Advertisment

ବିଶ୍ୱକପ୍‌ରେ ଭାରତର ବିରାଟ ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍‌ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।

author-image
Santosh Kumar Sahoo
India vs Afghanistan

India vs Afghanistan

ଦିନିକିଆ ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ । ଏହା ସହ ବିଶ୍ୱକପ୍‌ରେ ବିଜୟ ଅଭିଯାନ ଜାରି ରଖିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି ଦିନିକିଆ ବିଶ୍ୱକପରେ ଅପରାଜେୟ ରହିଛି ଭାରତ । ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଜିତିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନ୍‌ର ଟାର୍ଗେଟ ୩୫ ମାତ୍ର ୩୫ ଓଭରରେ ପୂରା କରିନେଇଥିଲା ଟିମ୍ ଇଣ୍ଡିଆ।

Advertisment

ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିଥିଲା ଭାରତ। ଏହି ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୨ ରନ୍‌ର ଟାର୍ଗେଟ ଦେଇଥିଲା । ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ହାସମତୁଲା ସାହିଦି ସର୍ବାଧିକ ୮୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ଟି ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଆକ୍ତିଆର କରିଥିଲେ।

Advertisment

୨୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଅଧିନାୟକ ରୋହିତ ଶର୍ମା। ମାତ୍ର ୬୩ ବଲ୍‌ରେ ଶତକ ହାସଲ କରି ସେ ରେକର୍ଡ ସୃଷ୍ଟି କରିଥିଲେ । ରୋହିତ ୮୪ ବଲ୍‌ରେ ୧୩୧ ରନ୍‌ କରି ଆଉଟ ହୋଇଥିଲେ। ରୋହିତଙ୍କ ସହ ଇଶାନ କିଶାନ ମଧ୍ୟ ୪୭ ରନ୍ କରିଥିଲେ। ଏହି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ବିରାଟ କୋହଲି ଅପରାଜିତ ୫୫ ରନ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ।

Afghanistan India 2023 Men's World Cup Rohit Sharma
Advertisment
Advertisment