ନୂଆପଡ଼ା: ଅବହେଳିତ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ। ନୂଆପଡ଼ାର ପ୍ରାଚୀନ ସଭ୍ୟତା ମାରାଗୁଡ଼ାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସଂଗ୍ରହାଳୟ ଖୋଲାଯାଇଥିଲା। ହେଲେ କର୍ମଚାରୀ ନଥିବାରୁ ଅନେକ ସମୟରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଇତିହାସର ମୂକସାକ୍ଷୀ ମାରାଗୁଡ଼ା ସଭ୍ୟତା। ନୂଆପଡ଼ା...
ଖୋର୍ଦ୍ଧା: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ କାଳୀ ମନ୍ଦିରରୁ ଗତକାଲି ରାତିରେ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ଦେବୀଙ୍କ ଗହଣା ସହିତ ବାସନ ନେଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ଭରି ସୁନା ଗହଣା ଓ...
ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା...
କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ନନ୍ଦକିଶୋରଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଆନନ୍ଦପୁର ଶାଳପଡ଼ା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ...
ପୁରୀ: ବିଭିନ୍ନ ସଂସ୍ଥା ଦ୍ୱାରା ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ଓ ଅନ୍ଲାଇନ୍ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ଇତ୍ୟାଦି ବିଷୟ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କୁ ଠାବ କରିବା ପାଇଁ ପୁଲିସ୍କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ...
ବଲାଙ୍ଗିର/ବୌଦ୍ଧ: ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ। ଅମଳ ବେଳେ ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷେତଠାରୁ ଖଳା ଯାଏ ସବୁଠି ବର୍ଷା ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇ ଯାଇଛି। କ୍ଷେତରେ କଟା ହୋଇ ପଡ଼ିଥିବା...
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ପେତାଇ’ ଦୁର୍ବଳ ହୋଇ ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପେତାଇ ଦୁର୍ବଳ ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି। ବିଶେଷ...
ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍କୁ ପିଛା କରି ୧୪୬ ରନ୍ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର...
ନୂଆ ଦିଲ୍ଲୀ :୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇବା ପରେ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର, କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ ସଜ୍ଜନ କୁମାର ଆଜି ସକାଳେ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର...
ମୁମ୍ବାଇ: ବିବାଦ ଘେରରେ ବଲିଉଡ୍ର ଲୋକପ୍ରିୟ ଗାୟକ ସୋନୁ ନିଗମ। ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଖାଲି ବିବାଦକୁ ଆସି ନାହାନ୍ତି, ଫ୍ୟାନ୍ସମାନେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ବି ହୋଇଛନ୍ତି। ଏକ ଟିଭି ଚ୍ୟାନେଲ୍କୁ ସାକ୍ଷତକାର ଦେଇ ସୋନୁ କହିଛନ୍ତି- ‘ବେଳେବେଳେ ମୁଁ ଅନୁଭବ କରେ,...
ରାୟପୁର: ୩ଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ ପରେ କଂଗ୍ରେସ ଏବେ ପ୍ରତିଶ୍ରୁତି ପାଳନରେ ଲାଗି ପଡ଼ିଛି। ପ୍ରଥମେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ୍ କରିବା ପରେ ଏବେ ଛତିଶଗଡ଼ରେ କୃଷି ଋଣ ଛାଡ୍ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ସୋମବାର ଘୋଷଣା କରିଛନ୍ତି। କୃଷି...
ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ ପେତାଇ ଦୁର୍ବଳ ହୋଇ ୱେଲ୍ ମାର୍କଡ୍ ଲୋ ପ୍ରେସର୍ରେ ପରିଣତ ହୋଇଛି। ଗତକାଲି ସ୍ଥଳ ଭାଗ ଛୁଇଁବା ପରେ ଏହା ଆନ୍ଧ୍ରପ୍ରଦେଶ ଊପକୂଳ ଦେଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢ଼େ ୫ଟା ସୁଦ୍ଧା ଏହା ବଙ୍ଗୋପସାଗରର...
କଟକ: କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି। ଆଉ ଅସୁରକ୍ଷିତ କୋଠାରେ ରହୁଛନ୍ତି କର୍ମଚାରୀ ଓ ତାଙ୍କ ପରିବାର। କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ ଆଉ କେଉଁଠି ଘରର କାନ୍ଥରେ ଗଛ ଉଠି ଗଲାଣି। ତେବେ ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ...
ମୁମ୍ବାଇ: ମୁମ୍ବାଇର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଅନ୍ଧେରୀସ୍ଥିତ ESIC କାମଗର ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପୋଡି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା...