• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ମାଡ଼ି ଆସିଲାଣି କି ତୃତୀୟ ଲହରୀ ? ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ତାଣ୍ଡବ ରଚିବା ପରେ ଭୟାବହତା ବର୍ତ୍ତମାନ କିଛିମାତ୍ରାରେ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟ ଗୁଡିକରେ କରୋନେ କଟକଣା କୋହଳ କରାଯାଇଛି । ଅନେକ ଦିନ ଘରେ ରହିବା ପରେ ଏବେ ଯେପରି ତାଙ୍କ ପାଇଁ ସୁଯୋଗ ଆଣିଛି । ମହାମାରୀ ସମ୍ପୂର୍ଣ୍ଣ ରୂପେ ଯାଇନଥିଲେ ସୁଦ୍ଧା ବିଭିନ୍ନ ସ୍ଥାନରେ ଭିଡ଼ ଦେଖିବାମୁ ମିଳୁଛି । ଏପରିକି ଲୋକେ ବୁଲାବୁଲି ମଧ୍ୟ ଆରମ୍ଭ କରିଦେଲେନି । ଫଳରେ ପୁଣି ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଗୋଟିଏ ସପ୍ତାହରେ ଦେଶର ପଜିଟିଭିଟି ହାର ମାତ୍ର ଦ୍ୱିଗୁଣିତ ହୋଇଥିବା କୁହାଯାଉଛି ।

ଏକ ସପ୍ତାହ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ଟେଷ୍ଟ ପଜିଟିଭିଟି ହାର ୧.୬୮ ପ୍ରତିଶତ ଥିଲା । ତେବେ ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଟେଷ୍ଟ ପଜିଟିଭିଟି ହାର ବୃଦ୍ଧି ପାଇ ୩.୪ ପ୍ରତିଶତରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ । ପଜିଟିଭିଟି ହାର ବୃଦ୍ଧି ପାଇବା ପରେ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ପଜିଟିଭିଟି ହାର ବୃଦ୍ଧି ପାଇବା ଅର୍ଥ ଦେଶରେ ଅଧିକ ସଂଖ୍ୟକ ଲୋକ ପୁନର୍ବାର ସଂକ୍ରମିତ ହେଉଛନ୍ତି । ଲୋକେ ସଚେତନ ନହେଲେ ପୁଣି କରୋନା ଭାଇରସ୍ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଜୁଲାଇ ୨୦ରେ ଦେଶରେ ଟେଷ୍ଟ ପଜିଟିଭିଟି ହାର ଥିଲା ୧.୬୮ ପ୍ରତିଶତ । ଜୁଲାଇ ୨୧ରେ ଏହା ୨.୨୭ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେହିପରି ଜୁଲାଇ ୨୨ରେ ଏହା ୨.୪୦ ହୋଇଥିବା ବେଳେ ଜୁଲାଇ ୨୩ରେ ୨.୨୧ ଏବଂ ଜୁଲାଇ ୨୪ରେ ୨.୪କୁ ବୃଦ୍ଧି ପାଇଥିଲା । ଗତକାଲି ଜୁଲାଇ ୨୬ରେ ୩.୪୦ ରେକର୍ଡ କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ ଦିଲ୍ଲୀର ସର୍ ଗଙ୍ଗା ରାମ ହସ୍ପିଟାଲର ମେଡିକାଲ୍ ବିଭାଗର ଡକ୍ଟର ପୂଜା ଖୋସଲା କହିଛନ୍ତି, ଲୋକଙ୍କୁ ବେଳ ହୁଁ ସାବଧାନ ହେବାକୁ ପଡ଼ିବ , ନହେଲେ ସ୍ଥିତି ଭୟଙ୍କର ହେବ । କରୋନାର ଦ୍ୱିତୀୟ ଲହରୀରୁ ଶିଖିବା ଉଚିତ୍ । ସୁନ୍ଦର ଓ ସୁସ୍ଥ ଭବିଷ୍ୟତ ପାଇଁ କରୋନା ଗାଇଡଲାଇନ୍ ପାଳନ କରିବା ଜରୁରୀ । ଏଥି ସହିତ ସେରୋ ସର୍ଭେରେ ବହୁ ସଂଖ୍ୟକ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବାରୁ ତୃତୀୟ ଲହରୀ ଅଧିକ ମାରାତ୍ମକ ହେବ ନାହିଁ ବୋଲି ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି ।