ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ନୂଆ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବର୍ଗର ଲୋକଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମେ’ ୧ ତାରିଖରୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ଆରମ୍ଭ ହେବାକୁ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲକ୍ଡାଉନ୍ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଥିଲେ। ଏହି […]
ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ପୁଣିଥରେ ଏହାର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁହାର ମଧ୍ୟ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ, କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟଙ୍କର। ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି। […]
ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍ରେ ବେଡ୍ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍ ଗୁଡ଼ିକରେ ଏବେ ବେଡ୍ ଓ ଅକ୍ସିଜେନ୍ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍ଡେନ୍ […]
ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ […]
ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ କଟକରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ନିୟୋଜିତ ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି। କରୋନା […]
୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। କିଛିଦିନ ହେବ ଲଗାତାର ଭାବେ ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଶୀ ଚିନ୍ତା […]
ଶନି ଓ ରବିବାର ସଟ୍ଡାଉନ୍ ଥିବାରୁ ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ ଶନି ଓ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି […]
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହେବ। ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସପ୍ତାହାନ୍ତ ସଟ୍ଡାଉନ୍ ନେଇ SRC କହିଛନ୍ତି, ଶନିବାର ସକାଳୁ ହିଁ ସପ୍ତାହାନ୍ତ […]
ଉଜ୍ଜୈନ: ଠେଲା ଗାଡ଼ିରେ ଶୋଇଛନ୍ତି ଅସୁସ୍ଥ ମହିଳା ଓ ପାଖରେ ରଖାଯାଇଛି ଅକ୍ସିଜେନ୍ ସିଲିଣ୍ଡର। ଜଣେ ବ୍ୟକ୍ତି ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍ ସିଲିଣ୍ଡର ଧରିଛନ୍ତି। ଦେଶରେ କରୋନା ସଂକ୍ରମଣ ବେକାବୁ ଥିବାବେଳେ ଏଭଳି ଦୃଶ୍ୟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି ସମ୍ପର୍କରେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ […]
ଜିନ୍ଦ୍: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଗତକାଲି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଥିଲା। ଏସବୁ ଭିତରେ କରୋନା ଭ୍ୟାକ୍ସିନ୍ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି। କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍ସିନ୍ର କିଛି ଡୋଜ୍ ଚୋରି ହୋଇଯାଇଥିଲା ଓ ପରେ ଚୋରି କରିଥିବା ବ୍ୟକ୍ତି ଏହାକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ହରିୟାଣା ଜିନ୍ଦ୍ରେ ଘଟିଛି। ଏମିତି ଥିଲା […]
୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ଖୋର୍ଦ୍ଧାରୁ କେବଳ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଛି ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ […]
ବଲାଙ୍ଗିର: କୋଭିଡ୍ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡିକାଲ୍ ଟିମ୍କୁ ବନ୍ଧକ ରଖିଲେ ଗାଁ ଲୋକେ। କୋଭିଡ୍ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ୍ ଟିମ୍କୁ ଗ୍ରାମବାସୀମାନେ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବରଗାଁରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତ ୧୮ ତାରିଖ ଦିନ ବୈଦିପାଲି ଗାଁର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠୁ ଅଧିକ ଭୟଙ୍କର ଦେଖିବାକୁ ମିଳିଛି। ପ୍ରଥମ ଲହରରେ କରୋନାରେ ଯେତିକି ଆକ୍ରାନ୍ତ ହେଉଥିଲେ, ଦ୍ୱିତୀୟ ଲହରରେ ତା’ଠୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍ରେ କେଉଁଠି ବେଡ୍ ମିଳୁ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ହସ୍ପିଟାଲ୍ରେ ବେଡ୍ ପାଇଁ ଲୋକଙ୍କୁ ଘଣ୍ଟା […]
ନୂଆଦିଲ୍ଲୀ: ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ। ତେବେ ଏହା ଆପଣଙ୍କୁ ଗୁରୁତର ଅବସ୍ଥାକୁ ନେବ ନାହିଁ। ଏଭଳି କିଛି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ। କରୋନା ସଂକ୍ରମଣରୁ ବଞ୍ଚିବାକୁ କରୋନା ଟିକା ନେବା ପରେ ବି ଠିକ୍ ଭାବେ ମାସ୍କ ପିନ୍ଧିବା ସହ କୋଭିଡ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ୩୮ ବର୍ଷୀୟ ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଗୌରୀଶଙ୍କରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବା ପାଇଁ ପରିବାର ଲୋକ ବିଭିନ୍ନ ହସ୍ପିଟାଲ୍ ଯାଇଥିଲେ। ହେଲେ କୌଣସି ହସ୍ପିଟାଲ୍ରେ ବେଡ୍ ମିଳିନଥିଲା। ଶେଷରେ ପରିବାର ଲୋକ ନିରାଶ ହୋଇ ନୋଇଡାର […]
ନୂଆଦିଲ୍ଲୀ: ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଜୁନ୍ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା। କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର […]
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବ୍ୟାନ୍ ଲଗାଯାଇଛି। ଫଳରେ ଧାର୍ମିକ ଅନୁଷ୍ଠାନକୁ ଆଉ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ହେବ। ତେବେ ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତିକୁ ଅନୁମତି […]
କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା କଟକ ରେଲ୍ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା ଆଜି ୨ଟି ଟ୍ରେନ୍ରେ କୁମ୍ଭମେଳା ଫେରନ୍ତା ଆସିବେ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ କଟକ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା। ଗତକାଲି କଟକ ରେଲ୍ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ […]
ଚିନ୍ତା ବଢ଼ାଇଲା ଖୋର୍ଦ୍ଧା ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ଓ ୫ ଜଣଙ୍କ ମୃତ୍ୟୁ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨,୭୮୫ ଓ ଲୋକାଲ୍ କଣ୍ଟାକ୍ଟସ୍ ୧,୯୭୬ ରହିଛି ୧,୯୫୩ରେ ପହଞ୍ଚିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୁବନେଶ୍ୱର: ଚିନ୍ତା ବଢ଼ାଇଲା ଖୋର୍ଦ୍ଧା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ […]
ରାଜ୍ୟରେ ଆଗକୁ ଆହୁରି ବଢ଼ିପାରେ କରୋନା ସଂକ୍ରମଣ ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି: DMET ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବର ଆକ୍ଟିଭ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଲୋକାଲ ସ୍ତରରେ ସଂକ୍ରମିତ ଥିଲେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ […]
ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଲକ୍ଡାଉନ୍ କଟକଣା ପୂର୍ବରୁ ଦିଲ୍ଲୀରେ ୱିକ୍ଏଣ୍ଡ୍ କର୍ଫ୍ୟୁ ଲାଗୁ ହୋଇଥିଲା ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯାଇଥିଲା ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍ ଲଗାଇବା ଲାଗି ଆଜି ରାତି ୧୦ଟାରୁ ଆସନ୍ତା […]
ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍ୱେ କୋଚ୍କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ […]
ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। କେଉଁଠି ପରିଜନମାନେ ପଚାରୁ ନଥିବାବେଳେ ଆଉ କେଉଁଠି ସୁଖଦୁଃଖର ସାଥୀ ବୋଲି ଯାହାକୁ ଭାବୁଥିଲେ, ସେମାନେ ମଧ୍ୟ ମୁହଁକୁ ଟିକେ ଅନାଉ ନାହାନ୍ତି। ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ। ଆଉ ଧୀରେ ଧୀରେ ହଜି ଯାଉଛି ମାନବିକତା। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ପୋଡ଼ିବା ପାଇଁ ଜାଗା ନମିଳିବାରୁ କରୋନାରେ ଆକ୍ରାନ୍ତ ହୋଇ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। […]