Advertisment

ଇୟର ଫୋନ୍‌ ଲଗାଇ ବାଇକ୍‌ ଚଳାଉଛନ୍ତି କି ? ହୋଇଯାଆନ୍ତୁ, ସାବଧାନ !

ମହଙ୍ଗା ପଡ଼ିଲା ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଇବା। ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍‌ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି।

author-image
Rajalaxmi Sahoo
fined for violating traffic rules

fined for violating traffic rules

ସମ୍ବଲପୁର: ମହଙ୍ଗା ପଡ଼ିଲା ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଇବା। ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍‌ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି। ସମ୍ବଲପୁରରେ ଗତକାଲି ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ସହରରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା। ଏହି ସମୟରେ ମୋଦିପଡ଼ା ଛକରୁ ଲକ୍ଷ୍ମୀ ଟକିଜ୍‌ ଛକକୁ ଆସୁଥିବା ବେଳେ ଜଣେ ନାବାଳକଙ୍କୁ ପୋଲିସ ଧରିଥିଲା। ନାବାଳକ ଜଣକ ଇୟର ଫୋନ୍‌ରେ କଥା ହୋଇ ବାଇକ୍‌ ଚଲାଉ ଥିବା ଦେଖିବାକୁ ମିଳିଥିଲା। 

ପରେ ପୋଲିସ୍‌ ନାବାଳକଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇ ଥିଲା। ମୋଟର ଭେଇକେଲ ଆକ୍ଟ୍ ଅନୁସାରେ, ନିୟମ ଉଲ୍ଲଂଘନ ଅଭିଯୋରେ ଏମଭିଆଇ ୩୦ ହଜାର ଟଙ୍କାର ଫାଇନ୍‌ କାଟିବା ସହ ଗାଡ଼ିକୁ ଜବତ କରିଥିଲେ।  

Advertisment
Traffic Rules Violating Traffic Rules
Advertisment
Advertisment