• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

BIJAY-NAYAK--(3)
ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

ଜଗତସିଂହପୁର: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ...

odisha
ଶୁଣିଲାନି ପୁଲିସ୍‌; ବାଇକ୍‌ରେ ମୃତଦେହ ବୋହିଲେ ପରିବାର ଲୋକେ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): “ପୁଲିସ୍‌ ଆମକୁ ସାହାଯ୍ୟ କଲାନାହିଁ। ଫଳରେ ଆମେ ନିଜେ ଯାଇ ବାଇକ୍‌ରେ ମୃତଦେହକୁ ଆଣିଲୁ’‘। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପୁଲିସ୍‌ର ପ୍ରାଥମିକ ଦାୟିତ୍ୱ ହୋଇଥିବାବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଭିନ୍ନ ଚିତ୍ର। ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବାକୁ...

naveen patnaik
ପୁଣି ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ବିଜେଡି ସଭାପତି ହୋଇଛନ୍ତି। ଅଷ୍ଟମ ଥର ପାଇଁ ସେ ଦଳର ସଭାପତି ହୋଇଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି।  ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା...

Sahitya Akademi Award
ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ...

odisha
ହତ୍ୟା ପରେ ଆତ୍ମହତ୍ୟା ! ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ହତ୍ୟା ପରେ ଆତ୍ମହତ୍ୟା ! ଗୋଟିଏ ପରିବାରର ତିନି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ବାପାର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମା’ ଓ ଝିଅଙ୍କ ମୃତଦେହ ଘର ବାହାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି କିଛି ଅଭାବନୀୟ ଘଟଣା...

odisha
ଚୋରି କରିବାକୁ ଆସି ଗଣଦୁଷ୍କର୍ମ !

ରାଉରକେଲା: ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।   ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଗତ ରବିବାର ରାତିରେ ୭ ଜଣ ଦୁର୍ବୃତ୍ତ ଚୋରି କରିବା ପାଇଁ ଗୋଟିଧାରାରେ ଥିବା ଏକ କ୍ରସରରେ ପଶିଥିଲେ। ଚୋରମାନେ ଉକ୍ତ କ୍ରସରରେ...

heavy rainfall
୮ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଦୁଇ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଘଡ଼ଘଡ଼ି ମାରିବା ସହ ୩୦ରୁ...

odisha
ସୁନ୍ଦରଗଡ଼ରେ କରୋନା ସନ୍ଦିଗ୍ଧ, ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଜଣେ ଯୁବକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଯୁବକଙ୍କୁ ସନ୍ଦେହରେ ସମ୍ବଲପୁର ବୁର୍ଲା ବଡ଼ ମେଡ଼ିକାଲ୍‌ର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ହେମଗିରି ଅଞ୍ଚଳର ଏହି ଯୁବକ ଜଣକ ଦକ୍ଷିଣ କୋରିଆରେ ଚାକିରି କରୁଥିଲେ। ଗତ ୨୨...

odisha
ଟୋକନ୍‌ ସମସ୍ୟା ପଚାରିବା ପାଇଁ ଯାଇଥିଲେ, ଖାଇଲେ ଗୋଇଠା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଜଗନ୍ନାଥପୁର ସମବାୟ ସମିତି ଧାନ ମଣ୍ଡିରେ ଜଣେ ଚାଷୀଙ୍କୁ ଗୋଇଠା ମାଡ଼ ମରା ଯାଇଛି। ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଜଣେ ଚାଷୀଙ୍କୁ ସର୍ବ ସମ୍ମୁଖରେ ଅଶ୍ଲୀଳ ଭାଷା ସହ ଗୋଇଠା ମାରିଥିବା ନେଇ ସୋଶାଲ ମିଡିଆରେ ଏକ...

Lord Jagannath
ଓଡ଼ିଶା ସମେତ ମୋଟ୍‌ ୭ଟି ରାଜ୍ୟରେ ରହିଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଭୂ-ସଂପତ୍ତି

ଭୁବନେଶ୍ୱର: ଘରୋଇ ୟେସ୍ ବ୍ୟାଙ୍କରେ ଏବେ ବି ରହିଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ  ୫୪୫ କୋଟି ଟଙ୍କା। ବିଧାନସଭାରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତର ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦...

trump
ହାତରେ ଫାଉଡ଼ା ଧରି ଗଛରେ ମାଟି ଦେଲେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ଏହାସହ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ...

gold ornaments
ରେକର୍ଡ ସ୍ତରରେ ସୁନା ଦର

ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍‌କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୭ ବର୍ଷ...

odisha
ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ବୋମା ମାଡ଼, ଆକ୍ରମଣ

ପିପିଲି: ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି। ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଯୁବକଙ୍କ ନାଁ...

cloudy
ଦିନ ସାଢ଼େ ଗୋଟାଏ ଯାଏ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ୧୩ଟି ଜିଲ୍ଲାବାସୀଙ୍କୁ ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।...

Rajya Sabha
ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାର ୫୫ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ...

rainfall
୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଗତକାଲି ରାତିରୁ କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ଲାଗି ରହିଛି। ଏହାସହ ଉପକୂଳ ଜିଲ୍ଲା ଗୁଡ଼ିକରେ ମଧ୍ୟ ଝିପିଝିପି ବର୍ଷା ହେଉଥିବା ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟା ଯାଏ ଉପକୂଳ...

rainfall
ଦିନ ୧୧ଟା ୩୦ ଯାଏ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୭ ଜିଲ୍ଲାବାସୀଙ୍କୁ ଦିନ ୧୧ଟା ୩୦ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।...

caa protest
ଦିଲ୍ଲୀରେ CAA ହିଂସା: ୫ ମୃତ, ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟି ଜଣେ ପୁଲିସ୍‌ କର୍ମୀ ଓ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୋମବାର ଦିନ ହୋଇଥିବା ଏହି ହିଂସାକାଣ୍ଡ ଘଟଣାରେ ୧୦୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ସିଏଏକୁ...

odisha
ସ୍ୱାମୀ କାହାର ?

ଭୁବନେଶ୍ୱର: ଜଣେ ସ୍ୱାମୀ, ୨ ଜଣ ସ୍ତ୍ରୀ। ଜଣଙ୍କୁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି ଜଣେ ଯୁବକ। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା। କେନ୍ଦୁଝରର ଶଶାଙ୍କ...

lightning
ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ୧୨ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି...