ଭଦ୍ରକ: ଗାଁକୁ ପକ୍କା ରାସ୍ତା ଦାବିରେ ରାସ୍ତାରୋକ କରିଛନ୍ତି ଭଦ୍ରକ ଜିଲ୍ଲା କୁହ୍ଲିବିନ୍ଧା ଗାଁ ଲୋକେ। ଚାନ୍ଦବାଲି ଆରଡି ମୁଖ୍ୟ ରାସ୍ତା କୁହ୍ଲିବିନ୍ଧା ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଶତାଧିକ ଗାଁଲୋକେ। ଗୁଆଳି ବିନ୍ଧା ଓ କୁହ୍ଲିବିନ୍ଧା ଗାଁରେ ପାଖାପାଖି ୩ଶହରୁ ଅଧିକ ପରିବାର ବସବାସ...
ମୟୂରଭଞ୍ଜ: ହାଟରୁ ଫେରିବାରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କପ୍ତିପଦା ଥାନା ମୟୂରନଚା ଗାଁରେ। ମୃତକ ଜଣକ ହେଲେ ବୁଦ୍ଧି ନାଏକ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ସ୍ୱାମୀ ଅଶୋକ ନାଏକଙ୍କୁ ପୁଲିସ୍ ଗିରଫ...
ଯାଜପୁର: ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ। ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ, ଉମାନାଥ ଯାଦବ, ମାନସ ମଲ୍ଲିକ, ସୁନୀଲ...
ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ମୁହାଁ ମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତା’ର କାଉଣ୍ଟର୍ କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ତେବେ ନବୀନ...
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲଳିତା କପୁର। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଲଳିତା ଧରା...
ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଜୋରଦାର୍ ବର୍ଷିଛନ୍ତି। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତାର କାଉଣ୍ଟର କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ଯେଉଁଥିରେ...
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନ ଦେଶରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିବା ପରେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ୧୬ଟି ଅଞ୍ଚଳରେ ଏନ୍ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।...
ଭୁବନେଶ୍ୱର: କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା...
ପୁରୀ: ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟିଥିବା ନେଇ ଅଭିଯୋଗ ହୋଇଛି। ଭକ୍ତ ଜଣକ ବାଲେଶ୍ୱରର ପ୍ରମୋଦ ଜେନା ବୋଲି ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁରୀ...
ଅନୁଗୁଳ: ପିକ୍ନିକ୍ ଯାଉଥିବା ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ,...
ନୂଆଦିଲ୍ଲୀ: ନୋଏଡ଼ା ପୁଲିସ୍ର ଅଜବ ନୋଟିସ୍କୁ ନେଇ ଏବେ ବିବାଦ ଦେଖାଦେଇଛି। ସର୍ବସାଧାରଣ ତଥା ପାର୍କ୍ରେ ନମାଜ୍ ପାଠ ନ କରିବାକୁ ନୋଏଡ଼ା ପୁଲିସ୍ ନୋଟିସ୍ ଜାରି କରିଛି। ନୋଏଡ଼ା ସେକ୍ଟର୍ ୫୮ର ଥାନା ଅଧିକାରୀ ଏନେଇ ସମସ୍ତ କମ୍ପାନୀକୁ ଲିଖିତ ଭାବେ ଜଣାଇଛନ୍ତି। ସେହି ଅଞ୍ଚଳରେ ଥିବା କମ୍ପାନୀ...
ନୂଆଦିଲ୍ଲୀ: ଭାରତରୁ ଫେରାର ବ୍ୟବସାୟୀ ମେହୁଲ ଚୋକସୀ କୋର୍ଟରେ ହାଜର ହେବାକୁ ରାଜି ନୁହନ୍ତି। କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହିତ ସମ୍ପୃକ୍ତ ଏହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ କୋର୍ଟରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ୪୧ ଘଣ୍ଟା ଧରି ବିମାନ ଯାତ୍ରା କରିବା ତାଙ୍କ...
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଉତ୍ସବରେ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୧୭ ତାରିଖରେ ଏକୁଟିଆ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୨୮ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ...
ଗଞ୍ଜାମ: ଆଜି ଦିନରେ ଦ୍ୱିତୀୟ ଥର ଏନ୍କାଉଣ୍ଟର୍ କରିଛି ଗଞ୍ଜାମ ପୁଲିସ୍। ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍ ମଣିକୁ ଏନ୍କାଉଣ୍ଟର କରିବା ପରେ ପୁଣି ବାବୁ ନାଏକଙ୍କୁ ଏନ୍କାଉଣ୍ଟର କରିଛି ପୁଲିସ୍। ଜଗନ୍ନାଥ ପ୍ରସାଦ ଥାନା କରଡ଼ାବଣି ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି। ନିକଟରେ...
ଗଜପତି: ଗଜପତିରେ ବଂଶଧାରା ଟ୍ରିବ୍ୟୁନାଲ ଟିମ୍। ବଂଶଧାରା ନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲର ୩ ଜଣିଆ ପ୍ରତିନିଧି ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି। ଟିମ୍ ପ୍ରଥମେ କାଶୀପୁର ବ୍ଲକ୍ର ସବୁ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଟ୍ରିବ୍ୟୁନାଲର...
ନୟାଗଡ଼: ନୟାଗଡ଼ରେ କଲେଜ୍ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ତ୍ରିନାଥ ଛକରେ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପେଟରେ ଛୁରା ବାଜିଛି। ତାଙ୍କୁ ପ୍ରଥମେ...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଗତବର୍ଷ ଅପେକ୍ଷା ଏ ବର୍ଷ କେନ୍ଦ୍ରର ସହାୟତା...