Advertisment

ଆସିବ ତେଜସ୍‌ ୨.୦: ତେଜସ୍ ମାର୍କ-୨ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ

ତେଜସ୍ ମାର୍କ-ଟୁ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। DRDO ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ADA ମିଳିତ ଭାବେ ଏହି ଫାଇଟର ଜେଟ୍‌କୁ ବିକଶିତ କରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Tejas 2.0 Mega Project Cabinet Committee On Security Approves

Tejas 2.0 Mega Project Cabinet Committee On Security Approves

ହାଲୁକା ଲଢୁଆ ବିମାନ ତେଜସ୍ ମାର୍କ-ଓ୍ୱାନ୍‌ର ଜବରଦସ୍ତ ସଫଳତା ପରେ ତେଜସ୍ ମାର୍କ-ଟୁ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। ପଞ୍ଚମ ପୀଢିର ଷ୍ଟେଲ୍‌ଥ ଫାଇଟର ଜେଟ୍ ନିର୍ମାଣ ଲାଗି ଏହି ମହା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ Cabinet Committee on Security (CCS) ଗ୍ରୀନ୍‌ ସିଗ୍ନାଲ ଦେଇଛି। 

Advertisment

DRDO ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ADA ମିଳିତ ଭାବେ ଏହି ଫାଇଟର ଜେଟ୍‌କୁ ବିକଶିତ କରିବେ। ଏହାର ଡିଜାଇନ, ଟେଷ୍ଟଟିଂ ଏବଂ ପ୍ରୋଟୋଟାଇପ୍ ନିର୍ମାଣ ବାବଦକୁ ୬ ହଜାର ୫୦୦ କୋଟି ମଞ୍ଜୁର କରାଯାଇଛି। ପୂର୍ବରୁ ସରକାର ଏଥିପାଇଁ ୨ ହଜାର କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି। ୨ରୁ ୩ ବର୍ଷ ମଧ୍ୟର ଏହାର ଟେଷ୍ଟଫ୍ଲାଇଟ୍ ହେବ।

ସେହିପରି ୨୦୩୦ ସୁଦ୍ଧା ଉତ୍ପାଦନ ଆରମ୍ଭ ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତୀୟ ବାୟୁସେନା ଲାଗି ୬ ସ୍କ୍ୱାଡ୍ରନ ତେଜସ୍ ମାର୍କ-ଟୁ ଫାଇଟର ଜେଟ୍‌ର ଆବଶ୍ୟକତା ରହିଛି। ତେଜସ ମାର୍କ-ଟୁ  ମିରାଜ୍-୨୦୦୦, ମିଗ୍-୨୯ ଓ ଜାଗୁଆରର ସ୍ଥାନ ନେବ। ମାର୍କ ଓ୍ୱାନ୍‌ରେ ୪୦୪ ଜିଇ ଇଞ୍ଜିନ ଲଗା ଯାଇଥିବା ବେଳେ ମାର୍କ-ଟୁରେ ଏହାଠୁ ଶକ୍ତିଶାଳୀ ଜିଇ ୪୧୪ ବା ୯୮ କିଲୋନ୍ୟୁଟନ ଇଞ୍ଜିନ ବ୍ୟବହାର ହେବ।

Advertisment

ତେଜସ୍ ମାର୍କ ଓ୍ୱାନ୍ ବାୟୁସୀମା ସୁରକ୍ଷା ଲାଗି ଉଦ୍ଦିଷ୍ଟ ହୋଇଥିବା ବେଳେ ତେଜସ୍-ମାର୍କ ଟୁ combat ଅର୍ଥାତ୍ ଅର୍ଥାତ୍ ଶତ୍ରୁ ଦେଶରେ ପଶି ଆକ୍ରମଣ କରିବାର କ୍ଷମତା ରଖିବ। ପୂର୍ବରୁ ସରକାର ୧୫ ହଜାର କୋଟି ଟଙ୍କାର AMCA ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଧରଣର ଫାଇଟର ଜେଟ୍ ହେବ। ଏଥିରେ ୧୧୦ କିଲୋନ୍ୟୁଟର ଶକ୍ତିଶାଳୀ ଇଞ୍ଜିନ ବ୍ୟବହାର କରାଯିବ। ୨୦୩୫ ସୁଦ୍ଧା ଏହାର ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଫ୍ରାନ୍ସର ସାଫ୍ରନ ଗ୍ରୁପ୍ ସହଯୋଗରେ ଇଞ୍ଜିନ ନିର୍ମାଣ ଲାଗି ପ୍ରୟାସ କରାଯାଉଛି। 

Tejas 2.0 Tejas 2.0 Mega Project Tejas Fighter Jet Cabinet Committee
Advertisment
Advertisment