• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

malkangiri
୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ଆସିବାକୁ ବାରଣ

ମାଲକାନିଗିରି: ୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ଆସିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ , କଟକ, ଭଦ୍ରକ, ଖୋର୍ଦ୍ଧା(ଭୁବନେଶ୍ୱର ମଧ୍ୟ), ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର, ଜଗତସିଂହପୁର ରହିଛି। ଅତି ଆବଶ୍ୟକ ପଡ଼ିଲେ ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଆସିବେ, ସେମାନେ ୧୪ଦିନ ସରକାରୀ କ୍ୱାରେଣ୍ଟିନ୍‌‌ କିମ୍ବା ପେଡ୍‌ କ୍ୱାରେଣ୍ଟିନ୍‌ରେ ରହିବେ ବୋଲି ଚିଠିରେ […]

  • Tuesday, 13 July 2021
shutdown
କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍‌ସି କହିଲା FAKE

କଟକ: କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଫେକ୍‌ ନ୍ୟୁଜ୍‌ ଭାଇରାଲ ହେଉଛି। ଏହି Forwarded ମେସେଜ୍ ଫେକ୍‌ ଓ ଏହା ଉପରେ ବିଶ୍ୱାସ ନ କରିବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି। କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଏବେ ସୁଦ୍ଧା କୌଣସି ଅଫିସିଆଲ୍‌ ଅର୍ଡର ଆସି ନ ଥିବା CMC ପକ୍ଷରୁ କୁହାଯାଇଛି। ‌ ସୂଚନାଥାଉ କି, କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି […]

  • Tuesday, 13 July 2021
corona 11
ଓଡ଼ିଶାରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଗଞ୍ଜାମରୁ ୨ଜଣ, ପୁରୀରୁ ଜଣେ, କଟକରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସେହିପରି କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ […]

  • Tuesday, 13 July 2021
coronavirus
ଓଡ଼ିଶାରେ ଆଉ ୫୭୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୫୭୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୭୦ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୮୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ […]

EbfoyOHWsAItSIJ
ଅନୁଗୁଳ ଆସିବା ପାଇଁ ଏହି ୨ ଜିଲ୍ଲାବାସୀଙ୍କୁ ମନା

ଅନୁଗୁଳ: ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା। ଯଦି ଏହି ୨ ଜିଲ୍ଲାରୁ କୌଣସି ବ୍ୟକ୍ତି ଜରୁରୀ କାମରେ ଅନୁଗୁଳ ଆସନ୍ତି, ତା’ହେଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଧ୍ୟତାମୂଳକ ବୋଲି କୁହାଯାଇଛି।  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ କରୋନା ହଟ୍‌ସ୍ପଟ୍‌ ହୋଇଛି। ଗଞ୍ଜାମରେ କରୋନା ସଂକ୍ରମିତ ଓ […]

  • Tuesday, 13 July 2021
facebook
‘ଡିଜିଟାଲ୍‌ ପ୍ଲାଟଫର୍ମରେ ଅଭିଯୋଗ କଲେ ୭୨ ଘଣ୍ଟା ମଧ୍ୟରେ ମିଳିବ ଉତ୍ତର’

ଭଦ୍ରକ: ମହାମାରୀ କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନ ଆସି ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଅଭିଯୋଗ କରିବାର ୭୨ ଘଣ୍ଟା ମଧ୍ୟରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟର୍‌‌ , ଫେସବୁକ ଆଇଡି ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି […]

  • Tuesday, 13 July 2021
quarantine
ହୋମ୍ ଆଇସୋଲେସନ୍ ନେଇ SOP ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍ ନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ SOP ଜାରି ହୋଇଛି। ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଯେଉଁମାନେ ହୋମ୍ ଆଇସୋଲେସନ୍‌ରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି SOP ଜାରି କରାଯାଇଛି। SOPରେ କୁହାଯାଇଛି, ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ବ୍ୟକ୍ତି ବସ୍ତି ବାସିନ୍ଦା ହୋଇ ନ ଥିବେ ଓ ଘରେ ଆଇସୋଲେସନ୍‌ ସୁବିଧା ଥିବା ନିହାତି ଜରୁରୀ। ସେଲ୍ଫ ଆଇସୋଲେସନରେ ରହିବା ନେଇ ଅଣ୍ଡରଟେକିଂ ମଧ୍ୟ […]

  • Tuesday, 13 July 2021
cuttack
ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

କଟକ: ଓଡ଼ିଶାର କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କେହି କଟକ ସହରକୁ ଆସିବେ, ତା’ହେଲେ ସେମାନେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଏନେଇ କଟକ ମହାନଗର ନିଗମ(CMC ) କମିଶନର ସୂଚନା ଦେଇଛନ୍ତି। କଟକ ଜିଲ୍ଲାର ହଟ୍‌ସ୍ପଟ୍‌ ବ୍ଲକରୁ କଟକ ସହରକୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। କେବଳ ଜିଲ୍ଲା ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ବି ଏଣିକି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଯଦି କୌଣସି ବ୍ୟକ୍ତି ଏହି […]

  • Tuesday, 13 July 2021
harsabardhan
ସଚେତନ ରୁହ, ଏବେ ବି ଭୟ ଯାଇନି-କରୋନାକୁ ନେଇ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏବେ ଭ୍ୟାକ୍ସିନ୍ ମଧ୍ୟ ଆସିସାରିଛି । ତେବେ ଏହାର ଅର୍ଥ ନୁହେଁ ଯେ ଆମେ କରୋନାକୁ ହାଲ୍‌କା ଭାବେ ନେବା ।  ଅବହେଳା କରିବା । ଦେଶରେ ଏବେ ଯେଉଁ ୬ଟି ରାଜ୍ୟରେ କୋଭିଡ୍ କେସ୍ ବଢୁଛି ତାହା କେବଳ ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ  ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କରୋନା ଏବେ ମଧ୍ୟ ସମ୍ପୂର୍ଣ୍ଣ ଯାଇନି। ଏଥିପ୍ରତି ସତର୍କ […]

  • Tuesday, 13 July 2021
corona
ଗଜପତିବାସୀଙ୍କୁ ଗଞ୍ଜାମ, ଶ୍ରୀକାକୁଲମ ଯିବାକୁ ବାରଣ

ଗଜପତି: ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ […]

  • Tuesday, 13 July 2021
corona
କଟକ ସହରରୁ ବାହରିଲେ ଆଉ ୧୬ କରୋନା ପଜିଟିଭ୍‌

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ରୁ ୧୩ ସରକାରୀ କ୍ୱାରେଣ୍ଟିନ୍‌, ଜଣେ ପେଡ୍‌ କ୍ୱାରେଣ୍ଟିନ୍‌ ଓ ୨ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ୍‌ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇଥିବାବେଳେ ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଆଜି ସର୍ବାଧିକ ୭୫୫ […]

  • Tuesday, 13 July 2021
assembly
ଓଡ଼ିଶା ବିଧାନସଭା ସଟ୍‌ଡାଉନ୍

ଭୁବନେଶ୍ୱର: ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍‌ଡାଉନ୍‌ ଘୋଷଣା ହୋଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସଟ୍‌ଡାଉନ୍‌ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ କେବଳ ଆଜି ଦିନକ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୋମବାର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର […]

  • Tuesday, 13 July 2021
Ecik7nwUYAEZXuh
ଗଞ୍ଜାମରେ ଚିନ୍ତା ବଢ଼ାଇଲା କରୋନା, ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ […]

Coronavirus
ଓଡ଼ିଶାରେ ଆଜି ସର୍ବାଧିକ ୭୫୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ 755 ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୪୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]

shutdown
ସପ୍ତାହରେ ୨ ଦିନ ସଟ୍‌ଡାଉନ୍‌ ହେବ ରାଉରକେଲା ସହର

ରାଉରକେଲା: କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଅର୍ଥାତ୍‌ ଶନିବାର ଏବଂ ରବିବାର ସଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହା ଆସନ୍ତାକାଲିଠୁ ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍‌ଡାଉନ୍‌ କଟକଣା ଲାଗୁ ହେବ। ସଟ୍‌ଡାଉନ୍‌ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ […]

coronavirus
କଟକରେ କନଷ୍ଟେବଲଙ୍କୁ କରୋନା

କଟକ: କଟକରେ କମିଶନରେଟ୍ ପୁଲିସ୍‌ର ଜଣେ‌ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମଙ୍ଗଳାବାଗ ଫାଣ୍ଡିର ଜଣେ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି। କନଷ୍ଟେବଲ ଜଣକ କୋରନା ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି। ଆଜି ୫୮ ଜଣ ପୁଲିସ୍‌ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବ। ଏ ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି SCBରୁ ମଧ୍ୟ ଆଉ ୫ ପଜିଟିଭ ଚିହ୍ନଟ […]

  • Tuesday, 13 July 2021
corona ..
ଭୁବନେଶ୍ୱରରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଟି କ୍ୱାରେଣ୍ଟିନ୍‌, ୧୮ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦୨ଜଣ ସୁସ୍ଥ ହୋଇଥିବାବେଳେ ୨୪୭ଜଣ ଚିକିତ୍ସାଧୀନ ଅଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
corona-positive
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନି, ଢିଲା ହେଉଛି କଟକଣା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ  ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। କ୍ୱାରେଣ୍ଟିନରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରୁ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। […]

  • Tuesday, 13 July 2021
vaxine
ପୂର୍ଣ୍ଣାଙ୍ଗ ରୂପ ନେଲା କୋଭାକ୍ସିନ୍; ହଟିଲା ‘ ହ୍ୟୁମାନ ଟ୍ରାଏଲ ମୋଡ଼୍‌’ ଲେବ୍‌ଲ

ନୂଆଦିଲ୍ଲୀ: ଭାରତର ନିଜସ୍ୱ କରୋନା ଟିକା-କୋଭାକ୍ସିନ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇଛି । କୋଭାକ୍ସିନକୁ ଏବେ ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଏହାଫଳରେ କୋଭାକ୍ସିନ ଟିକା ନେବା ପୂର୍ବରୁ ଆଉ ସ୍ୱୀକୃତୀ ପତ୍ର ଦସ୍ତଖତ କରି ଦେବାକୁ ପଡ଼ିବ ନାହିଁ । ଏନେଇ କୋଭାକ୍ସିନକୁ ନୀରିକ୍ଷଣ କରୁଥିବା ବିଶେଷଜ୍ଞ କମିଟି ଡିସିଜିଆଇକୁ ସୁପାରିସ କରିଛି। ବିସ୍ତୃତ ପର୍ଯ୍ୟବେକ୍ଷଣ ପରେ କୋଭାକ୍ସିନକୁ ଟ୍ରାଏଲ ମୋଡ଼୍‌ରୁ ହଟେଇବା ଲାଗି ବିଶେଷଜ୍ଞ କମିଟି ସୁପାରିସ […]

  • Tuesday, 13 July 2021
corona
ଓଡ଼ିଶାରେ କରୋନା ନେଲା ଆଉ ୪ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ୩ଜଣ, ଭଦ୍ରକରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ସେହିପରି କେନ୍ଦୁଝର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର […]

  • Tuesday, 13 July 2021
coronavirus
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୫୭୭ କରୋନା ପଜିଟିଭ୍‌, ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୫୭୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୬୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]

railway station
ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର କୌଣସି ରେଲ୍‌ୱେ ଷ୍ଟେସନ୍‌ରେ ଅଟକିବନି ପାସେଞ୍ଜର ଟ୍ରେନ୍।  ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଜାରି ରହିବ। ଗଞ୍ଜାମ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଲ୍‌ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍‌କୁ ବାତିଲ୍ କରି ଦିଆଯାଇଛି। ସେହିପରି ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍ ଟ୍ରେନ୍ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ […]

  • Tuesday, 13 July 2021
ganjam
ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ ୧୩ ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ NAC, ଜିଲ୍ଲାର ୫ଟି ବ୍ଲକ୍ ହେଡ୍‌କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ […]

  • Tuesday, 13 July 2021
scb medical
SCBରୁ ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକ SCB ମେଡିକାଲ୍‌ରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। SCB ଆଇସୋଲେସନ ଓ୍ୱାର୍ଡରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ରାପିଡ୍ ଟେଷ୍ଟ ମାଧ୍ୟମରେ ଅନ୍ୟ ବିଭାଗରୁ ଅନ୍ୟ ୩ ଜଣ ଚିହ୍ନଟ ହୋଇଛନ୍ତି। ଶିଶୁଭବନରୁ ମଧ୍ୟ ଜଣେ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ସିଏମ୍‌ସି ଅଞ୍ଚଳରୁ ମଧ୍ୟ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ଜଣେ ହୋମ୍‌ କ୍ୱାରେଣ୍ଟିନ୍‌ ଓ ଆଉ […]

  • Tuesday, 13 July 2021