• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

istock
୧୩ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ପାର ହୋଇଯାଇ ପାରେ। ଏପରି ଅନୁମାନ ଲଗାଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ଦକ୍ଷିଣ-ପଶ୍ଚିମ...

harihara-nanda
ହରିହର ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ହରିହର ନନ୍ଦ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ହରିହର ଦା ଭାବେ ବେଶ୍ ପରିଚିତ ଥିଲେ। ସେ ସାପ୍ତାହିକ ରାଷ୍ଟ୍ରଦୀପର...

kashmir
ତିନି ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତକାଲି ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛନ୍ତି। ପୁଲୱାମାର ତ୍ରାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ତ୍ରାଲ୍‌ ଅଞ୍ଚଳର ଏକ ଘରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ...

earthquake
ଭୂମିକମ୍ପ ଝଟକ୍‌ରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଆଜି ସକାଳେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉତ୍ତର ପଶ୍ଚିମ ବାମ୍ବୁ ଫ୍ଲାଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୬ଟା ୪୪ ମିନିଟ୍‌ରେ ଏହି ଝଟ୍‌କା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରହିଛି। ତେବେ ମୃଦୁ ଭୂମିକମ୍ପ ହୋଇଥିବାରୁ କେହି ମୃତାହତ ହୋଇ...

child marriage
ବାଲ୍ୟବିବାହ ହୋଇଥିବା ନାବାଳିକା ଉଦ୍ଧାର

ଆନନ୍ଦପୁର (ମୁନା ସିଂହ): ଆଜି ବି ସମାଜରେ ବାଲ୍ୟବିବାହ ପ୍ରଥା ଦେଖିବାକୁ ମିଳୁଛି। କଠୋର ଆଇନ୍‌ ସତ୍ତ୍ୱେ ଲୁଚାଛପାରେ ଏପରି କୁତ୍ସିତ ପ୍ରଥାକୁ ଆପଣାଇବାକୁ ଲୋକେ ପଛାଉ ନାହାନ୍ତି। ଶିକ୍ଷା ଓ ସଚେତନତା ଅଭାବରୁ ଏହି କୁପ୍ରଥା ବନ୍ଦ ହୋଇପାରୁନାହିଁ। ଏପରି ଏକ ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।...

paradeep
ତେଲ ଚୋରି ଅଭିଯୋଗରେ ୩ ଗିରଫ

ପାରାଦୀପ (ରମାକାନ୍ତ ନାୟକ): ଆଇଓସିଏଲ୍ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମହାକାଳପଡ଼ା ଥାନା ରାମନଗରର ରବୀନ୍ଦ୍ର କୁମାର ବର୍ମନ, ପ୍ରସନ୍ନ ମଣ୍ଡଳ ଓ ଅଭୟଚାନ୍ଦପୁର...

vv
ଭିଭିପ୍ୟାଟ୍‌ ବ୍ୟବହାର ତାଲିମ ନେଲେ ରାଜନୈତିକ ଦଳ ପ୍ରତିନିଧି

କଟକ: ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ କଟକ ସିଡିଏମ୍ଓଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ଭିଭିପ୍ୟାଟ୍‌ର ବ୍ୟବହାରକୁ ନେଇ ତାଲିମ ପାଇଥିବା ପ୍ରଶାସନିକ ଅଧିକାରୀମାନେ...

Mamata-banerjee
ମମତାଙ୍କ ଟିଏମ୍‌ସି ପାଇଲା ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ଟିଏମସିକୁ ଜାତୀୟ ଦଳର ମାନ୍ୟତା ମିଳିଛି। ନିର୍ବାଚନ ଆୟୋଗରେ ନିୟମ ପରିବର୍ତ୍ତନ ହେବା ପରେ ଚଳିତ ସାଧାରଣ ନିର୍ବାଚନରେ ଦଳକୁ ଏହି ମାନ୍ୟତା ମିଳିଛି। ଟିଏମସିକୁ ମିଶାଇ ମୋଟ ୭ଟି ଦଳ ଚଳିତ ନିର୍ବାଚନରେ ଭାଗ ନେବେ। ଯଦି ନିର୍ବାଚନ ଆୟୋଗ ନିୟମରେ ପରିବର୍ତ୍ତନ...

cricket
ସିରିଜ ବରାବର କଲା ଅଷ୍ଟ୍ରେଲିଆ

ମୋହାଲି: ପିଟର ହ୍ୟାଣ୍ଡସ୍କମ୍ବଙ୍କ ପ୍ରଥମ ଶତକ ଏବଂ ଆଷ୍ଟନ ଟର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଛି। ଦିନିକିଆରେ ରନ୍ ପିଛା...

Narendra-Modi
ନିର୍ବାଚନ ତାରିଖ ଘୋଷଣା ପରେ ମୋଦି କହିଲେ ଏମିତି କଥା

  ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ଦେଶରେ ରାଜନୀତିକ ଉଷ୍ମତା ବଢ଼ି ଯାଇଛି। ଆଜିଠାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏପ୍ରିଲ ୧୧ ତାରିଖ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ଜନତା ଜନାର୍ଦ୍ଦନଙ୍କ...

pulwama
ପୁଲ୍‌ୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜଣେ ଇଲେକ୍ଟ୍ରିସିଆନ୍‌

ଶ୍ରୀନଗର: ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ବାବଦରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଫେବୃଆରୀ ୧୪ରେ ଘଟିଥିବା ଏହି ଆକ୍ରମଣ ପଛରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୁଦାସିର ଅହମ୍ମଦ ଖାନ୍‌ ବା ‘ମହମ୍ମଦ ଭାଇ’ର ହାତ ରହିଥିବା ଜଣାପଡ଼ିଛି। ସମସ୍ତ ପ୍ରମାଣକୁ ଏକାଠି କରିବା ପରେ ରବିବାର ସୁରକ୍ଷା ଅଧିକାରୀ...

bjp
ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍ୟର ପ୍ରଭାବଶାଳୀ ନେତା

ଭୁବନେଶ୍ୱର: ୨୦୧୯ ମହାସମର ବିଗୁଲ ବାଜି ସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ୧୮ରେ, ତୃତୀୟ ପର୍ଯ୍ୟାୟରେ ୬ଟି ଆସନ ପାଇଁ ଏପ୍ରିଲ ୨୩ରେ ଓ ବାକି ୬ଟି...

sita
‘ଏବେ ବି ପାକିସ୍ତାନରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ପାଣ୍ଠି ଯୋଗାଯାଉଛି’

ନୂଆଦିଲ୍ଲୀ; ପୁଲୱାମା ଆତଙ୍କବାଦୀ ଆକ୍ରମର ନେଇ ତଥ୍ୟ ପ୍ରମାଣ ଦାଖଲ ସତ୍ତ୍ୱେ ମଧ୍ୟ ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏବେ ବି ସେଠାରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପାଣ୍ଠି ଯୋଗାଇ ଦିଆଯାଉଛି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା...

aap
ରାଜ୍ୟ ପାହ୍ୟା ଦାବି ଜୋରଦାର କଲା ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଅଧିକ ଜୋରଦାର କରିଛି ଆମ୍ ଆଦମୀ ପାର୍ଟି (ଆପ୍‌)। ଦିଲ୍ଲୀର ଆପ୍ ସରକାର, କେନ୍ଦ୍ର ଆଗରେ ବାରମ୍ବାର ଏହି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଉଭୟ ଦିଲ୍ଲୀ ସରକାର ଏବଂ...

puri
ସିଂହଦ୍ୱାର ପରିସର ହେଲା ନୋ ପାର୍କିଂ ଜୋନ୍‌

ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଆରମ୍ଭ ହୋଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସିଂହଦ୍ୱାରକୁ ସମ୍ପୂର୍ଣ୍ଣ ନୋ ପାର୍କିଂ ଜୋନ ଏବଂ ନୋ ବେଗିଂ ଜୋନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।...

jammu-and-kashmir-1
କଶ୍ମୀରରେ ଆଉ ଜଣେ ଆତଙ୍କବାଦୀ ସଫା

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନ୍ୟପକ୍ଷରେ ଆତଙ୍କୀ ନିପାତ ପାଇଁ ଚାଲିଥିବା ଏହି ଅପରେସନ୍‌ ବେଳେ ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗାଳିଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା।...

ranbir
ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ...

mahanadii
ମହାନଦୀ ପ୍ରସଙ୍ଗ: ପୁଣି ଆଲୋଚନା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ଆଲୋଚନ ହେବ। ଓଡ଼ିଶା ଓ ଛତିଶଗଡ଼ର ଆଡ୍‌ଭକେଟ୍ ଜେନେରାଲ୍‌ଙ୍କ ମଧ୍ୟରେ ବସିବ ବୈଠକ। ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି କରୁଥିବା ଟ୍ରିବ୍ୟୁନାଲ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ବୈଠକ ହେବ। ସେହି...

nirab-modi
ଲଣ୍ଡନ୍‌ରେ ବୁଲୁଛନ୍ତି ନିରବ ମୋଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ୍‌ରେ ବୁଲୁଥିବା ନେଇ ଖବର ପ୍ରକାଶ ପାଇଛି। ଏହି ଖବର ବ୍ରିଟିଶ ଖବରକାଗଜ ‘ଦ ଟେଲିଗ୍ରାଫ’ ପ୍ରକାଶ କରିବା ସହ ଖବରକାଗଜ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି...

award
୪୧ ଜଣଙ୍କୁ ପ୍ରଦାନ କରାଗଲା ନାରୀ ଶକ୍ତି ସମ୍ମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ...