ଜାକାର୍ତ୍ତା: ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।
ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି।
ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର ସଂଖ୍ୟା ଉପରେ ନଜର ରଖିବା ସହିତ ଏହାର ନିୟନ୍ତ୍ରଣ ଓ କଣ୍ଟେନ୍ମେଣ୍ଟ ଜୋନ୍ର ତଦାରଖ କରିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରକୁ ପଠାଯାଇଥିବା ଟିମ୍ରେ ଟିମ୍ର ନେତୃତ୍ୱ ପି, […]
ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୦୭ ଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ […]
ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ୍ ଲାଇନ ଓ୍ୱାର୍କରଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା ସତ୍ତ୍ୱେ କିଛି ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟ ଫ୍ରଣ୍ଟ୍ ଲାଇନ୍ ଓ୍ୱାର୍କର ଟିକା ନେବାକୁ ପଞ୍ଜିକରଣ କରି ସୁଦ୍ଧା ଟିକା ନେଉନଥିବା ଦୃଷ୍ଟିଗୋଚର ହେଉଛି। ଏନେଇ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍ଆରସିଙ୍କ ନୂଆ ଗାଇଡଲାଇନ୍ ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା ଆସିବା ପୂର୍ବରୁ ଲୋକେ କେମିତି ସତର୍କ ହେବେ, ସେ ନେଇ ସଚେତନ କରୁଛି ପୋଲିସ। ରାଜଧାନୀର ବିଏମ୍ସି ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ବିଭିନ୍ନ […]
ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟକୁ ଧୀରେ ଧୀରେ ପୁଣି ଫେରୁଛି ମହାମାରୀ କରୋନା। ଏଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ା ଭାବେ ପାଳନ କରିବାକୁ ଗତକାଲି ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ନାହିଁ ତେବେ ନୂଆ ଷ୍ଟ୍ରେନ୍ ଡର ଡରାଉଛି। ଅନ୍ୟପଟେ ଲୋକେ ନିୟମିତ ସୁସ୍ଥ ମଧ୍ୟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୫୪ ଜଣ […]
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେମିତି ଏସବୁ ନିୟମର କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ଜିଲ୍ଲା […]
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଜାରି ରହିଥିବା ବେଳେ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ହେଲେ ଏବେ ବି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି। ସେହିପରି ମୋଟ ୧,୦୫,୩୪,୫୦୫ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥ […]
ନୂଆଦିଲ୍ଲୀ: ଦେଶରେ ଧୀର ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୧୪,୩୦୪ ହୋଇଛି। ଅନ୍ୟପଟେ ୧୪,୪୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ […]
ନୂଆଦିଲ୍ଲୀ: ଗୋଟିଏପଟେ ଦେଶରେ କରୋନା ଟିକାକରଣ ଜାରି ରହିଛି। ଅନ୍ୟପଟେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଦେଇଥିବା ରିପୋର୍ଟରେ ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୪୬,୧୮୩ ହୋଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ୧,୦୪,୨୩,୧୨୫ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୨୭୪ରେ ହୋଇଛି। […]
ମୁମ୍ବାଇ: ଦେଶକୁ ମିଳିବ ପୁଣି ଏକ କରୋନା ଟିକା। କୋଭିଶିଲ୍ଡ ଓ କୋଭାକ୍ସିନ ପରେ ଏବେ କୋଭୋଭାକ୍ସ ଟିକା ଆସିବ। ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଅଧ୍ୟକ୍ଷ ଅଦର ପୁନାୱାଲା। ଚଳିତ ବର୍ଷ ଜୁନ ମାସ ଆଡ଼କୁ କମ୍ପାନୀ ଆଉ ଏକ କରୋନା ଟିକା ଲଞ୍ଚ କରିପାରେ। ଯଦି ଏହାକୁ ସରକାରୀ ଅନୁମୋଦନ ମିଳିଲା ତେବେ ଏହା ଭାରତର ତୃତୀୟ କରୋନା ଭ୍ୟାକ୍ସିନ ହେବ ବୋଲି ପୁନାୱାଲା ସୂଚନା ଦେଇଛନ୍ତି। ଏସ୍ଆଇଆଇ […]
ନୂଆଦିଲ୍ଲୀ: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକା ନେବେ କରୋନା ସମ୍ମୁଖ ଯୋଦ୍ଧା। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଚିଠି ଲେଖି କହିଛି। ଚିଠିରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଦ୍ୱାରା ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗରେ କରୋନା […]
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କରୋନା ଟିକାକରଣ କରାଯାଉଥିବା ବେଳେ ଧୀରେ ଧୀରେ କରୋନା ସଂଖ୍ୟା କମିବାରେ ଲାଗିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୪,୨୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ନୂଆ ସଂକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୬,୩୯,୬୮୪ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଦେଇଛି। ଅନ୍ୟପକ୍ଷରେ ଦିନକରେ ୧୫୨ ଜଣଙ୍କର କରୋନାରେ ମତ୍ୟୁ ହୋଇଛି। ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନା […]
ଏକ ସପ୍ତାହ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଟେଷ୍ଟ ପଜିଟିଭିଟି ହାର ୧.୬୮ ପ୍ରତିଶତ ଥିଲା । ତେବେ ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଟେଷ୍ଟ ପଜିଟିଭିଟି ହାର ବୃଦ୍ଧି ପାଇ ୩.୪ ପ୍ରତିଶତରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ । ପଜିଟିଭିଟି ହାର ବୃଦ୍ଧି ପାଇବା ପରେ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ
ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଆଖି ବୁଜିଛନ୍ତି ୬୦ ରୋଗୀ।
ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ
ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ କରୋନା ଚିହ୍ନଟ ହେବାରୁ ତାଙ୍କୁ ଆଇସୋଲେସନ୍ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା
ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍ଡାଉନ୍ କଟକଣା ଲଗାଇଛନ୍ତି ସରକାର। ତେବେ ଆସନ୍ତାକାଲି ରାତି ୯ଟା ଠାରୁ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ କଟକଣା। ଆସନ୍ତାକାଲି […]
କଟକ: କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। […]
ଭୁବନେଶ୍ୱର: ବିପଦରେ ଜୀବନ, ବିପଦରେ ଜୀବିକା। ଲୋକଙ୍କ ଏଭଳି ମହାବିପଦ ବେଳେ, କୁଆଡ଼େ ଗଲେ ଲୋକ ପ୍ରତିନିଧି? ଗଞ୍ଜାମରେ ମୁତ୍ୟୁ ସଂଖ୍ୟା ୪୮ ଓ ଆକ୍ରାନ୍ତ ସଂଖ୍ୟା ୪୮୬୭ ହେଲାଣି। ହେଲେ ଜିଲ୍ଲାରେ ଦୁଇ-ଦୁଇ ଜଣ ସାଂସଦ, ୧୩-୧୩ ଜଣ ବିଧାୟକ ଥାଇବି, ମହାମାରୀ ପାଦ ରଖିବା ଦିନଠୁ ଏବେ ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ନଥିବା ଲୋକେ ଅଭିଯୋଗ କରିଛନ୍ତି। କାମଧନ୍ଦା ଅପେକ୍ଷାରେ କର୍ମଜୀବୀ, ଥଇଥାନ ଅପେକ୍ଷାରେ ପ୍ରବାସୀ ବେପାରୀଙ୍କ ବେପାର ବି ବୁଡ଼ିବା ଉପରେ। ସଂଗରୋଧ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ଗଂଜାମ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬, ଝାରସୁଗୁଡ଼ାରୁ ୩୦ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ ୧୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୧୨, ଅନୁଗୁଳ ୮, ସୋନପୁର ୭, ବରଗଡ଼ରୁ […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ କ୍ୱାରେଣ୍ଟିନ କେନ୍ଦ୍ରରୁ, ୨୦ ଲୋକାଲ୍ କେସ୍ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଏହି ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଭୀମଟାଙ୍ଗି, ଜାଗମରା, ବମିଖାଲରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ନୟାପଲ୍ଲୀ ଆଇଆର୍ସି ଭିଲେଜ, ସାଲିଆ ସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସମ୍ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ […]
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ଭାରତରେ। ଦିଲ୍ଲୀ ଆଇଆଇଟି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କରୋନା କିଟ୍- କରୋ ସିଓର୍। ମାତ୍ର ୬୫୦ ଟଙ୍କାରେ ଏହି କିଟ୍ ଦ୍ୱାରା କରୋନା ପରୀକ୍ଷା ହୋଇପାରିବ ବୋଲି ଦାବି ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ। RT-PCR ଭାବେ ଏହି ଟେଷ୍ଟ କିଟ୍ ଦ୍ୱାରା ପରୀକ୍ଷା କରାଯାଇପାରିବ। ତେବେ ବର୍ତ୍ତମାନ ଏହାର ପରୀକ୍ଷଣ […]