• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bjd
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ

ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନରେ ରଣନୀତି ନେଇ ଅଲୋଚନା ହୋଇଛି। ଏଥିରେ ୩୧ଟି ସାଂଗଠନିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। କେବଳ ପ୍ରଫୁଲ୍ଲ ମଲ୍ଲିକ ଓ ସଞ୍ଜୟ...

Jashobant Parida
ଢ଼େଙ୍କାନାଳ ଯୁବ ବିଜେଡ଼ି ନେତାଙ୍କୁ ହତ୍ୟା ଘଟଣା: ଜଣେ ଅଟକ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣା ନେଇ ପୋଲିସର ତନାଘନା। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ।...

jagannath temple
ରତ୍ନଭଣ୍ଡାର ଗହଣାର ଆକଳନ ହେବନି

ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ...

minor
ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ଜଣେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ

ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ...

ball
ରାଜସ୍ଥାନ ରୟାଲ୍‌ସ ଅଧିନାୟକ ପଦରୁ ସ୍ମିଥ୍‌ଙ୍କ ଛୁଟି

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍‌ସ ଦଳର ଅଧିନାୟକ ପଦରୁ ବିଦା ହେଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ୍ ଟାମ୍ପରିଂ କରି ଧରାପଡ଼ିବା ପରେ ଦଳ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍‌ସର...

viral video
ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ବିଭତ୍ସ ହତ୍ୟ। ଅଭିଯୁକ୍ତଙ୍କୁ ପେଟ୍ରୋଲ କିମ୍ବା ଅନ୍ୟ କିଛି ଦହନଶୀଳ ପଦାର୍ଥ ଢାଳି ଜୀଅନ୍ତା ପୋଡି ଦେଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ପ୍ରଥମେ ଏକ ମାର୍ତୁଲ ସାହାଯ୍ୟରେ ଉନ୍ମୟଙ୍କ ମୁଣ୍ଡକୁ ଆଘାତ କରିବା ସହ ଛୁରା ମାଡ...

ଜମଦ-୨
ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର...

bank
ଚଳିତ ମାସରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ ନାହିଁ

ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍‌ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍‌ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍।...

police --
ପୋଲିସ୍‌ ଅଫିସରଙ୍କୁ ସଲାମ୍‌ : ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦେଲେ ଜୀବନ

ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ନିଜର ସବୁ ସୁଖକୁ ପଛ କରିଦେଇଛନ୍ତି। ନିଜ ଜୀବନ ବଦଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଫ୍ରାନ୍‌ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଗତ ଶୁକ୍ରବାର ଦକ୍ଷିଣ ଫ୍ରାନ୍‌ସର ଏକ ସୁପରମାର୍କେଟ୍‌...

solar
ସୂର୍ଯ୍ୟ କିରଣରେ ଚାଲୁଛି ସାଇକେଲ୍

ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା...

anubhav-babushan
ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା...

dkl
ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଗୁଳିକାଣ୍ଡ।  ଦୁର୍ବୃତ୍ତଙ୍କ ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ...

olive ridley turtle
ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ

ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା...

akash ambani
ବିବାହ କରିବେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ!

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ତାଙ୍କ ସ୍କୁଲ ସହପାଠୀ ଥିବା ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବେ ଆକାଶ। ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ସାନ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ...

teacher strike
ରାଜଧାନୀରେ ସରକାରଙ୍କ ବିରୋଧରେ ଗର୍ଜିବେ ଶିକ୍ଷକ

ଭୁବନେଶ୍ୱର: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।  ଏଯାଏଁ ଦାବି ପୂରଣ ନହେବାରୁ ଆଜିଠୁ ମହାସଂଗ୍ରାମର ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ...

maoists killed
୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ...

jagannath temple
ଆଜି ଖୋଲିପାରେ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା...

modi ujala
ରାଜ୍ୟରେ ନୂଆ ବିଦ୍ୟୁତ ଯୋଜନାକୁ ନେଇ ରାଜନୀତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଉଜାଲା ଯୋଜନାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ‘ଆମ ଘରେ ଏଲ୍ଇଡି ଲାଇଟ୍’ ନାଁରେ ଆରମ୍ଭ କରିଛନ୍ତି ଏକ ନୂଆ ସ୍କିମ୍। ଏହି ନୂଆ ବିଦ୍ୟୁତକରଣ ଯୋଜନା ପାଇଁ ଏଥର ବଜେଟ୍‌ରେ ୧୨୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଆଗକୁ ନିର୍ବାଚନ ଥିବାରୁ...

rath wood
ଆରମ୍ଭ ହେଲା ରଥକାଠ ଚିରଟ ପ୍ରକ୍ରିୟା

କଟକ: ଶ୍ରୀରାମ ନବମୀ ଅବସରରେ ଆଜିଠୁ ପୁରୀ ରଥଯାତ୍ରା ପାଇଁ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀରୁ ଆଜ୍ଞାମାଳ ଆସିବା ପରେ କଟକ ସ୍ଥିତ ଖପୁରିଆ ସରକାରୀ ସଅ ମିଲ୍‌ରେ ରଥକାଠ ଚିରିବା କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ...

0d062de78ba4d73fed35c58e603a0fab
ରତ୍ନଭଣ୍ଡାରରେ ରହିଛି ସର୍ପ ଗର୍ତ୍ତ !

ପୁରୀ: “ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ରହିଛି ୨ଟି ବଡବଡ ଗର୍ତ୍ତ। ଏହି ଗର୍ତ୍ତରେ ବିରାଟ ସର୍ପ ଯିବାଆସିବା କରିପାରିବାର ପଥ ରହିଛି। କୁହାଯାଏ ଶ୍ରୀ ଲୋକନାଥ ସର୍ପ ରୂପରେ ଭଣ୍ଡାର ରକ୍ଷା କରନ୍ତି। ପୂର୍ବରୁ ଏହି ସର୍ପଙ୍କୁ ମହାପ୍ରସାଦ ସମର୍ପଣର ବିଧି ରହିଥିଲା”। ଏହି...