Advertisment

କ’ଣ ହେବ ତପସ୍ୱିନୀଙ୍କ ଭାଗ୍ୟ ? ଆସିପାରେ ନୂଆ ମୋଡ଼...

ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍‌ର ରାୟ ଆଜି ଜିଲ୍ଲା ଦୌରା ଜଜ୍‌ରେ ପ୍ରକାଶ ପାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sumit-Tapaswini Marital Discord

Sumit-Tapaswini Marital Discord

ବ୍ରହ୍ମପୁର: ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ମାସେରୁ ଅଧିକ ଦିନ ହେବ ଡାକ୍ତର ସୁମିତ୍‌ ସାହୁ- ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନି। ଏସବୁ ଭିତରେ ଆଜି ଆସିପାରେ ପୁଣି ଏକ ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍‌ର ରାୟ ଆଜି ଜିଲ୍ଲା ଦୌରା ଜଜ୍‌ରେ ପ୍ରକାଶ ପାଇବ। 

Advertisment

ତପସ୍ୱିନୀଙ୍କ ପାଇଁ ଏକ ଭଡ଼ା ଘର ଖୋଜିବା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ଲାଗି SDJM ରାୟ ଦେଇଥିଲେ। ତେବେ SDJMଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ୍‌ଙ୍କ ଓକିଲ ଜିଲ୍ଲା ଦୌରା ଜଜ୍‌ରେ ପିଟିସନ୍ ଆବେଦନ କରିଛନ୍ତି।  ସେହିପରି ସୁମିତ୍‌ଙ୍କ ଘରେ ରହିବାକୁ ତପସ୍ୱିନୀ SDJM କୋର୍ଟରେ ଏକ ପିଟିସନ୍ ଆବେଦନ କରିଥିଲେ। ହେଲେ SDJM ତପସ୍ୱିନୀଙ୍କ ଏହି ଆବେଦନକୁ ଗତ ୧୭ ତାରିଖରେ ଖାରଜ କରି ଦେଇଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ତପସ୍ୱିନୀଙ୍କ ଓକିଲ ଜିଲ୍ଲା ଦୌରା ଜଜ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁମିତ୍‌ ଓ ତପସ୍ୱିନୀଙ୍କ ଓକିଲ ପକ୍ଷରୁ ହୋଇଥିବା ଆବେଦନର ରାୟ ଆଜି ପ୍ରକାଶ ପାଇବ। ଉଭୟଙ୍କ ପାଇଁ ଏହି ରାୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାପଡ଼ିଛି। 

ଏହା ପୂର୍ବରୁ ଗତକାଲି ଏକ ଭିଡିଓ ଜାରି କରି ସ୍ୱାମୀଙ୍କ ନିକଟତର ହେବାକୁ ତପସ୍ୱିନୀ ଚେଷ୍ଟା କରିଛନ୍ତି। ସୋସିଆଲ ମିଡିଆରେ ତପସ୍ୱିନୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତପସ୍ୱିନୀ ମନର ବେଦନାକୁ ପ୍ରକାଶ କରି ସ୍ୱାମୀ ସୁମିତ୍‌ଙ୍କ ଫେରିବା ବାଟକୁ ଚାହିଁ ରହିଥିବା କହିଛନ୍ତି। ଏହାସହ ସୁମିତ୍‌ଙ୍କୁ ଫେରି ଆସିବାକୁ ନିବେଦନ ମଧ୍ୟ କରିଛନ୍ତି। 

Advertisment

କାନ୍ଦି କାନ୍ଦି ତପସ୍ୱିନୀ କହିଥିଲେ, ‘‘ମୁଁ ଚାହୁଁଛି ସୁମିତ୍‌ ଫେରି ଆସନ୍ତୁ। ମୁଁ ମୋ ସୁମିତ୍‌ଙ୍କୁ ଚାହୁଁଛି। ଶ୍ୱଶୁରଙ୍କୁ କହୁଛି, ବାପା ଦୟାକର, ଯଦି ବି କିଛି ଭୁଲ୍‌ କରିଛି ତା‘ହେଲେ ଛୋଟ ଝିଅ ଭାବି କ୍ଷମା କରି ଦିଅନ୍ତୁ। ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ। ଏ ଲଢେଇ କେବଳ ମୁଁ ସୁମିତ୍‌ଙ୍କ ପାଇଁ କରୁଛି। ବଞ୍ଚି ଥାଉ ଥାଉ ମୋତେ ଗ୍ରହଣ କରି ନିଅନ୍ତୁ।’

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
Advertisment
Advertisment