କେନ୍ଦୁଝର: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଟ୍ରକ୍ଟି କୋଲକାତାରୁ ମୁମ୍ବାଇ ଯାଉଥିଲା ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଖିରେଇଟାଙ୍ଗିରି ନିକଟରେ...
ଗଞ୍ଜାମ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲି ଗାଁରେ ସାମାନ୍ୟ ବଚସାରୁ ଜଣଙ୍କ ଜୀବନ ଯାଇଛି। ଗାଁର ସୁରିଆ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।...
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୮୦୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବା ସମ୍ଭାବନା ରହିଛି। ଏହାର...
ବାଲେଶ୍ୱର: ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଜଣଙ୍କୁ ଗିରଫ କରିଛି। ଏଭଳି ଏକ ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ବାଲେଶ୍ୱର ଜିଲ୍ଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରେମୁଣା ଶାଖାରେ ଯେଉଁ ପେନ୍ସନ୍ ହିତାଧିକାରୀଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ଆକାଉଣ୍ଟ୍କୁ ସଚଳ ରଖି କୋଟି କୋଟି...
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ରାଜସ୍ଥାନରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି। ରାଜସ୍ଥାନର ନୂଆ ମଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍ଙ୍କୁ ଚୟନ କରାଯାଇଛି। ଏନେଇ ଗତକାଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ସଚିନ୍ ପାଇଲଟ୍ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।...
ପୁରୀ: ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ କୁକୁଡା ମରା ଅଭିଯାନ ଶେଷ ହୋଇଛି। ତେବେ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନ ଦେବା ଲାଗି ନିଷ୍ପତ୍ତି ହୋଇଛି। ପରିସ୍ଥିତକୁ ନଜରରେ ରଖି...
ଭୁବନେଶ୍ୱର: ଦୃଷ୍ଟିହୀନ ଭୋଟରଙ୍କ ପାଇଁ ଖୁସି ଖବର। ଏଣିକି ଭୋଟ ଦେବା ସମୟରେ ସେମାନେ ଆଉ ପ୍ରିଜାଇଡିଂ ଅଫିସର ବା ଅନ୍ୟ କାହାର ସହାୟତା ନେବେନି। ଏବେ ବ୍ରେଲ୍ ବ୍ୟାଲଟ୍ ପେପର ବ୍ୟବହାର କରାଯିବ। ଯାହାଫଳରେ ସେମାନେ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜେ ଭୋଟ୍ ଦେଇପାରିବେ। ନିର୍ବାଚନରେ ସ୍ଵଚ୍ଛତା...
ଭୁବନେଶ୍ୱର: ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ।...
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ ଆଶଙ୍କା ସାଙ୍ଗକୁ କପି ରୋକିବାକୁ ଏ ବର୍ଷ ବ୍ୟାପକ ପଦକ୍ଷେପ ନେଇଛି ସିଏଚ୍ଏସ୍ଇ। ଖାଲି ‘ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍’ ନୁହେଁ. ସବୁ ପରୀକ୍ଷା ହଲ୍ରେ ବି ସିସିଟିଭି ଲଗାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ତେବେ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଥିବାବେଳେ...
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ସାନସାହି, ମାଲୁଦ ଓ ପଥରଗଞ୍ଜ ଅଞ୍ଚଳରେ ମୁଖ୍ୟତଃ ଫ୍ଲୁ ସଂକ୍ରମଣ ହୋଇଛି। ରୋଗ ଯେଭଳି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିଲାଗି ସତର୍କତା ସ୍ୱରୂପ ଏ ସମସ୍ତ ଅଞ୍ଚଳରେ କୁକୁଡ଼ା ମରା ଆରମ୍ଭ ହୋଇଛି। କୁକୁଡ଼ାଗୁଡିକୁ ମାରାଯିବା ପରେ ଗାତ...
ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଟ୍ୱିଟ୍ ଉପରେ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘‘ଖବରକାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ଭ୍ରମାତ୍ମକ। ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ...
ଟିଟିଲାଗଡ଼: ସଇଁତଲା ସ୍ଥିତ ଗୋଳାବାରୁଦ କାରଖାନା ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତକାଲି ରାତିରେ ୨ଟି କଲରାପତରିଆ ବାଘ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ମଧ୍ୟରୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେ ଏହାକୁ ସୋଶାଲ୍ ମିଡିଆରେପୋଷ୍ଟ...
କଟକ: ୨୦୧୯ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା...
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରୁ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବା ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ...
ନୂଆଦିଲ୍ଲୀ: ରାଫେଲ୍ ଫାଇଟର୍ ଜେଟ୍ ଡିଲ୍କୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ୍ ଡିଲ୍ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ରାଫେଲ୍...
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍ରୁ ଲୋକଙ୍କଠୁ ମୋବାଇଲ୍ ହେଉ କି ଚେନ୍ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ଲୁଟ୍ କରି...
ଆଠଗଡ଼: ଯାତ୍ରୀବାହୀ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା। କଟକ ଜିଲ୍ଲା ଆଠଗଡ଼ର ଖୁଣ୍ଟୁଣୀ ବଜାରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ...
ଭୋପାଳ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଗତକାଲି ଦିନତମାମ ହାଇଡ୍ରାମା ଓ ସସ୍ପେନ୍ସ ପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ୍ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ...
ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। କୃଷ୍ଣପ୍ରସାଦ ବ୍ଲକ୍ରୁ କୁକୁଡ଼ା ମଡ଼କ ମିଳିବା ପରେ ନମୁନା ସଂଗ୍ରହ କରାଯାଇଥିଲା। ସଂଗ୍ରହ ହୋଇଥିବା ନମୁନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଅନ୍ୟପଟେ ଏହି ଘଟଣାକୁ ଜିଲ୍ଲା...