• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cricket
ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ବିଜୟ, ଶୁଭମନ୍‌ଙ୍କୁ ଚୟନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲ୍‌ ରାଉଣ୍ଡର ବିଜୟ ଶଙ୍କର ଓ ବ୍ୟାଟ୍ସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ସ୍ଥାନ ପାଇଛନ୍ତି। ସେମାନଙ୍କୁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ପଠାଯିବା ନେଇ ଅଲ୍‌ ଇଣ୍ଡିଆ ସିନିଅର୍‌ ସିଲେକ୍ସନ୍‌...

student
୫୦୦ ଟଙ୍କା ପାଇଁ ନଈ ବାଲିରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ

କୁଜଙ୍ଗ: ମାତ୍ର କିଛି ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ବୁଧବାର ଦିନ ଜିଲ୍ଲାନାସୀ ଗାଁର ଜଣେ ସପ୍ତମ ଶ୍ରେଣୀ...

kalia yojana
୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ମିଳିବ। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଆଜି ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର  ଚାଷୀଙ୍କୁ ଟଙ୍କା...

rahul gandhi
କଟକ ନୁହେଁ ଭୁବନେଶ୍ୱରରେ ହେବ ରାହୁଲ ଗାନ୍ଧିଙ୍କ ସଭା

ଭୁବନେଶ୍ୱର: କଟକ ନୁହେଁ ଭୁବନେଶ୍ୱରରେ ହେବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭା। ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ କିଛି ଦିନ ଧରି...

truck
କାର୍‌ ଉପରେ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌

ବାରିପଦା: କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍‌। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ କାର୍‌ଟି ପୂରା ଚେପା ହୋଇଯାଇଛି। ତେବେ କାର୍ ଭିତରେ ଥିବା ୪ ଜଣ ଯାତ୍ରୀ ବାହାରେ ଥିବାରୁ...

sea
ଗଭୀର ସମୁଦ୍ର ଭିତରୁ ମିଳିଲା ବୋଟ୍‌ ଡ୍ରାଇଭରଙ୍କ ମୃତଦେହ

ପାରାଦୀପ: ଗଭୀର ସମୁଦ୍ର ଭିତରୁ ବୋଟ୍‌ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରୁ କୋଷ୍ଟ୍‌ଗାର୍ଡ ଜଣେ ବୋଟ୍‌ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବୋଟ୍‌ ଡ୍ରାଇଭରଙ୍କ ନାଁ ମାୟାଧର ମଲ୍ଲିକ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ ତାଙ୍କ...

baragarh (1)
ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କଲେ ମହାରାଜା କଂସ

ବରଗଡ଼: ଗତକାଲିଠାରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ବରଗଡ଼ ସହର ଦୁଲୁକୁଛି। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି। ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା।...

pipili
ପୁଲିସ୍‌ ଏନ୍‌କାଉଣ୍ଟରରେ ୱାଣ୍ଟେଡ୍‌ ଅପରାଧୀ ଆହତ

ପିପିଲି: ପୁଲିସ୍‌ ଟାର୍ଗେଟ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ। ପୁଲିସ୍‌ର ଏନ୍‌କାଉଣ୍ଟରରେ ଅପରାଧୀ ଜିତେନ୍ଦ୍ର ସାହୁ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଜିତେନ୍ଦ୍ର ୱାଣ୍ଟେଡ୍‌ ଲିଷ୍ଟ୍‌ରେ ଥିଲା। ନୟାଗଡ଼ ଜିଲ୍ଲାରେ ଲୁଚି ରହିଥିବା ଜିତେନ୍ଦ୍ର ଆଜି  ତା’ ସହଯୋଗୀ ସହ...

bjd
ସମ୍ୱଲପୁର ବିଜେଡିରେ ଫାଟ! ପ୍ରତାପ ଦେବଙ୍କୁ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକଙ୍କ ବିରୋଧ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି। ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ...

old man (1)
ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି।...

film
ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ

ବ୍ରହ୍ମପୁର: ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ କରାଯାଇଛି। ବ୍ରହ୍ମପୁରର ରୁକ୍ମଣୀ ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସିନେମା ହଲ୍‌ ଆଗରେ ପୋଷ୍ଟର ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

congress leader
ଗୋଲ୍‌ଡେନ୍‌ ବାବାଙ୍କ ସହ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଚେକ୍ ଜାଲିଆତିରେ ଫସିଥିବା ଭୁବନେଶ୍ୱରର ଗୋଲ୍‌ଡେନ୍‌ ବାବାଙ୍କ ସହିତ ବିଜେଡି ଲିଙ୍କ୍‌କୁ ନେଇ ବିରୋଧ ବଢ଼ୁଛି। ଏଥିପାଇଁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀ ଗୋଲ୍‌ଡେନ୍ ବାବାଙ୍କ ସହିତ ବିଜେଡିର ଲିଙ୍କ୍‌ ଥିବା ଅଭିଯୋଗ କରି ନବୀନ ନିବାସ...

rape minor
ଘରେ ଏକୁଟିଆ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ବୟସ...

drown
ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ

ମାଲକାନଗିରି: ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶିଶୁ। ମୃତ ଦୁଇ ଶିଶୁ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍‌ ସାଲିମାରିକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଭାଇଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ପୋଖରୀରେ...

led bulb
ମାଗଣାରେ ମିଳିବ ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୮୭ ଲକ୍ଷ  NFSA ଏବଂ ୮ ଲକ୍ଷ SFSS ହିତାଧିକାରୀଙ୍କୁ ମାଗଣାରେ ଏଲ୍‌ଇଡି ବଲ୍‌ବ ମିଳିବ। ଏହାଦ୍ୱାରା ୯୫ଲକ୍ଷ ପରିବାର ଉପକୃତ ହେବେ।  ଏହି ଯୋଜନାରେ ହିତାଧିକାରୀଙ୍କୁ ୪ଟି...

pregnant woman
ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଗଲା

କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍‌ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ୍‌ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି କାରିକୋନ୍‌...

protest
ଟ୍ରାକ୍ଟର ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ; ଡାକ୍ତରଖାନା ସମ୍ମୁଖରେ ଉତ୍ତେଜନା

ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ନିର୍ମଳା ଛାୟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଗତକାଲି ରାତିଠୁ ବିନିକା ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ଖବର...

bike
ରାଜଧାନୀରେ ଭଡ଼ାରେ ମିଳୁଛି ବାଇକ୍‌

ଭୁବନେଶ୍ୱର: ଭଡାରେ ମିଳୁଛି ବାଇକ୍‌। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି। ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ବାଇକ୍‌ ନେଇ ବୁଲି ପାରିବେ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ। କୋଲକାତାର ଡ୍ରପ୍‌ ୟୁ ନାମକ ଏକ କମ୍ପାନୀ ସହିତ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।...

pm modi..
ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି କ୍ୟାମ୍ପ୍‌ରେ ଜୋରଦାର ପ୍ରସ୍ତୁତି। ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଦଳ ଲାଗି ପଡ଼ିଛି। ଏନେଇ ଆଜିଠୁ ଦୁଇ ଦିନ ଯାଏ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ବିଜେପିର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି...

representational image
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୁମିଦରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ବନବାସୀ ଦଣ୍ଡସେନା ଓ ସ୍ୱାତୀ ପାଇକ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା...