• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନରସିଂହପୁର: ଓମିକ୍ରନ୍‌ର ଦ୍ରୁତ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ବଡମ୍ବାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠ ଏବଂ ମା’ ଭଟ୍ଟାରିକା ମନ୍ଦିରରେ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ନେଇ ଘୋଷଣା କରାଯାଇଛି। କରୋନା ସ୍ଥିତିରେ ନୂଆ ବର୍ଷରେ ଲୋକଙ୍କ ଗହଳି ହେବା ନେଇ ଏହି କଟକଣା ଜାରି କରାଯାଇଛି।

ଫଳରେ ବାବା ସିଂହନାଥ ଓ ମା’ ଭଟ୍ଟାରିକାଙ୍କ ଦର୍ଶନରୁ ସାଧାରଣ ଲୋକେ ବଞ୍ଚିତ ହେବେ। ତେବେ ସମସ୍ତ ମନ୍ଦିରର ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ। ନୂଆବର୍ଷ ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।