Advertisment

ଅଧ ରାତିରେ ହସ୍ପିଟାଲ୍‌ ଗଲେ ସଲମାନ୍‌ ଖାନ୍‌

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଗତକାଲି ମଧ୍ୟ ରାତ୍ରରେ ଅଭିନେତା ସଲମାନ୍‌ଙ୍କୁ ସାପ କାମୁଡ଼ି ଦେଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Salman Khan

Actor Salman Khan

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଅଭିନେତା ସଲମାନ୍‌ଙ୍କୁ ଏକ ସାପ କାମୁଡ଼ି ଦେଇଥିବା ସୂଚନା ମିଳିଛି। ସଲମାନ୍‌ ପନ୍‌ଭେଲ ଫାର୍ମହାଉସ୍‌ରେ ଥିବାବେଳେ ଏହି ଘଟଣା ଘଟିଥିଲା। 

Advertisment

ମିଳିଥିବା ସୂଚନା ଅନୁସାରେ, ଘଟଣା ପରେ ସଲମାନ୍‌ଙ୍କୁ  ତୁରନ୍ତ ନଭି ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଆଜି ସକାଳ ୯ଟାରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ଏବେ ସେ ପନ୍‌ଭେଲ ଫାର୍ମ ହାଉସ୍‌ରେ ଅଛନ୍ତି। ସଲମାନ୍‌ଙ୍କ ହାତକୁ କାମୁଡ଼ି ଥିବା ସାପଟି ବିଷଧର ନୁହେଁ ବୋଲି ଜଣାପଡ଼ିଛି। 

ଡିସେମ୍ବର ୨୭ରେ ସଲମାନ୍‌ଙ୍କ ଜନ୍ମଦିନ। ତେଣୁ ସେ ଜନ୍ମଦିନ ପାଳନ କରିବେ ନା ଫାର୍ମ ହାଉସ୍‌ରେ ବିଶ୍ରାମ ନେବେ ତାହା ଜଣାପଡ଼ି ନାହିଁ। ଫାର୍ମରେ କାମ କରୁଥିବା ନେଇ ପୂର୍ବରୁ ସଲମାନ୍‌ଙ୍କ ଅନେକ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଗତବର୍ଷ ସେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହ ଏହି ଫାର୍ମହାଉସ୍‌ରେ ଏକ ଗୀତର ଶୁଟିଂ କରିଥିଲେ। 

Advertisment

ଯଦି ୱର୍କ ଫ୍ରଣ୍ଟ୍‌ କଥା କହିବା, ତା’ହେଲେ ସଲମାନ୍‌ ‘ବଜରଙ୍ଗୀ ଭାଇଜାନ୍‌’ର ସିକ୍ୱେଲ୍‌ ନେଇ କିଛିଦିନ ପୂର୍ବେ ସୂଚନା ଦେଇଥିଲେ। ନିକଟରେ ସଲମାନ୍‌ଙ୍କ ଫିଲ୍ମ ‘Antim: The Final Truth’ ରିଲିଜ୍ ହୋଇଥିଲା। 


 
 
 
 
 
 
 
 
 
 
 
 
 
 

A post shared by Salman Khan (@beingsalmankhan)

Salman Khan Bollywood Snake Bites Salman Khan
Advertisment
Advertisment