ଜାକର୍ତ୍ତା: ଜାକର୍ତ୍ତା ଏସିଆଡ୍ରେ ଓଡିଆ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ଦେଇଛନ୍ତି। ମହିଳା ୨ ଶହ ମିଟରର ଫାଇନାଲକୁ ଦୂତୀ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୨୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିବା ସହ ଟେବୁଲ୍ ଟପ୍ରେ ରହିଥିଲେ। ଆଜି ଦୂତୀ ଫାଇନାଲକୁ ଓହ୍ଲାଇବେ।...
ଭବାନୀପାଟଣା: ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଲାଞ୍ଜିଗଡ଼ ବ୍ଲକ୍ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବନ୍ଦପାରୀ- ଲାଞ୍ଜିଗଡ, ବିଶ୍ୱନାଥପୁର- ବିଜେପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମାଓବାଦୀମାନେ ଗଛକାଟି ରାସ୍ତା ଉପରେ ପକାଇବା ସହ ପୋଷ୍ଟର ମାରିଛନ୍ତି।...
ଜଟଣୀ: ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା ଲାଗିଛି। ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ବାଦ ଦେଇଛି। ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ମଧ୍ୟ ନିର୍ମାଣ କାମ କରୁଛି। ତେବେ ସେହି...
ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ...
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲଙ୍କ ଘରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅଭିଯୁକ୍ତ ଦୁଇ କନଷ୍ଟେବଲଙ୍କ ନାମ ରଞ୍ଜିତ ଲିମ୍ମା ଓ ତନୁଜ ସାବତ। ରଞ୍ଜିତ ଲିମ୍ମା ଜିଲ୍ଲା ହାବିଦାର ଓ କନଷ୍ଟେବଲ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ୍...
ଆହ୍ଲାବାଦ: ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ହକିର ଯାଦୁଗର ଭାବେ ପରିଚିତ...
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି। ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ...
ମୁମ୍ବାଇ: ବଲିଉଡ୍ ଫିଲ୍ମରେ କିସିଂ ସିନ୍ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍କୁ ସିନେମାରେ ସାମିଲ୍ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍ କରିବା...
ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ...
କଟକ: କଟକରେ ପୁଲିସ୍-ଓକିଲ ମୁହାଁମୁହିଁ ହୋଇଛନ୍ତି। ନୂଆବଜାର ପୋଲ ନିକଟରେ ଜଣେ ଆଇନଜୀବୀଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତାତିଛନ୍ତି ଓକିଲ। ଓକିଲଙ୍କୁ ମାଡ଼ ପ୍ରତିବାଦରେ ଶତାଧିକ ଆଇନଜୀବୀ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ। ଓକିଲ ମାନେ କାର୍ଯ୍ୟନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଆହତ...
ବାଲେଶ୍ୱର: ଓଡ଼ିଶା–ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍...
ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ...
ମୁମ୍ବାଇ: ଅଭିନେତ୍ରୀ କାଜଲ୍ ଅଗ୍ରୱାଲ୍ ନିକଟରେ ଏକ ଟ୍ୱିଟ୍ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍ଙ୍କ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି। ଇନ୍ଷ୍ଟାଗ୍ରାମରେ ସେ କାଜୋଲ୍...
କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ତାଳଚୁଆ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରଙ୍କଣି ପଞ୍ଚାୟତର ଜଣେ ଯୁବକ ଗାଁ ତାଳଚୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗ୍ରାମବାସୀ ଏହା ଜାଣିବା...
ଭୁବନେଶ୍ୱର : ମଦକୁ ନେଇ ଚାଲିଛି ମହାଭାରତ । ସମାଜକୁ ବିଗାଡୁଥିବା ମଦ ବିରୋଧରେ ଦୈନିକ କେଉଁଠି ନାଁ କେଉଁଠି ଏମିତି ଢଙ୍ଗରେ ହେଉଛି ହିଂସାତ୍ମକ ପ୍ରତିବାଦ ଓ ଅାନ୍ଦୋଳନ । ହେଲେ ରାଜ୍ୟ ସରକାର କିନ୍ତୁ ଏ ବାବଦରେ ସାଜିଛନ୍ତି ଧୃତରାଷ୍ଟ୍ର। ମଦ ବନ୍ଦ କରିବେ କଣ...
ଭୁବନେଶ୍ୱର : ଅାସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେଉଛି ୬୫ଟି ପୌର ପରିଷଦର କାର୍ଯ୍ୟକାଳ। ହେଲେ ସେସବୁ ସ୍ଥାନରେ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅାଗେଇ ପାରିନାହିଁ ପ୍ରକ୍ରିୟା। ଏଥିରେ ବାଧକ ସାଜିଛି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ୍ଙ୍କୁ ଓ୍ୱାର୍ଡ...
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ଝଡ଼ାଫୁଙ୍କା । ଛେଣ୍ଡିପଦା ବ୍ଲକ୍ ମାମୁରିଅା ଗାଁରୁ ଅାସିଛି ଏହି ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ଗାଁର ଝୁନା ଭୁତିଅା ନାମକ ଜଣେ ମହିଳାଙ୍କୁ ଅାଜି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି...
ଭୁବନେଶ୍ୱର : ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା। ଅାଜି କଟକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ...
ବାରିପଦା : ବାରିପଦାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଦାବିରେ ଜେଏମ୍ଏମ୍ର ଅାନ୍ଦୋଳନ। ଏହି ଦଳ ପକ୍ଷରୁ ଅାଜି ବାରିପଦା ଦେଇ ଯାଇଥିବା ରାଜପଥ ଅବରୋଧ କରାଯାଇଛି। ଜେଏମ୍ଏମ୍ କର୍ମୀମାନେ ବାରିପଦା, ପାଲବଣି, ବୈଶିଙ୍ଗା, ବେତନଟୀ ସମେତ ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ...
ରାଉରକେଲା: ରାଉରକେଲାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଉରକେଲା ସିଭିଲ୍ ଟାଉନ୍ ସିପ୍ରେ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି । ପାଣି ଟାଙ୍କି ଭୁଶୁଡ଼ିବାରୁ ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁର୍ମାର୍ ହୋଇଯାଇଛି। ତେବେ ପାଣି ଟାଙ୍କି ଭୁଶୁଡିବା ବେଳେ...