ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍ ହସ୍ପିଟାଲ୍ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ-ରମେଶ ସାହୁ, ଇଶ୍ୱର ରାଓ, ବନ୍ଦନା ଗଜ୍ମାଲା, ଭାଗ୍ୟଶ୍ରୀ […]
ଭୁବନେଶ୍ୱର: କରୋନାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଛି ମହାମାରୀ କରୋନା। ଏପରିକି ୧୮ ବର୍ଷରୁ କମ୍ ବୟସର ପିଲା ବି କରୋନା ସଂକ୍ରମିତ ହେଉଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ନୂଆ ତଥ୍ୟ ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲା ଓ ଶିଶୁ ଅଧିକ ସଂକ୍ରମିତ ହେଉଥିବା ବିଜୟ ପାଣିଗ୍ରାହୀ କହିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ‘କରୋନାର […]
ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍ ସହରରେ କଡ଼ା କଟକଣା ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏ ଖଡ଼ିଆଳ NAC ଅଞ୍ଚଳରେ କଟକଣା ଆସନ୍ତାକାଲିଠୁ ଖଡ଼ିଆଳ NAC ଅଞ୍ଚଳରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ନୂଆପଡ଼ା: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଲାଗୁ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଛତିଶଗଡ଼ ସୀମାର ୧୦ଟି ଜିଲ୍ଲାର ସହାରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ଅବଧି ବଢ଼ିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ […]
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ଦୈନିକ କରୋନା ପଚିଟିଭ୍ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]
ନୂଆପଡ଼ାରେ କାୟା ବିସ୍ତାର କରୁଛି କରୋନା ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ ଏହି ସମୟରେ ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିବ ନୂଆପଡ଼ା: ଲଗାତାର ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୭୩୩ ଜଣ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୨୫୬ ରହିଛି। ନୂଆପଡ଼ା […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ […]
୪ ଦିନ ପାଇଁ ସିନାପାଲି ଗ୍ରାମ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା ଅତି ଜରୁରୀ ନଥିଲେ ୪ ଦିନ ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଯିବାକୁ ପରାମର୍ଶ ନୂଆପଡ଼ା: କରୋନାର ଦ୍ୱିତୀୟ ଲହର ଆସିବା ପରେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମା ସିନାପାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା […]
ମୁମ୍ବାଇ: ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି। ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ […]
ପୁରୀ: ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ଚେକିଂ କଡ଼ାକଡ଼ି ହୋଇଛି। ମାସ୍କ ଅମାନିଆଙ୍କ ପାଇଁ କିଛିଦିନ ତଳେ ଜରିମାନା ପରିମାଣ ରାଜ୍ୟ ସରକାର ବଢ଼ାଇଛନ୍ତି। ଯେଉଁମାନେ ମାସ୍କ ପିନ୍ଧି ନଥିବେ ଓ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା […]
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ […]
ଭଦ୍ରକ: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ମନ୍ଦିର ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ୍ ତାଙ୍କୁ ମାଡ଼ ମାରି ଫାଣ୍ଡିରେ ଅଟକ ରଖିଥିଲା। ଫାଣ୍ଡି ଭିତରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍ ୫ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି […]
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୭୨୬ ରହିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍ ମିଡିଆରେ […]
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୫୭୧ ରହିଛି ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଲା ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୯ ନୂଆ କରୋନା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। କରୋନାରେ ଆଜି ରାଜ୍ୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୬ରେ ପହଞ୍ଚିଛି। ଗତକାଲି ରାଜ୍ୟରେ ୧,୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଗଞ୍ଜାମ ଜିଲ୍ଲାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୩୭୪ ନୂଆ କରୋନା […]
ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ ଯେଉଁ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବ, ସେମାନଙ୍କୁ ହିଁ କେବଳ ଟ୍ରେନ୍ରେ ଯାତ୍ରା ପାଇଁ ଅନୁମତି ମିଳିବ ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍ୱେ କହିଛି। ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ […]
ନାଗପୁର: ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍ ଟ୍ରିଟ୍ ହସ୍ପିଟାଲ୍ରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଥିବା […]
ଭୁବନେଶ୍ୱର: ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ କଟକଣା ଲାଗିପାରେ। ଆସନ୍ତାକାଲିଠୁ ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ୍ ସେବା ବନ୍ଦ ରଖିବା ନେଇ ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅନ୍ୟ ଅନୁଷ୍ଠାନରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିକି କୋଭିଡ୍ ଯୋଦ୍ଧା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତରଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ରେ ଭର୍ତ୍ତି […]
ଭୁବନେଶ୍ୱର: ରାଜ୍ୟରେ ୯ଶହ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଲାଗୁ କରାଯାଇଛି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ RTPCR ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ […]
ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏ ଲକ୍ଡାଉନ୍ କଟକଣା ଲାଗୁ ହେବ। ଯେଉଁସବୁ ସହର ଗୁଡ଼ିକରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି। ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁସାରେ, ‘ମଧ୍ୟପ୍ରଦେଶର ଯେଉଁ ସବୁ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ଡରାଇଲାଣି ମହାମାରୀ କରୋନା। ଦିନକୁ ଦିନ ଏହା ବେକାବୁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ପୁଣିଥରେ ଭୁବନେଶ୍ୱର ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ୪ ଦିନ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ୟୁନିଟ-୧ ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୫୧୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୩୬୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୧ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ଆକ୍ଟିଭ୍ କେସ୍-୪,୮୮୮ ଥିବାବେଳେ ୩ ଲକ୍ଷ ୩୮ ହଜାର ୬୬୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି Covid-19 […]
ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(GIET) ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। ଫଳରେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି […]