Advertisment

ଇସ୍ରାଏଲରୁ ଫେରିଲେ ଭାରତୀୟ, ବିମାନ ଭିତରେ ଶୁଭିଲା ‘ଭାରତ ମାତା କି ଜୟ’ ନାରା, ଭାଇରାଲ ହେଉଛି ଭିଡିଓ

ଏହି ‘ଅପରେସନ୍‌ ଅଜୟ‘ ପାଇଁ ଜଣେ ଭାରତୀୟ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆମେ ପ୍ରଥମ ଥର ପାଇଁ ସେଠାରେ ଏପରି ସ୍ଥିତିର ସାମ୍ନା କରିଥିଲୁ। ଆମକୁ ସେହି ଯୁଦ୍ଧ ସ୍ଥିତିରୁ ଫେରାଇ ଆଣିଥିବାରୁ ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Operation Ajay

Operation Ajay

ଇସ୍ରାଏଲ୍-ହମାସ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। ହମାସ୍‌ ସହ ଚାଲିଥିବା ଯୁଦ୍ଧ ହେତୁ ଇସ୍ରାଏଲରେ ଫସି ରହିଛନ୍ତି ବହୁ ଭାରତୀୟ। ଯୁଦ୍ଧ ଭୂମିରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍‌ ଅଜୟ। ଏହି ଅପରେସନ୍‌ ଅଧିନରେ ଇସ୍ରାଏଲରୁ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍‌ ବିମାନ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛି। ଏହି ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଥିଲେ। ତେବେ ଏହି ଯାତ୍ରୀମାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିମାନରେ ଥିବା ଯାତ୍ରୀମାନେ ’ବନ୍ଦେ ମାତାରମ୍ ଓ ଭାରତ ମାତା କି ଜୟ’ ନାରା ଦେଉଛନ୍ତି।

Advertisment

ଏହି ‘ଅପରେସନ୍‌ ଅଜୟ‘ ପାଇଁ ଜଣେ ଭାରତୀୟ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆମେ ପ୍ରଥମ ଥର ପାଇଁ ସେଠାରେ ଏପରି ସ୍ଥିତିର ସାମ୍ନା କରିଥିଲୁ। ଆମକୁ ସେହି ଯୁଦ୍ଧ ସ୍ଥିତିରୁ ଫେରାଇ ଆଣିଥିବାରୁ ଭାରତ ସରକାର ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ କୃତଜ୍ଞ। ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, 'ଆମ ସରକାର କୌଣସି ଭାରତୀୟଙ୍କୁ ପଛରେ ଛାଡ଼ିବ ନାହିଁ। ଆମ ସରକାର, ଆମ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବା ପାଇଁ ପ୍ରତିବଦ୍ଧ।

Advertisment

ସୂଚନା ଅନୁସାରେ ଇସ୍ରାଏଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା 'ଅପରେସନ୍ ଅଜୟ' ଆରମ୍ଭ କରାଯାଇଛି। ଏହି ଅଭିଯାନରେ ସୁରକ୍ଷିତ ଭାବରେ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବେ କେନ୍ଦ୍ର ସରକାର । ସେହିପରି ଇସ୍ରାଏଲରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଆଶ୍ୱାସନା ଦେଇ ଭାରତୀୟ ଦୂତାବାସ କହିଛି ଯେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ କହିଛନ୍ତି। ଦୂତାବାସ ଏହାର ବାର୍ତ୍ତାରେ କହିଛି, 'ତୁମେ ନିଶ୍ଚିତ ଯେ ଦୂତାବାସ ତୁମର ସୁରକ୍ଷା ଏବଂ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଆମେ ସମସ୍ତେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ, କିନ୍ତୁ ଦୟାକରି ଶାନ୍ତ ଏବଂ ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ’।

India Israel
Advertisment
Advertisment