ଏହି ‘ଅପରେସନ୍ ଅଜୟ‘ ପାଇଁ ଜଣେ ଭାରତୀୟ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆମେ ପ୍ରଥମ ଥର ପାଇଁ ସେଠାରେ ଏପରି ସ୍ଥିତିର ସାମ୍ନା କରିଥିଲୁ। ଆମକୁ ସେହି ଯୁଦ୍ଧ ସ୍ଥିତିରୁ ଫେରାଇ ଆଣିଥିବାରୁ ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ...
ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।
୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍ ଅଲ୍-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି।
ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।
ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।
‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।
୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ।
ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ।
ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।
ଆପଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା।
RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି ।
ଯୁଦ୍ଧ ଲାଗିବା ପରଠୁ ନିୟମିତ ସୁନା ଦରରେ ବୃଦ୍ଧି ପାଇ ୪ ଦିନରେ ୧୪ ଶହ ଟଙ୍କା ମହଙ୍ଗା ହେଲାଣି। ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି...
ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ ।
ସେ ବି ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ହେଲେ ସେହି ଦାୟିତ୍ୱ ସମ୍ପନ୍ନ ଗୁଲୁପାପା ଆଜି ଆଉ ନାହିଁ । ଅନ୍ୟ ସାଥୀମାନେ ଆଜି ଗୁଲୁପାପାକୁ ଝୁରୁଛନ୍ତି ।
ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।