• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ମହାକାଶରେ ଲଙ୍କା ଚାଷ। ଫଳିଲା ସବୁଜ ଓ ନାଲି ଲଙ୍କା ଓ ଲଙ୍କା ତୋଳି ଚାଖିଲେ ମହାକାଶଚାରୀ। ଆଉ ପ୍ରସ୍ତୁତ କଲେ ସ୍ପେଶ୍ ଟାକୋ। ପୃଥିବୀ ପୃଷ୍ଠରୁ ୪ ଶହ କିଲୋମିଟର ଉପରେ ଫଳିଲା ଲଙ୍କା। ଆମେ ଆପଣଙ୍କୁ କହୁଛୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କଥା। ସେଠାରେ ପ୍ରଥମ ଥର ପାଇଁ ଲଙ୍କା ଚାଷ କରି ଏଥିରେ ସଫଳ ହୋଇଛନ୍ତି ମହାକାଶଚାରୀ। ଯାହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।  

ଲଙ୍କା ଓ ସେଥିରୁ ପ୍ରସ୍ତୁତ ଟାକୋର ଫଟୋକୁ ନାସାର ଆଷ୍ଟ୍ରୋନଟ୍ ମେଗାନ୍ ମ୍ୟାକ୍ଆର୍ଥର୍ ଟ୍ୱିଟ୍‌ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌ରେ ୪ ମାସ ପୂର୍ବେ ମେକ୍ସିକୋର ଏକ ସ୍ୱତନ୍ତ୍ର ପ୍ରଜାତିର ଲଙ୍କା ମଞ୍ଜି ପୋତା ଯାଇଥିଲା। ଏହାକୁ ହ୍ୟାଚ୍ ଚିଲି କୁହାଯାଉଛି। ତେବେ ୪ ମାସ ଭିତରେ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଭିତରେ ମଞ୍ଜିରୁ ଗଛ ଉଠି, ସେଥିରେ ଲଙ୍କା ବି ଫଳିଛି। ମହାକାଶ କେନ୍ଦ୍ରରେ ପ୍ରଥମ ଥର ପାଇଁ ଲଙ୍କା ଫଳିବା ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ଼ ସଫଳତା ଓ ଉପଲବ୍ଧି ବୋଲି କୁହାଯାଉଛି। 

୨୦୧୫ ମସିହା ଠାରୁ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୦ରୁ ଅଧିକ ଭିନ୍ନ ଭିନ୍ନ ପ୍ରକାର ଫସଲ ଚାଷ କରାଯାଇଛି। ଏଥିମଧ୍ୟରେ ରେ ରହିଛି ୩ ପ୍ରକାର ଲାଟୁସ୍‌, ଚାଇନା ବନ୍ଧାକୋବି, ଜିନିଆ ଫୁଲ ଇତ୍ୟାଦି। ତେବେ ଲଙ୍କା ଚାଷ ସବୁଠୁ ଜଟିଳ ଥିଲା ବୋଲି ନାସା କହିଛି।  ଏହି ଲଙ୍କାରେ ପ୍ରଚୁର ପରିମାଣରେ ଭିଟାମିନ C ଓ ଅନ୍ୟ ପୋଷକ ତତ୍ତ୍ୱ ଥିବାବେଳେ ଏହା ମହାକାଶଚାରୀଙ୍କ ପ୍ୟାକେଟ୍ ଖାଦ୍ୟକୁ ଆହୁରି ସୁସ୍ୱାଦୁ କରି ପାରିଛି।