Advertisment

ଦେଶମୁଖଙ୍କ ପରେ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ, ୧୦୦ କୋଟିର ସମ୍ପତ୍ତି ସିଜ୍‌ କରିବାକୁ ନିର୍ଦ୍ଦେଶ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ajit Pawar

Ajit Pawar

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ଜାଣନ୍ତୁ କେଉଁ କେଉଁ କମ୍ପାନୀ ସିଜ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି...
୧. ଜରନ୍ଦେଶ୍ୱର ସୁଗାର ଫ୍ୟାକ୍ଟ୍ରି(ମାର୍କେଟ୍‌ ଭ୍ୟାଲୁ-ପାଖାପାଖି ୬୦୦ କୋଟି)
୨. ଦକ୍ଷିଣ ଦିଲ୍ଲୀ ସ୍ଥିତ ଫ୍ଲାଟ୍‌ (ମାର୍କେଟ୍‌ ଭ୍ୟାଲୁ-ପାଖାପାଖି ୨୦ କୋଟି)
୩. ପାର୍ଥ ପୱାରର ନିର୍ମଳ ଅଫିସ୍‌ (ମାର୍କେଟ୍‌ ଭ୍ୟାଲୁ-ପାଖାପାଖି ୨୫ କୋଟି)
୪. ନିଲୟ ନାଁରେ ଗୋଆରେ ଥିବା ରିସର୍ଟ (ମାର୍କେଟ୍‌ ଭ୍ୟାଲୁ-ପାଖାପାଖି ୨୫୦ କୋଟି)
୫. ମହାରାଷ୍ଟ୍ରରେ ୨୭ଟି ସ୍ଥାନରେ ଥିବା ଜମି (ମାର୍କେଟ୍‌ ଭ୍ୟାଲୁ-ପାଖାପାଖି ୫୦୦ କୋଟି)

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଅଜିତ ପୱାର ଆୟକର ବିଭାଗର ଟାର୍ଗେଟ୍‌ରେ ଥିଲେ। ଗତ ମାସରେ ଆୟକର ବିଭାଗ ୨ଟି ରିଅଲ୍‌ ଇଷ୍ଟେଟ୍‌ ଗ୍ରୁପ୍‌ ଓ ଅଜିତ୍‌ ପୱାରଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍‌ କରିଥିଲେ। ରେଡ୍‌ ପରେ ୧୮୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଯାହାର ହିସାବ ସେମାନେ ଆୟକର ଅଧିକାରୀଙ୍କୁ ଦେଇ ପାରି ନଥିଲେ। ଆୟକର ବିଭାଗ ଅକ୍ଟୋବର ୭ରେ ୭୦ରୁ ଅଧିକ ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ଅଜିତ୍‌ଙ୍କ ପୁଅ ପାର୍ଥ ପୱାରଙ୍କ ମାଲିକାନାରେ ଥିବା ଅନନ୍ତ ମେକର୍ସ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରେ ମଧ୍ୟ ରେଡ୍‌ ହୋଇଥିଲା। ଏହାସହ ଅଜିତଙ୍କ ଉଉଣୀମାନଙ୍କ ମାଲିକାନାରେ ଥିବା କମ୍ପାନୀରେ ମଧ୍ୟ ରେଡ୍‌ ହୋଇଥିଲା।

Advertisment

ସୂଚନାଥାଉ କି, ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି। ଆର୍ଥିକ ହେରଫେର ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି।   

Anil Deshmukh Income Tax Department Ajit Pawar IT Raid Maharashtra Deputy CM
Advertisment
Advertisment