Advertisment

‘ମୋ ମା’୨ ଦିନ ହେଲାଣି ଶୋଇଛି, ଡାକିଲାଠୁ ଶୁଣୁ ନାହାନ୍ତି’

ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ।

author-image
Rajalaxmi Sahoo
2-Year-Old Girl Spends Days With Mother's Body

2-Year-Old Girl Spends Days With Mother's Body

ବଲାଙ୍ଗିର: ‘ମୋ ମା’କୁ ଜ୍ୱର ହୋଇଛି, ୨ ଦିନ ହେଲାଣି ସେ ଶୋଇଛି, ଡାକିଲାଠୁ ଶୁଣୁ ନାହାନ୍ତି। କିଛିବି କହୁ ନାହାନ୍ତି’...ଏଭଳି କିଛି କହିଛି ୫ ବର୍ଷର ଝିଅ।ହେଲେ ସେ ଜାଣିନଥିଲେ, ତାଙ୍କ ମା ଆଉ ଏହି ଦୁନିଆରେ ନାହାନ୍ତି। ସବୁଦିନ ପାଇଁ ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରାୟ ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ବଲାଙ୍ଗିର ଜିଲ୍ଲା ସାଗରପଡ଼ା ଶିବମନ୍ଦିର ନିକଟରେ ଦେଖିବାକୁ ମିଳିଛି। 

Advertisment

ଆଜି ସକାଳେ କୁନି ଝିଅଟି ମା’ର ପାଟିରୁ ପୋକ ବାହରୁଥିବା ପଡ଼ୋଶୀଙ୍କୁ କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଜଣାପଡ଼ିଥିଲା ମହିଳାଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ପୋଲିସ୍‌କୁ ଖବର ଦିଆଯାଇଥିଲା। ମହିଳାଙ୍କର କେମିତି ମୃତ୍ୟୁ ହେଲା, ସେନେଇ କିଛି ଜଣାପଡ଼ିନି। ୨ ଦିନ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ଧରି ମହିଳା ଜଣକ ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଛି। 

ମହିଳାଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ମା’ଝିଅ ପ୍ରାୟ ଦେଢ଼ ବର୍ଷ ତଳେ ଏଠାକୁ ଆସିଥିଲେ। ତାଙ୍କର କେହି ନାହାନ୍ତି ବୋଲି ମହିଳା ଜଣଙ୍କ କହିଥିଲେ। ତାଙ୍କର ଘରଦ୍ୱାର କିଛି ନଥିଲା। ଆମର ଏଠି ଖାଲି ଘରଟେ ଥିଲା। ଏଣୁ ଆମେ ତାକୁ ଏଠି ଆଶ୍ରୟ ଦେଇଥିଲୁ। ସେ ଏଠି ରହୁଥିଲେ। ବେଳେ ବେଳେ ତାଙ୍କର ଦେହ ଖରାପ ହେଉଥିଲା।’

Advertisment

ଖବରପାଇ ପୋଲିସ୍‌ ଓ CWC କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୫ ବର୍ଷର ଏହି କୁନି ଝିଅଟିକୁ CWC ପ୍ରଡ୍ୟୁସ୍‌ କରାଯାଇ ଆଶ୍ରୟ ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ, କେଉଁଭଳି ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। 

Bizarre Deadbody Found
Advertisment
Advertisment