ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।
ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ ।
ଏହି ଐତିହାସିକ ବିଜୟ ପରେ ଭାରତୀୟ ଖେଳାଳିମାନେ ସ୍ୱଦେଶ ଫେରିଛନ୍ତି । ଭାରତ ଫେରିବା ପରେ ଖେଳାଳିମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ।
ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୪ ଜଣ ଅଫିସରଙ୍କୁ ହଟାଯାଇଥିବାବେଳେ ଆଜି ଅବସର ପରେ ବି ସରକାରୀ ପଦବୀରେ ଥିବା ୨ ଅଧିକାରୀଙ୍କୁ ହଟାଯାଇଛି ।
ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି।
ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।
ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।
ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।
ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।
କେଉଁ ପରିସ୍ଥିତିରେ ଜଣେ ବୃଦ୍ଧ ବାପାଙ୍କ ଆଶାବାଡ଼ି ହେବା ବଦଳରେ ପିତୃହନ୍ତା ସାଜି ପାରିଲା ପ୍ରଫେସର ପୁଅ । ଭୁ
ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।
ସ୍କଲାରସିପ୍ ପ୍ରଦାନ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ପ୍ରିୟାଂଶୁ ପଣ୍ଡା, ହିମାଂଶୁ ଶେଖର ପାତ୍ର, ପ୍ରସନ୍ନ କୁମାର, ଅଭିପ୍ସା ଚୌଧୁରୀ ଏବଂ ପ୍ରିୟଙ୍କା ଦଳାଇ ।
ଟଙ୍କା, କର୍ମ ସଂସ୍ଥାନର ଚାପ ନା ପାରିବାରିକ ସମସ୍ୟା ? କେଉଁ କାରଣରୁ ମାନସିକ ସନ୍ତୁଳନ ହରାଇ ବାପାଙ୍କ ଛାତିରେ ଛୁରୀ ଭୁଶିଲା ପ୍ରଫେସର ପୁଅ ?
ବିଶ୍ବ ବିଜେତାଙ୍କୁ ଭବ୍ୟ ସ୍ବାଗତ । ଟି-ଟ୍ବେଣ୍ଟି ଚାମ୍ପିଅନ ଟିମ୍ ଇଣ୍ଡିଆକୁ ସ୍ବଦେଶ ମାଟିରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ଦିଲ୍ଲୀ ବିମାନ ବନ୍ଦର। ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ଭୋରରୁ ଲାଗିଥିଲା ଭିଡ଼ ।
ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ।
ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ।
ପ୍ରଥମେ ମୋ ବସ୍ର ବ୍ୟବସ୍ଥା ବଦଳିବ ତା’ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ ବସ୍ର ନାମ ଓ ରଙ୍ଗ ବଦଳିବ । ଲୋକଙ୍କ ଦାବି ଅଛି ବସ୍ ସେବା ଚାଲୁ ରହୁ ଏବଂ ଅଧିକ ବସ୍ ଚାଲୁ। ତେଣୁ ବସ୍ ସେବା ଜାରି ରହିବ ଏବଂ...
ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ।
ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା କରିଛି ପୁଅ ।