reserve bank of india bhubaneswar
ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍ । ସାଧାରଣ ଗ୍ରାହକ ଏସବୁ ନୋଟ୍କୁ ଏମିତି ଉଡ଼ାଇ ଫୋପାଡ଼ି ଦେଇଛନ୍ତି । RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି । ବର୍ଷ ବର୍ଷ ହେଲା ଖୋଲାଥିବା ସ୍ୱତନ୍ତ୍ର ନୋଟ୍ ବଦଳ କାଉଣ୍ଟରକୁ ବନ୍ଦ କରିଦେଇଛି । ନୋଟ୍ ବଦଳାଇବାକୁ ଗଲେ, ଆରବିଆଇ ଅଧିକାରୀ କହୁଛନ୍ତି ବ୍ୟାଙ୍କ ଶାଖାକୁ ଯାଅ । ବ୍ୟାଙ୍କ କହୁଛି ଆମେ ନବୁନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)