• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

nuapada
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରୀସିକୁଆ ଗାଁରେ ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ ଛତ୍ରିଆ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୋତିଲାଲ ଫେରାର ହୋଇଯାଇଛି। ଖବର ପାଇ ଖଡ଼ିଆଳ ପୁଲିସ ଗାଁରେ ପହଞ୍ଚି...

koraput
ଆତ୍ମସମର୍ପଣ କଲେ ଦୁଇ ମହିଳା ନକ୍ସଲ

କୋରାପୁଟ: ପୁଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କୋରାପୁଟ ଗସ୍ତରେ ଯାଇଥିବା ବେଳେ ଦୁଇଜଣ ମହିଳା ନକ୍ସଲ ତାଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ନକ୍ସଲ ଦ୍ୱୟ ହେଲେ ମାଦି ସୁକାନ୍ତି ଓ କୌଶଲ୍ୟା ଖିଲ। ସୁକାନ୍ତି ଏରିଆ କମିଟି ମେମ୍ବର ଥିବା...

biswabhusana
ପାଣି ପଞ୍ଚାୟତ ଟଙ୍କା ହରିଲୁଟ ହେଉଛି: ବିଶ୍ୱଭୂଷଣ

ଭୁବନେଶ୍ୱର: ରାଜ୍ୟର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ଅଧିକାଂଶ ପାଣି ପଞ୍ଚାୟତରେ ବିନା ନିର୍ବାଚନରେ ପ୍ରତିନିଧିମାନେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, “ସିଏଜି ନିକଟରେ ଏ...

pratap
ପିସି କାରବାର ଅଭିଯୋଗକୁ ଏଡ଼ାଇ ଗଲେ ପ୍ରତାପ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ଆଣିଥିବା ପିସି କାରବାର ଅଭିଯୋଗକୁ ଏଡ଼ାଇ ଯାଇଛନ୍ତି ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗାରେ ପିସି ନଦେଲେ କାମ ହେଉନି, ପ୍ରତାପ ଜେନା ପିସି ନେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଥିଲେ ବିକ୍ରମ। ଆଜି ସାମ୍ବାଦିକମାନେ...

bjd
ବିଜେପି ସହଯୋଗ ନୁହେଁ, ବିଜୁ ବାବୁଙ୍କ ଆଶୀର୍ବାଦରେ ବିଜେଡି ଗଠନ ହୋଇଥିଲା: ପ୍ରତାପ

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ଗତକାଲି ଓଡ଼ିଶା ଫେରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ବିଜେପି କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉଦ୍‌ବୋଧନ ଦେଇ ବୈଜୟନ୍ତ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ବିଜେପି ସହଯୋଗରେ ବିଜେଡି ଗଠନ ହୋଇଥିଲା...

congress
ପରିବାରବାଦକୁ ପ୍ରଶୟ ଦିଆଯିବନି: କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ଲାଗି କଂଗ୍ରେସରେ ପରିବାରବାଦକୁ ପ୍ରଶୟ ଦିଆଯିବ ନାହିଁ। ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି। ଆଜି ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ। ତେବେ ବାପା ଚାହିଁଲେ ତାଙ୍କର ଟିକେଟ ପୁଅକୁ ଦେଇପାରିବେ ବୋଲି ସେ କହିଛନ୍ତି। ସେହିପରି ନିର୍ବାଚନରେ...

strike
ସହାୟତା ପ୍ରତିଶ୍ରୁତି ନଦେଲେ ଭିଟାମାଟି ଛାଡ଼ିବାକୁ ଚେତାବନୀ

କୋରାପୁଟ : ଠିକାଦାର ଓ ଗୁଣ୍ଡାରାଜ ବିରୋଧରେ ପୁଲିସ ଓ ପ୍ରଶାସନର ଅଣଦେଖାକୁ ବିରୋଧ କରି ଗାଁ ଛାଡ଼ିଲେ କୋରାପୁଟ ଜିଲ୍ଲା ଆମ୍ବଗାଁ ବାସିନ୍ଦା। ନାଲକୋ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ପରେ ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ଓ ବେକାର ଯୁବଗୋଷ୍ଠୀଙ୍କୁ ଚାକିରୀ ଯୋଗାଇବା ଦାବିରେ ଅନେକ ଦିନ...

sena
ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ

କଶ୍ମୀର : ପୁଲଓ୍ୱାମା ଆକ୍ରମଣ ପରେ କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ସଫେଇ କରିବା ପାଇଁ ସେନାର ଅପରେସନ ଅଲଆଉଟ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ କ୍ରାଲଗୁଣ୍ଡ...

rahul
ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ ଫାଇଲ ଗାଏବର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପାଇଁ କହୁଥିବା ବେଳେ ୩୦ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ସରକାର ଚୁପ୍‌ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ...

dalchini
ଡାଇବେଟିସ୍‌ରୁ ଉପଶମ ଚାହୁଁଛନ୍ତି କି? କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। କିନ୍ତୁ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ...

car
ଦୁର୍ଘଟଣାଗ୍ରସ୍ତ କାର୍ ଭିତରୁ ୫ ବସ୍ତା ଗଞ୍ଜେଇ ଜବତ

ବୌଦ୍ଧ (ଭର୍ଜନ କୁମାର ପ୍ରଧାନ):  ବୌଦ୍ଧରେ ଏକ କାର୍‌ ଓଲଟି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଏହି କାର୍‌ ଭିତରୁ ଗଂଜେଇ ଜବତ ହୋଇଛି। କାରର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କାର୍‌ଟି ବାଲିଗୁଡାରୁ କଣ୍ଟମାଳ ଯାଉଥିବା ବେଳେ କୋର୍ଟ ଛକ...

pipe
ପାଇପ୍ ଲାଇନ୍ ଚାମ୍ବର ଭିତରେ ମିସ୍ତ୍ରୀ ମୃତ

ଭୁବନେଶ୍ୱର: ସତରେ ମୃତ୍ୟୁ କେତେବେଳେ ଓ କେମିତି ଆସିବ ତାହା କାହାକୁ ଜଣା ନଥାଏ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳରେ। ପାଇପ୍ ଲାଇନ୍‌ରେ କାମ କରୁଥିବା ସମୟରେ ପାଣି ଛାଡି ଦେବାରୁ ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ଗତକାଲି ଭିଏସ୍ଏସ୍ ନଗର ଅଞ୍ଚଳରେ...

bjp
ସଭା ମଧ୍ୟରେ ସାଂସଦ-ବିଧାୟକ ପିଟାପିଟି

ନୂଆଦିଲ୍ଲୀ : ସଭା ମଧ୍ୟରେ ବିଧାୟକଙ୍କୁ ଜୋତାରେ ପିଟିଲେ ସାଂସଦ। ଆଉ ବିଧାୟକ ବି ସାଂସଦଙ୍କୁ ଉତ୍ତମ ମଧ୍ୟମ ଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସନ୍ଥ କବିର ନଗର ଜିଲ୍ଲାରେ। ଉଭୟ ସାଂସଦ ଓ ବିଧାୟକ ବିଜେପି ଦଳର। ଜିଲ୍ଲା ଆକ୍ସନ ପ୍ଲାନ କମିଟି...

barsha
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓମେନ୍ସ ଉଡ୍ କାର୍ଯ୍ୟକ୍ରମ

କଟକ : ଲାଲଚାନ୍ଦ ଜୁଏଲର ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ମାନିତା ପକ୍ଷରୁ କଟକ ଓସିଏ କନଫରେନ୍ସ ହଲ୍‌ରେ ଓମେନ୍ସ ଉଡ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସମ୍ମାନିତ ଅତିଥି ଭାବେ ପୁଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର...

fire
ଆସନ୍ତାକାଲି ଠାରୁ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

କଟକ : ୪ ଦଫା ଦାବି ନେଇ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ ଅଗ୍ନିଶମ କର୍ମଚାରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ହେବାକୁ ଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ। ଗତ ସେପ୍ଟେମ୍ବର ୨୭ରେ ସରକାରଙ୍କ ସହିତ...

bbsr
୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବାଣୀବିହାର ଛକ ନିକଟରେ ବ୍ରାଉନସୁଗାର ରଖି ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ, ଅଭିଯୁକ୍ତ ଏସ୍. ଉମାଶଙ୍କର ରାଓକୁ ଗିରଫ କରିଛି। ତା’ ପାଖଣୁ ୧୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜଳେଶ୍ୱରରୁ ବ୍ରାଉନସୁଗାର ଆଣିଥିବା...

cm
ବସ୍ତି ବାସିନ୍ଦାଙ୍କୁ ଘର ସହ ଅଧିକାର ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆବାସ ମିଶନ ଯୋଜନାରେ ଗରିବ ବସ୍ତି ବାସିନ୍ଦାଙ୍କୁ ଘର ସହ ଅଧିକାର ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସମାବେଶରେ ୧୧୦ ଜଣଙ୍କୁ ଘର ଓ ୮ହଜାର ୬ଶହ ଜଣଙ୍କୁ ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରାୟ...