Advertisment

ସାବାଡ୍‌ ହେବେ ଶତ୍ରୁପକ୍ଷ, ଆସିଗଲା ସମୁଦ୍ରର ମହାବଳୀ INS ବିକ୍ରାନ୍ତ

ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India's First Home-Built Aircraft Carrier INS Vikrant Commissioned

India's First Home-Built Aircraft Carrier INS Vikrant Commissioned

ଆଜି ଭାରତୀୟ ନୌସେନାରେ ଏୟାରକ୍ରାଫ୍ଟ କ୍ୟାରିଅର INS ବିକ୍ରାନ୍ତ(INS Vikrant)ସାମିଲ ହୋଇଛି। ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହି ଅବସରରେ କେରଳର କୋଚି ସିପ୍‌ୟାର୍ଡରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ INS ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ପିତ କରିଛନ୍ତି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। 

Advertisment

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ପ୍ରତୀକ ହେଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଦେଶକୁ ନୂଆ ବିଶ୍ୱାସରେ ଭରି ଦେଇଛି।

ଜାଣନ୍ତୁ, INS ବିକ୍ରାନ୍ତର ବିଶେଷତ୍ୱ...

  • ୩୦ଟି ଫାଇଟର ଜେଟ୍ ଓ ହେଲିକପ୍ଟର ମୁତୟନର କ୍ଷମତା ରହିଛି। ଯେଉଁଥିରେ ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ହେଲିକପ୍ଟର ସାମିଲ ଅଛି। 
  • ଥରେ ଇନ୍ଧନ ଭରିଲେ ସମୁଦ୍ରରେ ଥରକେ ସାଢେ ୭ ହଜାର ମାଇଲ୍‌ ଦୂରତା ଅତିକ୍ରମ କରିବାର ଦକ୍ଷତା ରହିଛି
  • ଦୁଇଟି ଫୁଟବଲ୍ ଖେଳ ପଡ଼ିଆ ଭଳି ଫ୍ଲାଇଟ୍ ଡେକ୍
  • ପ୍ରାୟ ୨୦ ହଜାର କୋଟିରେ ନିର୍ମିତ ଏହି ଯୁଦ୍ଧ ପୋତର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା
  • ବରେଲି, ଅମ୍ବାଲା, କଚ୍ଛ ଏବଂ ଦିଲ୍ଲୀ ସମେତ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିକ୍ରାନ୍ତର ଉପକରଣ ତିଆରି ହୋଇଛି
  • ମହିଳା ସେନାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ୍ ରହିଛି
  • ଯୁଦ୍ଧ ପୋତରେ ସମସ୍ତ ସେବା ଓ ସୁବିଧା ସହ ଏକ ଅତ୍ୟାଧୁନିକ ମେଡିକାଲ ମଧ୍ୟ ରହିଛି। ଯେଉଁଥିରେ ଆଇସିୟୁ ଏବଂ ଜରୁରୀକାଳୀନ ଅପରେସନ ଥିଏଟର ସହ ସିଟି ସ୍କାନ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ରହିଛି।
Advertisment

‘ବିକ୍ରାନ୍ତ’ କ୍ଷମତା...

  • ଆଇଏନ୍ଏସ୍ ବିକ୍ରାନ୍ତ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ଦେଶରେ ନିର୍ମିତ ସବୁଠୁ ବଡ ଯୁଦ୍ଧ ପୋତ
  • INS ବିକ୍ରାନ୍ତର ଓଜନ ୪୫ ହଜାର ଟନ୍‌। ଏହାର ଘଣ୍ଟା ପ୍ରତି ବେଗ ୫୨ କି.ମି.
  • INS ବିକ୍ରାନ୍ତର ଲମ୍ବ ୨୬୨ମିଟର, ୬୨ ମିଟର ଚଉଡ଼ା ଓ ଉଚ୍ଚତା ୫୯ ମିଟର
  • ବିକ୍ରାନ୍ତରେ ରହିଛି ୨୩୦୦ରୁ ଅଧିକ କମ୍ପାର୍ଟମେଣ୍ଟ
  • ୧୭ ଶହରୁ ଅଧିକ ଲୋକଙ୍କ ପାଇଁ ଏହି ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ଡିଜାଇନ୍ ହୋଇଛି
  • ବିକ୍ରାନ୍ତରେ ଲାଗିଥିବା ୮ଟି ପାଓ୍ୱାର ଜେନେରେଟର ସମ୍ପୂର୍ଣ୍ଣ କୋଚି ସହରକୁ ଆଲୋକିତ କରିବାରେ ସକ୍ଷମ

ପୁରୁଣା ବିକ୍ରାନ୍ତ ଅବସର ନେବାର ୮ ବର୍ଷ ପରେ ସମୁଦ୍ରରେ ପୁଣି ବୀରତ୍ୱ ଦେଖାଇଛି ବ୍ରାଣ୍ଡ୍‌ ନ୍ୟୁ ବିକ୍ରାନ୍ତ। ସମୁଦ୍ରରେ ବିକ୍ରାନ୍ତର ଉପସ୍ଥିତି, ଶତ୍ରୁଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବ। ଏହାପୂର୍ବରୁ ‌ଆମେରିକା, ଚୀନ୍, ଋଷ, ଫ୍ରାନ୍ସ ଏବଂ ବ୍ରିଟେନ୍ ପାଖରେ ୱାର ସିପ୍ ନିର୍ମାଣ କରିବାର କ୍ଷମତା ରହିଥିଲା। ଏବେ ଏହି ଏଲିଟ୍ ଗ୍ରୁପରେ ସାମିଲ ହୋଇଛି ଭାରତ  ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ। ଫଳରେ ଭାରତର ସୁରକ୍ଷା ଆହୁରି ମଜବୁତ୍‌ ହୋଇଛି। 

PM Modi Indian Navy INS Vikrant Aircraft Carrier INS Vikrant
Advertisment
Advertisment