୀ ୧ରୁ ଖୋଲିବ ଅଙ୍ଗନବାଡ଼ି

ଭୁବନେଶ୍ୱର: ଫେବୃଆରୀ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ କରିବାକୁ ଫେବୃଆରୀ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗକୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଫେବୃଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ସେହିପରି ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ।  ଏସ୍ଓପି ପାଳନ କରି ସିନେମା ହଲ୍, […]

  • Tuesday, 13 July 2021
vaccine
ଦେଶରେ କରୋନା ଟିକାକରଣ ଅଭିଯାନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଦେଶରେ କରୋନା ଟିକାକରଣ ଅଭିଯାନରେ ପ୍ରଥମ ସ୍ଥାନରେ ଓଡ଼ିଶା। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ କରୋନା ଟିକାକରଣ ହାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି। ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ରହିଛନ୍ତି। ରାଜ୍ୟରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ […]

  • Tuesday, 13 July 2021
vaccine
କରୋନା ଟିକା ନେବାର ୨ ଦିନ ପରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ

ନୂଆପଡ଼ା(ମାୟାଧର ସରାଫ‌): କରୋନା ଟିକା ନେଇଥିବା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ଦିଆନମୁଣ୍ଡାର ନାନିକରାମ୍ କେଉଟ। କରୋନା ଟିକା ନେବା ପରେ ନାନିକରାମ୍‌ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଗତ ୨୩ ତାରିଖରେ ନାନିକରାମ୍ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନୂଆପଡ଼ା ଓ ପରେ ବୁର୍ଲା […]

  • Tuesday, 13 July 2021
corona testing
ପୁଣି ଉପର ମୁହାଁ ହେଉଛି କି କରୋନା ଗ୍ରାଫ୍‌ ? ଆଜି ବି ବାହାରିଲେ ୨ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୀର୍ଘ ୪୦ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଥିବାବେଳେ ଗତକାଲିଠାରୁ ପୁଣି ବଢ଼ଛି। ଗତକାଲି ୨,୦୮,୯୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ୨,୧୧,୨୭୫ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟାରେ ଦେଶରୁ ୩,୮୪୧ ଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କାଟି […]

corona testing
ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲାକ ସମ୍ପର୍କ ବିଭାଗ । ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। […]

chlild affected by corona
ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ ଲହର ?

ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି ଦେଖିଲେ ଲାଗୁଛି ଯେମିତି ଚାଲି ଆସିଲା କି କରୋନାର ତୃତୀୟ ଲହର ? ରାଜସ୍ଥାନରେ ଏପ୍ରିଲ ଏବଂ ମେ’ରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି […]

  • Tuesday, 13 July 2021
covid-hospital-1
୪୨ ଦିନରେ ସବୁଠାରୁ କମ୍‌ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । ଗତ ୪୨ ଦିନରେ ସବୁଠାରୁ କମ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୫ ହଜାର ୬୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ୧ ଲକ୍ଷ ୮୫ ହଜାର […]

  • Tuesday, 13 July 2021
wuhan
ଚୀନର ଉହାନ ଲାବରୁ ବ୍ୟାପିଥିଲା କରୋନା ! ଗୋଇନ୍ଦା ରିପୋର୍ଟ କଲା ଏମିତି ଖୁଲାସା

ନୂଆଦିଲ୍ଲୀ: କରୋନା ଭାଇରସ ପୃଥିବୀକୁ ଆସି ଏପରି ଆତଙ୍କ ସୃଷ୍ଟି କରିବା ପ୍ରାୟ ଦେଢ ବର୍ଷ ହୋଇଗଲା । ଆଜିଯାଏ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ସେତିକି ନୁହେଁ, ଭାଇରସର ଉତ୍ପତି କେଉଁଠୁ ହେଲା ଏବଂ କେମିତି ହେଲା ତାହା ମଧ୍ୟ ଜାଣି ହେଲାନାହିଁ । ଇତିମଧ୍ୟରେ ଆମେରିକା ଗୋଇନ୍ଦା ରିପୋର୍ଟ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଗୁରୁତ୍ବପୁର୍ଣ ତଥ୍ୟ ପ୍ରକାଶ କରିଛି । ଗୋଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି, ପୃଥିବୀକୁ କରୋନା ଭାଇରସ […]

  • Tuesday, 13 July 2021
corona positive
ଦେଶରେ କମୁନି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪୪୫୪ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି  ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]