ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବନ ସଂରକ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।
ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା ।
ମହିଳା ବିକାଶ ପାଇଁ ପୁଣି ଆଗେଇ ଆସିଲେ ନବୀନ ପଟ୍ଟନାୟକ। ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ପାରିବାରିକ କଳହର କରୁଣ ପରିଣତି। ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି।
ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି ।
ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨,୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା ।
ରାଜ୍ୟ ପାଇଁ ୯୫% ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା କିରସାନିପୁର ଗାଁରେ ଅଭାବନୀୟ ଘଟଣା । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଚାଷ କାମ ବେଳେ ଉଭୟ ମା ଓ ଝିଅଙ୍କୁ ଭାଲୁ ଆକ୍ରମଣ କରିଥିଲା ।
ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋକିବାକୁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି ।
ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି।...
କାଳିଆ ଠାକୁରଙ୍କ ସେବାରେ କୁନି ସେବାୟତ । ଛୋଟ ବୟସରୁ ମହାପ୍ରଭୁଙ୍କୁ ସମର୍ପି ଦେଇଛନ୍ତି ନିଜକୁ ।
ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ...
ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ ।
୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା...
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତନାଘନା ଚାଲିଛି।
କୋଭିଡ ସଂକ୍ରମଣ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା,କେରଳ,କର୍ଣ୍ଣାଟକ,ମହାରାଷ୍ଟ,ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ।