/odishatv-khabar/media/post_attachments/uploadimage/library/16_9/16_9_0/____1662021183.jpg)
Bollywood Conman Sukesh Chandrashekhar Gifted Jacqueline Fernandez Home In Srilanka
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଶ୍ କିଛିଦିନ ହେଲାଣି ସୁକେଶଙ୍କ ସହ ଜ୍ୟାକଲିନ୍ଙ୍କ ନାଁ ଯୋଡ଼ା ଯାଇ ଅନେକ ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏବେ ଅଭିନେତ୍ରୀ ଜ୍ୟାକଲିନ୍ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚାର୍ଜଶିଟ୍ ଉପରେ ପଟିଆଲା କୋର୍ଟ Cognizance ନେଇଛନ୍ତି।
ଇଡିର ଚାର୍ଜଶିଟ୍ ଅନୁସାରେ, ଅଭିନେତ୍ରୀ ଜ୍ୟାକଲିନ୍ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏତଦ୍ବ୍ୟତୀତ ଜ୍ୟାକଲିନ୍ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ। ଜାତୀୟ ଗଣମାଧ୍ୟମ ସଂସ୍ଥା India Todayର ରିପୋର୍ଟ ଅନୁସାରେ, ଏଜେନ୍ସି ରିପୋର୍ଟରେ କୁହାଯାଇଛି ଯେ, ସୁକେଶ ମୁମ୍ବାଇର ଜୁହୁରେ ଜ୍ୟାକଲିନ୍ଙ୍କ ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା କିଣିବା ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ସେ ଆଡ୍ଭାନ୍ସ ଟଙ୍କା ମଧ୍ୟ ଦେଇ ସାରିଥିଲେ। ଏହାଛଡ଼ା ସୁକେଶ, ଜ୍ୟାକଲିନ୍ଙ୍କ ବାପାମା’ଙ୍କୁ ବହରିନ୍ରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଗିଫ୍ଟ କରିଥିଲେ।
ED ଚାର୍ଜଶିଟ୍ ଅନୁସାରେ, ନିଜ ସହଯୋଗୀ ପିଙ୍କି ଇରାନୀଙ୍କୁ ସୁକେଶ ଏସମ୍ପର୍କରେ କହିଥିଲେ। ପିଙ୍କି ଯୋଗୁ ସୁକେଶ ଓ ଜ୍ୟାକଲିନ୍ଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା। ଏଥିପାଇଁ ପିଙ୍କିଙ୍କୁ କୋଟି କୋଟି ଟଙ୍କା ମଧ୍ୟ ମିଳିଥିଲା। ସୁକେଶ, ପିଙ୍କିଙ୍କୁ କହିଥିଲେ ଯେ ସେ ଜୁହୁ ବିଚ୍ରେ ଜ୍ୟାକଲିନ୍ଙ୍କ ପାଇଁ ଏକ ଘର କିଣିବା ଲାଗି ଯୋଜନା କରିଛନ୍ତି। ଏଥିପାଇଁ ସେ ଆଡ୍ଭାନ୍ସ ପେମେଣ୍ଟ ମଧ୍ୟ ଦେଇ ସାରିଛନ୍ତି ବୋଲି ସୁକେଶ କହିଥିଲେ।
ଏଠାରେ ପ୍ରଶ୍ନ ଉଠୁଛି, ପ୍ରକୃତରେ ସୁକେଶ ପ୍ରପର୍ଟି କିଣିଥିଲେ ନା ନାହିଁ ? ଯେଉଁସବୁ ପ୍ରପର୍ଟି ସେ କିଣିଥିଲେ, ସେଥିରେ ନିବେଶ ହୋଇଥିବା ଟଙ୍କା ଅପରାଧ ଜଗତ ସହ ଜଡ଼ିତ ନା ନାହିଁ ? ଏନେଇ ଇଡି ଯାଞ୍ଚ ଚଳାଇଛି। ଇଡି ଚାର୍ଜଶିଟ୍ରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଜ୍ୟାକଲିନ୍ଙ୍କୁ ପଚରାଉଚରା ବେଳେ ସେ ଶ୍ରୀଲଙ୍କାରେ ଥିବା ବଙ୍ଗଳା କଥା ସ୍ୱୀକାର କରିଛନ୍ତି। ତେବେ ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ସେ ଏହି ପ୍ରପର୍ଟି ଦେଖି ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)