• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona
ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ […]

corona virus
ଉପରମୁହାଁ ହେଉଛି କରୋନା: ଗୋଟିଏ ଦିନରେ ବାହାରିଲେ ୫୯ ହଜାରରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି। ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ […]

  • Tuesday, 13 July 2021
vssimsar
ଆଜିଠୁ ୧୯ ଯାଏ ଭିମ୍‌ସାର୍‌ର ସମସ୍ତ OPD ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍‌ସାର୍‌)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ। ସେହିପରି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟ୍‌)କୁ […]

  • Tuesday, 13 July 2021
nit
ନିଟ୍‌ର ୩ ଛାତ୍ର କରୋନା ପଜିଟିଭ

ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍‌ରେ ରଖା ଯାଇଛି। NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ […]

  • Tuesday, 13 July 2021
corona
କଟକ ସହରରୁ ବାହାରିଲେ ଆଉ ୧୬ କରୋନା ଆକ୍ରାନ୍ତ, ଲୋକାଲ୍‌ କେସ୍ କେବଳ‌ ୮

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୨ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୮ଟି ଲୋକାଲ କେସ୍ ରହିଛି। କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
coronavirus
ହସ୍ପିଟାଲ୍‌ରେ ଆଖି ବୁଜିଲେ ସିପାହୀ, ମୃତ୍ୟୁ ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌

ଭୁବନେଶ୍ୱର: କରୋନାରେ ଭୁବନେଶ୍ୱର ସପ୍ତମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ହୋଇଛି। ସିପାହୀ ଜଣକ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେହିଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କମିଶନରେଟ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।  

  • Tuesday, 13 July 2021
EXtOIbPU8AENRU2
ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ, ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ […]

  • Tuesday, 13 July 2021
coronavirus
ଓଡ଼ିଶାରେ ଆଉ ୬୧୬ କରୋନା ଆକ୍ରାନ୍ତ‌ ଚିହ୍ନଟ, କେବଳ ଗଞ୍ଜାମରୁ ଚିହ୍ନଟ ହେଲେ ୨୮୩

ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
Corona
ଭୟଙ୍କର ହେଉଛି କରୋନା ସ୍ଥିତି, ଆଜି ଚିହ୍ନଟ ହେଲେ ୧୭୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ […]

  • Tuesday, 13 July 2021
shutdown in cuttack
କଟକ ସହରରୁ ହଟିଲା ସଟ୍‌ଡାଉନ୍‌, ହେଲେ ଜାରି ରହିବ ଶନିବାର ଓ ରବିବାର ସଟ୍‌ଡାଉନ୍‌ କଟକଣା

କଟକ: ଆଜିଠୁ କଟକ ସହରରୁ ସଟ୍‌ଡାଉନ୍ କଟକଣା ହଟିଛି‌। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ କଟକଣାକୁ ହଟାଇବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ ଦେକାନ ବଜାର ଖୋଲା ରହିବ। ସନ୍ଧ୍ୟା ୭ଟାରୁ […]

  • Tuesday, 13 July 2021
shopping mall
କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ...

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ଆସନ୍ତାକାଲିଠୁ ହଟିବ। ଏ ନେଇ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି। ସ୍ଥିତିର ସମୀକ୍ଷା କରାଯାଇ ସଟ୍‌ଡାଉନ୍‌ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ […]

  • Tuesday, 13 July 2021
odisha
ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ନବରଙ୍ଗପୁର: ନବରଙ୍ଗପୁର ପଲିଟେକନିକ୍‌ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍(TMCs)ରୁ ଜଣେ ବିଏସ୍ଏଫ୍ ଯବାନ ଫେରାର ହୋଇ ଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି। ଗତ ୨୪ ତାରିଖରେ ଯବାନ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଟିଏମ୍‌ସିରେ ରଖାଯାଇଥିଲା। ଏହାପରେ ଯବାନ ଜଣଙ୍କ ୧୦ ତାରିଖରୁ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ ଫେରାର ଥିବା ସୂଚନା […]

  • Tuesday, 13 July 2021
lockdown
ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NACକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍ ନେଇ ଘୋଷଣା ହୋଇଛି। ଆଜି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ନୂଆ ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ମ୍ୟୁନିସିପାଲିଟିରୁ ୨୦ ଜଣ ବାଲିମେଳା NACରୁ ୧୫ ଏବଂ ଖଇରପୁଟ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଆଉ […]

  • Tuesday, 13 July 2021
Imran Khan
ଇମ୍ରାନ ଖାନ୍‌ କରୋନା ଆକ୍ରାନ୍ତ; ଦୁଇଦିନ ତଳେ ନେଇଥିଲେ ଚାଇନା ଟିକା

ଇସ୍‌ଲାମବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଶେଷ ସହୟକ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପାଇବା ପରେ ଇମ୍ରାନ ହୋମ ଆଇସୋଲେସନରେ ଅଛନ୍ତି। ପାକିସ୍ତାନରେ ଏବେ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀ ଟିକା ନେଉଛନ୍ତି। ଇମ୍ରାନଙ୍କ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଚାଇନା ଦ୍ୱାରା ପ୍ରସ୍ତୁତ ‘ସିନୋଫର୍ମ’ ଟିକା ନେଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା […]

  • Tuesday, 13 July 2021
EXjQ3H-WAAAniMw
ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ସମସ୍ତ ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ […]

  • Tuesday, 13 July 2021
corona-1111
ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର: କାଲି ଥିଲା ୧୧୦, ଆଜି ୧୨୦

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା  ପୁଣି ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍‌ରୁ […]

  • Tuesday, 13 July 2021
Coronavirus
୨୧ ଜିଲ୍ଲାରୁ ଆଉ ୫୯୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଓଡ଼ିଶାରେ ୧୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
rourkela hospital
କାଲିଠୁ ବନ୍ଦ ରହିବ ରାଉରକେଲା ସରକାରୀ ଡାକ୍ତରଖାନା OPD

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରିଛି। ଆସନ୍ତାକାଲିଠୁ ରାଉରକେଲା ସରକାରୀ ଡାକ୍ତରଖାନାର OPD ବନ୍ଦ ରହିବ। ଜୁଲାଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ OPD ବନ୍ଦ ରହିବ। ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। […]

  • Tuesday, 13 July 2021
corona
ଜଟଣୀ BSF କ୍ୟାମ୍ପ୍‌ରେ ପଶିଲା କରୋନା, ୨ ଯବାନ ସଂକ୍ରମିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ BSF କ୍ୟାମ୍ପ୍‌ରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି। କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍‌ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍‌ରେ ଥିଲେ। ସ୍ୱାବ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛଇ। ତେଣୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି […]

  • Tuesday, 13 July 2021
11am-corona
ରାଜ୍ୟକୁ ପୁଣି ଫେରିଲା କି କରୋନା ? ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦

ଭୁବନେଶ୍ୱର: ସାରା ଦେଶରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବାବେଳେ ଆଜି ଓଡ଼ିଶାର ତାଲିକା ଏହି ଚିନ୍ତାକୁ ଆହୁରି ତେଜିଛି। ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି। ଆଜି ରାଜ୍ୟରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୬୪ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଆଜି ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୦ କରୋନା […]

  • Tuesday, 13 July 2021
corona-new
ଫେରୁଛି କରୋନା ! ଦିନକରେ ୩୬ ହଜାର ପିଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କଡ ଲେଉଟେଇଛି କରୋନା । କ୍ରମାଗତ ଭାବେ ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ।   ଗତ ୨୪ ଘଣ୍ଟାରେ ୩୫ହଜାର ୮୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୩ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ ବୋଲି ରିପୋର୍ଟରୁ ଜଣାଯାଇଛି। ଏଯାବତ୍ ଦେଶରେ ୧କୋଟି ୧୪ ଳକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୮ ଦିନ […]

  • Tuesday, 13 July 2021
corona 1
କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୪ କରୋନା ଯୋଦ୍ଧା

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୪ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୫ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଭୁବନେଶ୍ୱରରୁ […]

  • Tuesday, 13 July 2021
corona
ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ଟି କ୍ୱାରେଣ୍ଟିନ୍‌, ୧୨ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୧୪ଜଣ ସୁସ୍ଥ ହୋଇଥିବାବେଳେ ୩୧୭ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
vaccine-1
ଧମକ ଦେଲା ଚାଇନା-ଆମ ଟିକା ନ ନେଲେ ମିଳିବନି ଭିସା

ନୂଆଦିଲ୍ଲୀ: ନିଜର ଅବହେଳା ପାଇଁ ସାରା ବିଶ୍ୱକୁ କରୋନା ପରି ବିପଦ ମୁହଁକୁ ଠେଲି ଦେଇଥିବା ଚୀନ ପୁଣି ଏବେ  ଟିକାକୁ ନେଇ ଦାଦାଗିରି ଦେଖଉଛି। ଇତି ମଧ୍ୟରେ ଅନେକ ଦେଶ କରୋନା ଭାକ୍ସିନ ବାହାର କରିଥିବାବେଳେ ଚାଇନା ବି ପଛରେ ପଡ଼ିନାହିଁ। ତେବେ ଚୀନ୍ ଦ୍ୱାରା ବିକଶିତ ଟିକା ନେବାକୁ ଅନେକ ଦେଶ ଅମଙ୍ଗ ହେଉଛନ୍ତି । ବିଶ୍ୱସ୍ତରରେ ଆସ୍ଥା ସାଉଁଟି ପାରୁନି  ଚାଇନା ପ୍ରସ୍ତୁତ ସିନୋଭ୍ୟାକ୍। ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଲୋକଙ୍କୁ ଟିକା […]

  • Tuesday, 13 July 2021
child-vaccination
ଶିଶୁଙ୍କ ପାଇଁ ଆସିଲା କରୋନା ଭାକ୍ସିନ

ନୂଆଦିଲ୍ଲୀ: ଶିଶୁଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍। ଏଥିପାଇଁ ଭାକ୍ସନ ‘କିଡ୍‌କୋଭ୍‌’ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି।  ଏ ନେଇ ଆମେରୀକିୟ ଫାର୍ମା କମ୍ପାନୀ ମଡର୍ଣ୍ଣା ପକ୍ଷରୁ ଘୋଷଣା କରାଯାଇଛି। ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୬ ମାସରୁ ୧୧ ବର୍ଷ ବୟସର ଶିଶୁଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି । ୬ହଜାର ୭୫୦ ଜଣ ଶିଶୁଙ୍କୁ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପଯର୍ୟାୟରେ ବଡ ପିଲାଙ୍କୁ ଏହି ଟିକା ଦିଆଯିବ। […]

  • Tuesday, 13 July 2021