• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

train
ଫୋନି ଯୋଗୁଁ ପ୍ରଭାବିତ ଟ୍ରେନ୍ ସେବାରେ ସୁଧାର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍‌ରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍‌ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ...

puri9
୯୯ ବାତ୍ୟାଠୁ ବି ପ୍ରଳୟଙ୍କରୀ ହେଲା ଫୋନି : ପ୍ରାଣ ଶୂନ୍ୟ ପୁରୀ ସହର

ଭୁବନେଶ୍ୱର : ୧୯୯୯ ମହାବାତ୍ୟାଠୁ ଢେର ଅଧିକ ପ୍ରଳୟ ରଚାଇଛି ସାମୁଦ୍ରିକ ଝଡ଼ବାତ୍ୟା ଫୋନି। ପ୍ରାଣ ଶୂନ୍ୟ କରିଦେଇଛି ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀ ଛଡ଼ାଇନେଇଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ସହରଠାରୁ। ଶ୍ରୀମନ୍ଦିରକୁ ବି ଛାଡ଼ିନି ଏ ରାକ୍ଷସରୂପୀ ଝଡ଼। ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଜଗନ୍ନାଥ ଧାମର ସୁରକ୍ଷାକବଚ ବାଲୁଖଣ୍ଡ ଅଭୟାରଣ୍ୟକୁ। ଯୁଆଡ଼େ...

jk
ନାହିଁ ନାହିଁ ଭିତରେ ଛଟପଟ ସ୍ମାର୍ଟସିଟିର ଜନଜୀବନ

ଭୁବନେଶ୍ୱର : ପାଣି ପାଇଁ ହାହାକାର। ପିଇବାକୁ ପାଣି ନାହିଁ। ଗାଧୋଇବା ଓ ଅନ୍ୟାନ୍ୟ କଥା ପଚାରେ କିଏ? ପାଣି ବାଲ୍‌ଟିଏ ପାଇଁ ଟ୍ୟୁବୱେଲ ଆଗରେ ଲାଗିଛି ଲମ୍ୱା ଲାଇନ୍‌। ଏହି ଲମ୍ବା ଲାଇନ ହିଁ ବର୍ଣ୍ଣନା କରୁଛି ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ କିଭଳି ଦୁର୍ଦ୍ଦଶା ମଧ୍ୟକୁ ଠେଲି...

relkief
ଫୋନିର ୨ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ

ଭୁବନେଶ୍ୱର : ରିଲିଫ୍ ଦାବିରେ ତହସିଲ୍ ଅଫିସ୍‌ରେ ତାଲା। ବାତ୍ୟା ବିପନ୍ନ ଓ ପୁଲିସ୍ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ। ବାତ୍ୟାର ୨ ଦିନ ପରେ ବି ସରକାରୀ ସହାୟତା ପହଞ୍ଚି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କ୍ଷତିଗ୍ରସ୍ତ। ପ୍ରତିବାଦରେ...

fani
ଜିରୋ କାଜୁଆଲଟି ମିଶନ ଫେଲ ! ଫୋନିର ଆଁରେ ଗଲାଣି ୪୦ ଜୀବନ

ଭୁବନେଶ୍ୱର :  ଫୋନିର ଆଁ ଭିତରେ ହଜିଯାଇଛି ଅନେକ ମୂଲ୍ୟବାନ ଜୀବନ। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୨ ବୋଲି କୁହାଯାଇଥିଲେ ବି ଏହା ୪୦ ଛୁଇଁଲାଣି। ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେବଳ ପୁରୀରେ ଫୋନି ୨୧ ଜଣଙ୍କ...

hh
ଓଡ଼ିଶା ଫୋନି ପ୍ରଭାବିତଙ୍କ ପାଇଁ ୟୁପି ଓ ତାମିଲନାଡୁର ସହାୟତା

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ଫୋନିର ତାଣ୍ଡବ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫୋନି ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ଓ ତାମିଲନାଡୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିଭଳି କେରଳ...

watr
ପାଣି ମୁନ୍ଦାଏ ପାଇଁ ଡହଳବିକଳ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ବାତ୍ୟା ଫୋନି ପରେ ଦୁର୍ଦ୍ଦଶା ବଢ଼ାଇଛି ପାଣି ସମସ୍ୟା। ପାଣି ମୁନ୍ଦାଏ ପାଇଁ ରାଜଧାନୀ ଭୁବନେଶ୍ୱରରେ ଡ଼ହଳବିକଳ ହେଉଛନ୍ତି ଲୋକେ। ଦାମ୍‌ ଅଧିକ ହେଲେ ବି ଲୋକେ ବାଧ୍ୟ ହେଉଛନ୍ତି ଜେନେରେଟର ଭଡ଼ାରେ ନେଇ ପାଣି ଟାଙ୍କିକୁ ପାଣି ଉଠାଇବାକୁ। ଅନେକ ଲୋକ କାର୍‌ରେ ମଧ୍ୟ...

subrat
ଭୁବନେଶ୍ୱରରେ କେବେ ସ୍ୱାଭାବିକ ହେବ ବିଜୁଳି ସଂଯୋଗ ?

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରରେ ବିଜୁଳି ସଂଯୋଗ କେବେ ସ୍ୱାଭାବିକ ହେବ ସେ ନେଇ ସ୍ପଷ୍ଟ ସୂଚନା ଦେଇପାରନି ସେସୁ। ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଥିବାରୁ ଏଗୁଡ଼ିକୁ ମରାମତି କରି ବିଜୁଳି ସଂଯୋଗ କରିବା ନେଇ ହାତ ଟେକି ଦେଇଛି ସେସୁ। ପ୍ରାୟ ୧୫ ଶହ...

sesu
‘ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ’

ଭୁବନେଶ୍ୱର : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନରୁଦ୍ଧାର କାମ ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ। ହସ୍ପିଟାଲ, ରେଲ୍‌ୱେ, ଏୟାରପୋର୍ଟକୁ ଆଜି ହେବ ବିଦ୍ୟୁତ୍‌ ଯୋଗାଣ। ଆସନ୍ତାକାଲି ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଦିଆଯିବ। ବାତ୍ୟାରେ...

jay 2
କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ବୈଜୟନ୍ତ ପଣ୍ଡା

ପାଟକୁରା(ମନୋଜ ସ୍ୱାଇଁ) : ଫୋନିର ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଅଞ୍ଚଳ। ଆଜି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଜିଲ୍ଲାର ବାରୁଅ ପଂଚାୟତର ଇଟିପୁର, ଗିଗହିଡ଼ିଆ, ନିଲିକନା ଅଞ୍ଚଳ...

protest
ଖାଦ୍ୟ, ପଲିଥିନ ମିଳୁନଥିବା ଅଭିଯୋଗରେ ପ୍ରତିବାଦ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’ର ପ୍ରଭାବ ଜଗତସିଂହପୁରରେ ମଧ୍ୟ ପଡିଛି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ କ୍ଷୁବ୍ଧ ହୋଇଛନ୍ତି ଏଠାକାର କ୍ଷତିଗ୍ରସ୍ତ। ବିରିଡି ବ୍ଲକ୍‌ର ଅନେକ ଲୋକ ଆଜି ପ୍ରତିବାଦରେ ବ୍ଲକ୍‌ ଓ ତହସିଲ ଅଫିସ୍‌ ଘେରାଉ କରିଥିଲେ। ଏପରିକି ତହସିଲ ଅଫିସ୍‌ରେ ଧସେଇ ପଶିଥିଲେ...

puri
ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିର ବ୍ୟାପକ କ୍ଷତିଗ୍ରସ୍ତ

ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି।...

photo
ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ‘ଫୋନି’ ନେଲା ଜୀବନ

ଭୁବନେଶ୍ୱର  : ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍‌...

puri-2
ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିଗଲା ଫୋନି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପୁରୀକୁ ଛାରଖାର କରି ଦେଇଛି ରାକ୍ଷସରୂପୀ ଝଡ଼ବାତ୍ୟା ଫୋନି। ଲ୍ୟାଣ୍ଡଫଲ କରିବା ପରେ ଭୀଷଣରୁ ଅତି ଭୀଷଣ ରୂପ ନେଇ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ରଚିଥିଲା ତାଣ୍ଡବ। ଅତି ପରିଚିତ ବଡ଼ଦାଣ୍ଡ ହେଉ କି ସମୁଦ୍ରକୂଳ, ସବୁଠି ଛାଡ଼ିଯାଇଛି ସେ...