/odishatv-khabar/media/post_attachments/uploadimage/library/16_9/16_9_0/s_1662174021.jpg)
Cultural Programme Held In Khordha
ଅପସରି ଯାଇଛି କରୋନାର କରାଳ ଛାୟା। ପୁଣି ରାଜ୍ୟରେ ଉଇଁଛି ପାର୍ବଣର ସୂର୍ଯ୍ୟ। ଜମୁଛି ପୂଜା, ଲାଗୁଛି ଭିଡ଼। ଆଉ ଏସବୁ ଭିତରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। କୋଭିଡ କଟକଣା ପାଇଁ ସବୁ କିଛି ଠପ୍ ହୋଇଯାଇଥିବା ବେଳେ ଏବେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେବାରେ ଲାଗିଛି। ଗଣେଶ ପୂଜାରୁ ପାର୍ବଣର ମାହୋଲ ଆରମ୍ଭ ହୋଇଛି।
୨ ବର୍ଷ ପରେ କରୋନା କଟକଣା ହଟିବା ପରେ ଜୀବନଜୀବିକା ଏବେ ଟ୍ରାକ୍କୁ ଫେରିଥିବା ଦେଖିବାକୁ ମିଳିଛି। ପାର୍ବଣ ପାଇଁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଖରେ ଏବେ ତର ନାହିଁ। ଖାଲି କଳାକାର କାହିଁକି, ଦର୍ଶକଙ୍କ ମୁହଁରେ ମଧ୍ୟ ଫୁଟିଛି ହସ। ମନୋରଞ୍ଜନର ଖୋରାକ ପୂଜା ମଉଜକୁ ଦ୍ୱିଗୁଣା କରିଛି।
#ହଟିଲା_କଟକଣା_ଫେରିଲା_ପୂଜାର_ମାହୋଲ#Ganeshpuja#OTVpic.twitter.com/vWL9r7vi77
— ଓଟିଭି (@otvkhabar) September 3, 2022
ଗଶେଶ ପୂଜା ଅବସରରେ ଖୋର୍ଦ୍ଧା ଏବଂ ଜଟଣୀ ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜକମାନେ କେଉଁଠି ମେଲୋଡି ତ ଆଉ କେଉଁଠି ଯାତ୍ରା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରିଛନ୍ତି। ଏଥିପାଇଁ ଉଭୟ ଦର୍ଶକ ଓ କଳାକାର ଉତ୍ସାହିତ ଅଛନ୍ତି। ଦୀର୍ଘଦିନ ହେଲା ଘରେ ହାତ ବାନ୍ଧି ବସିଥିବା କଳାକାରମାନେ ପୁଣିଥରେ ମଞ୍ଚକୁ ଫେରିଥିବାରୁ ବେଶ୍ ଖୁସି ଅଛନ୍ତି।
ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧାର ଇନ୍ଦିରା ପଡ଼ିଆରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ। କଳାକାରଙ୍କ ଗୋଟିକ ପରେ ଗୋଟିଏ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା।କରୋନା ପରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ଦର୍ଶକମାନେ ଭରପୁର ମଜା ଉଠାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)