/odishatv-khabar/media/post_attachments/uploadimage/library/16_9/16_9_0/____1662018977.jpg)
Subhashree Death Case: Police Get Big Clue
ଭୁବନେଶ୍ୱର ଶାସ୍ତ୍ରୀନଗରେ ଶୁଭଶ୍ରୀ ହତ୍ୟା ମାମଲାରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଖାରବେଳନଗର ପୋଲିସ୍ ହାତରେ ବଡ଼ ସୁରାକ ଲାଗିଛି। ଏହି ମାମଲାରେ ଅଟକ ଥିବା ଯୁବକଙ୍କୁ ମୃତ୍ୟୁ ଦିନ ଶୁଭଶ୍ରୀ ଫୋନ୍ କରିଥିଲେ ବୋଲି ସୂଚନା ମିଳିଛି। ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ବାରମ୍ବାର କଲ୍ ଯାଇଥିଲା। ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ଉକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା। ଯାହାର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା।
ଶେଷ କଲ୍ ପୂର୍ବରୁ ସେଦିନ ୭ରୁ ଅଧିକ ଥର ଶୁଭଶ୍ରୀ ଯୁବକ ଜଣଙ୍କୁ କଲ୍ କରିଥିଲେ। କ’ଣ ଥିଲା ସେହି ଶେଷ ୨୭ ସେକେଣ୍ଡ କଥାବାର୍ତ୍ତା, ସେନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି। ଅନ୍ୟପକ୍ଷେ, ଅଟକ ଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ମଧ୍ୟ ଜଣାପଡ଼ିଛି।
ସୂଚନାଥାଉ କି, ଗତକାଲି ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଠାବ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ମୃତ ମହିଳାଙ୍କ ନାଁ ଶୁଭଶ୍ରୀ ବୋଲି ଜଣାପଡ଼ିଥିଲା। ତାଙ୍କ ବେକରେ ଦାଗ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ତଣ୍ଟି ଚିପି ତାଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶୁଭଶ୍ରୀଙ୍କ ସ୍ୱାମୀ ବି କହିଛନ୍ତି ବେକରେ ତଣ୍ଟି ଚିପା ଚିହ୍ନ ରହିଛି। ତେବେ କିଏ ଓ କାହିଁକି ହତ୍ୟା କଲା ? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଏବଂ ସନ୍ଦେହ ଘନିଭୂତ ହୋଇଛି।
ଏହି ଘଟଣାରେ ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଥିବା ବେଳେ ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀ ତାଙ୍କୁ ଫୋନ୍ କରିଥିଲେ ବୋଲି ଜଣାପଡ଼ିଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଅଟକ ଯୁବକ ଓ ଶୁଭଶ୍ରୀଙ୍କ ମଧ୍ୟରେ କ’ଣ ଥିଲା ସମ୍ପର୍କ ? କାହିଁକି ଶୁଭଶ୍ରୀ ତାଙ୍କୁ କଲ୍ କରିଥିଲେ ? ସେଦିନ ଶେଷ କଲ୍ରେ ଶୁଭଶ୍ରୀ ତାଙ୍କୁ କ’ଣ କହିଥିଲେ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ପୋଲିସ୍ ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)