corona death
ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨,୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୧,୨୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୯୨୪ ରହିଛ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୭୩ ହଜାର ୨୭ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ପଜିଟିଭିଟି ହାର ୨.୯୮% ରହିଛି। ସେହିପରି ରାଜ୍ୟରେ ପୁଣି ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୯୯୨କୁ ବୃଦ୍ଧି ପାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)