Advertisment

ରାସ୍ତାରେ ଛକିଥିଲା ଯମ, ଦିନକରେ ଚାଲିଗଲା ୧୦ ଜୀବନ

ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Road Accident

Road Accident

ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ। ବର୍ଷ ଆରମ୍ଭରୁ ଏତେ ଦୁର୍ଘଟଣା ଘଟିଲାଣି, ଲାଗୁଛି ରାଜରାସ୍ତାରେ ଯମ ଛକି ରହିଛି। ଆଜି ଗୋଟିଏ ଦିନରେ ଅର୍ଥାତ ଗତ ୨୪ ଘଣ୍ଟା ଭିତରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୦ ଜଣଙ୍କ ପ୍ରାଣହାନୀ ଖବର ସାମ୍ନାକୁ ଆସିଛି। କେଉଁଠି କୁହୁଡ଼ି କାଳ ସାଜିଛି, ତ କେଉଁଠି ଦ୍ରୁତଗତି ଜୀବନ ନେଇଛି। ବିବାହ ଭୋଜି ସାରି ସଂପର୍କୀୟଙ୍କୁ ଛାଡ଼ିବାକୁ ଯିବାବେଳେ କୁହୁଡ଼ି ଯୋଗୁ କାନ୍ଥରେ କାର ପିଟି ହୋଇ ୪ ଜଣଙ୍କ ଜୀବନ ଯାଇଛି। ଘଟଣା ଘଟିଛି କଟକ ତିଗିରିଆ ଥାନା ଗଦାଧରପୁରରେ।

Advertisment

ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି। ସେହିପରି କୁଚିଣ୍ଡା ଅଞ୍ଚଳରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଏସଡିଓଙ୍କ ଗାଡ଼ି ଧକ୍କାରେ ଜଣେ, ଯାଜପୁର ରୋଡ୍ ଥାନା ଶୋବରାରେ ଜଣଙ୍କ ମୃତ୍ୟୁ ହୋଇଛି। ଗତରାତିରେ କଣ୍ଟାବାଞ୍ଜି ଏବଂ ଟିଟିଲାଗଡ଼ ସିନ୍ଧେକେଲା ଅଞ୍ଚଳରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାବ୍ୟତୀତ ପୃଥକ ପୃଥକ ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି।

Odisha News Road Accident
Advertisment
Advertisment