ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର...
ମୁମ୍ବାଇ: ଗାୟିକା ନେହା କକ୍କର ଏବଂ ରୋହନ ପ୍ରିତ୍ ସିଂହଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି। ଅକ୍ଟୋବର ୨୪ରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ସୋଶାଲ୍ ମିଡିଆରେ ରୋହନଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ନେହା ସାମ୍ନାକୁ ଆଣିଛନ୍ତି।...
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ...
ରାଉରକେଲା : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ...
ଗଂଜାମ: ଲୋକେ ପାଖୋରୀରେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି। ଲୋକେ ପୋଖରୀରେ ଗାଧୋଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଓ...
ଭୁବନେଶ୍ୱର : ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିବା ସତ୍ୟପାଠକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଅାରେ ସତ୍ୟପାଠ ଅାହ୍ୱାନ କରିଥିଲେ। ତେବେ ସତ୍ୟପାଠରେ...
ପାରାଦୀପ : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମିତି କି ୧୪ଟି ଜାହାଜରେ ମାଲ୍ ଲୋଡିଂ ଓ...
ଭୁବନେଶ୍ୱର : ନିରାମୟ ଯୋଜନାରେ ଯୋଗାଣ ପାଇଁ ଅାସିଥିବା ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିଛି। ଏନେଇ ନିଗମ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ସହ ଯୋଗାଣ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କଂପାନୀ ଅାଗାମୀ ୩ବର୍ଷ ଯାଏ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ...
ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା...
ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ...
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ଜଣେ ଯୁବକ ଷ୍ଟେସନର ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢ଼ିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯୁବକଙ୍କୁ ପୁଲିସ ତଳକୁ ଅାଣିବା ପରେ ପୁଣି ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ୩ ନମ୍ବର ପ୍ଲାଟ୍ଫର୍ମରେ ଥିବା ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢି ଯାଇଥିଲେ...
ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍ଧାମରେ ମନାଇବେ ଇସ୍ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍ଜିଦ୍ ଓ ଇଦ୍ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ...
ଥିରୁଅନନ୍ତପୁରମ୍ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ...
ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...
କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ...
ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍ ମ୍ୟାନ୍ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ। ବେଶ୍ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ...
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଥିବା...
ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି...
ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ...
କନ୍ଧମାଳ : ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଗତକାଲି ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ ମିଞ୍ଜାପାଙ୍ଗା ଗାଁର ରେବତୀ ବଳିୟାରସିଂହ ସ୍ୱାମୀ ରିଫନଙ୍କ ସହ ମୋହନାରୁ ବସ୍ ଯୋଗେ ଫେରି ଝିଞ୍ଜିରିଗୁଡ଼ା ଛକରେ ଓହ୍ଲାଇଥିଲେ। ଏହି ସମୟରେ କରଜ...