Advertisment

ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ଆର୍ଥିକ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Anil Deshmukh Arrested

Anil Deshmukh Arrested

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯାଇଛି। ଆର୍ଥିକ ହେରଫେର ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।  

Advertisment

ଆଜି ଅନୀଲ ଦେଶମୁଖଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ। ବାରମ୍ବାର ସମନ ଏଡ଼ାଇବା ପରେ ଗତକାଲି ତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ତେବେ ଗୃହବନ୍ଦୀ କରିବା ପୂର୍ବରୁ ଇଡି ତାଙ୍କର ବୟାନ ରେକର୍ଡ କରିଥିଲା।

Advertisment

ସୂଚନା ଅନୁସାରେ, ୧୦୦ କୋଟି ଟଙ୍କାର extortion ମାମଲାରେ ଇଡି ତାଙ୍କ ବିରୋଧରେ ତଦନ୍ତ କରିବା ଗତକାଲି ଗୃହବନ୍ଦୀ କରିଥିଲା। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇଥିଲେ। ବହିଷ୍କୃତ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସହ ଦେଶମୁଖଙ୍କ ଲିଙ୍କ ଥିବା ନେଇ ଅଭିଯୋଗ ହୋଇଛି। ଦେଶମୁଖଙ୍କ ପାଇଁ ୱାଜେ ୪.୭ କୋଟି  ଟଙ୍କା ଲାଞ୍ଚ ନେବାର ଅଭିଯୋଗ ରହିଛି। 

Anil Deshmukh Money Laundering Case ED Maharashtras Former Home Minister Anil Deshmukh Arrested
Advertisment
Advertisment