କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନ ପାଇଁ ଆଜି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଦ ପ୍ରକାଶଙ୍କ ପରଲୋକ ପରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇ ତାଙ୍କ ନାଁ ଘୋଷଣା କରିଥିଲେ। ବିଜେଡି ଏଥର...
ଭୁବନେଶ୍ୱର : ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆହ୍ୱାନ ଦେଇଛନ୍ତି। କହିଛନ୍ତି,“ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଇନ ଅନୁସାରେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାରେ ବାଧା ନାହିଁ। ପଛରେ ରହି, ହୀନ ଚକ୍ରାନ୍ତ ନ...
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ପରଲୋକଗତ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲ୍ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍ଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି ଦଳ। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...
ଭୁବନେଶ୍ୱର : ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ନିର୍ବାନରେ ମାରପିଟ୍, ବୁଥ୍ ରିଗିଂ ଓ ଭୋଟରଙ୍କୁ ପ୍ରଲୋଭନ ନ ହେଲେ ଧମକର ପୁଳା ପୁଳା ଅଭିଯୋଗ ଆସିଛି। ଖାସ୍ କରି ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପୋଲିଂ ଏଜେଣ୍ଟଙ୍କୁ...
ଭୁବନେଶ୍ୱର : ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଚେନ୍ନାଇ ଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି...
ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହେବ ପଇତାଲାଗି ନୀତି। ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ...
ଗଂଜାମ : ବାତ୍ୟା ‘ଫୋନି’କୁ ନେଇ ଗଂଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି। ମାଟିଘରେ ରହୁଥିବା ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ ଆଜିରାତିରୁ ସଚେତନ କରାଯିବ। ଜିଲ୍ଲାରେ ଥିବା ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ମେଡିକାଲରେ ଆଣି ରଖିବାକୁ ବ୍ୟବସ୍ଥା କରାଯିବ। ଜିଲ୍ଲାରେ...
ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଯାଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ମତଦାନ ଏବେଯାଏଁ କିଛି ସ୍ଥାନରେ ଜାରି ରହିଛି। ଏହି ପର୍ଯ୍ୟାୟରେ ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି।...
ମୁମ୍ବାଇ : ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପ୍ଲେଅଫ୍ ଓ ଫାଇନାଲ୍ ସମୟ ଘୋଷଣା କରାଯାଇଛି। ଏହି ଚାରୋଟି ଯାକ ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ମେ’ ୭ ତାରିଖରେ କ୍ୱାଲିଫାୟର୍-୧ ଚେନ୍ନାଇରେ ଖେଳାଯିବ। ଏହା ପରେ ୮ରେ ଏଲିମିନେଟର୍ ଏବଂ...
ପାରାଦୀପ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲଛମନ ବେହେରା। ଲଛମନ ଗତକାଲି ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ।...