/odishatv-khabar/media/post_attachments/uploadimage/library/16_9/16_9_0/Congress__1723655634.jpg)
Congress
ଓଡ଼ିଶା ପାଇଁ ଗଠନ ହେଲା କଂଗ୍ରେସ ଷ୍ଟିୟରିଂ କମିଟି । AICC ସଭାପତିଙ୍କ ଅନୁମୋଦନ କ୍ରମେ ଷ୍ଟିୟରିଂ କମିଟି ଗଠିତ ହୋଇଛି । AICC ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ପ୍ରଭାରୀ ଅଜୟ କୁମାରଙ୍କ ସମେତ ୧୪ ଜଣ ସଦସ୍ୟ ରହିଛନ୍ତି ।
Hon'ble Congress President has approved the proposal for the constitution of a Steering Committee for Odisha as under, with immediate effect pic.twitter.com/2PMTCJXsYL
— Odisha Congress (@INCOdisha) August 14, 2024
ଏହି କମିଟିରେ ଥିବା ସଦସ୍ୟମାନେ ହେଉଛନ୍ତି ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡାମ, ଜୟଦେବ ଜେନା । ସେହିପରି ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ସେଠୀ, ବଳଭଦ୍ର ମାଝୀ, ସସ୍ମିତା ବେହେରା, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତି, ବଳଭଦ୍ର ମାଝୀ, ସସ୍ମିତା ବେହେରା ଏହି କମିଟିରେ ସ୍ଥାନ ପାଇଛନ୍ତି । AICC ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନିତ କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୧୪ ଜଣିଆ କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁ ନାହିଁ ।
#ଓଡ଼ିଶା_ପାଇଁ_କଂଗ୍ରେସ_ଷ୍ଟିୟରିଂ_କମିଟି
ଓଡ଼ିଶା ପାଇଁ ଗଠନ ହେଲା କଂଗ୍ରେସ ଷ୍ଟିୟରିଂ କମିଟି। AICC ସଭାପତିଙ୍କ ଅନୁମୋଦନ କ୍ରମେ ଷ୍ଟିୟରିଂ କମିଟି ଗଠିତ ହୋଇଛି। AICC ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି।#Congress#AICC#Odisha#OTVpic.twitter.com/muztg8rpl7— ଓଟିଭି (@otvkhabar) August 14, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)