Advertisment

Gang Rape in Koraput: ରାତିରେ ନାଟକ ଦେଖୁଥିଲେ, ନାବାଳିକାକୁ ଟେକିନେଲେ...

ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍‌ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍‌ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

author-image
Manoranjan Sial
Crime

Crime

ଚାଲିଥିଲା ଠାକୁରାଣୀ ଯାତ। ସେଥିପାଇଁ ଉତ୍ସବ ମୁଖର ହୋଇଥିଲା ଥିଲା ଗାଁ। ଆଉ ଖୁସିରେ ମାହୋଲ୍‌ ଭିତରେ ଗାଁରେ ଚାଲିଥିଲା ପୌରାଣୀକ ନାଟକ। ଠିକ୍‌ ସେତିକି ବେଳେ ୪ ଯୌନ ରାକ୍ଷସଙ୍କ ନଜର ପଡ଼ିଲା ନାବାଳିକାଙ୍କ ଉପରେ। ଆଉ ଜଳ ଗହଳୀ ଭିତରେ ନାବାଳିକାଙ୍କୁ ଉଠାଇ ନେଲେ ପାହାଡ଼ ଉପରକୁ। ତା’ପରେ ଜଣେ ପରେ ଜଣେ କରିଥିଲେ ଦୁଷ୍କର୍ମ! ଏପରି ନୃସଂଶ ଘଟଣା କୋରାପୁଟ୍‌ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ ଶନିବାର ଲକ୍ଷ୍ମୀପୁର ବ୍ଲକ୍‌ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଚାଲିଥିଲା ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା। ଏଥିପାଇଁ ଉତ୍ସବ ମୁଖର ହୋଇଥିଲା ପୂରା ଗାଁ। ଗହଳି ଚହଳିରେ ଫାଟି ପଡ଼ୁଥିଲା ଗ୍ରାମୀଣ ପରିବେଶ। ରାତିରେ ହୋଇଥିଲା ପୌରାଣୀକ ନାଟକ। ଆଉ ନାଟକ ଦେଖିବା ପାଇଁ ସାଥୀମାନଙ୍କ ସହିତ ନାବାଳିକ ପଦ୍ମା(ଛଦ୍ମନାମ) ଆସିଥିଲେ। ସମସ୍ତେ ଏକାଠୀ ବସି ନାଟକ ଦେଖୁଥିଲେ।

ତେବେ ବିଳମ୍ୱିତ ରାତିରେ ନାଟକ ଚାଲିଥିବା ବେଳେ ପଦ୍ମା ଷ୍ଟେଜ୍‌ଠାରୁ ଦୂରେଇ ଯାଇ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିଲେ। ଠିକ୍‌ ସେତିକିବେଳେ ୪ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ବଳପୂର୍ବକ ତାଙ୍କୁ ପାହାଡ଼ ଉପରକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୌଶଳ କରି ପୀଡ଼ିତା ସେମାନଙ୍କ କବଳରୁ ଖସି ଆସିଥିଲେ। ଆଉ ଏ ସମ୍ପର୍କରେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ୍‌ ଆଧାରରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

Advertisment

ପୀଡ଼ିତାଙ୍କ ବୟାନ୍‌ ଆଧାରରେ ପୋଲିସ୍‌ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ପରେ ୪ ଅଭିଯୁକ୍ତ ରାୟଗଡ଼ା ଜିଲ୍ଲା ଟିକିରୀ ଥାନା ତୁଳସୀ ଛପର ଗାଁର ନାଗେଶ୍ୱର ମାଝୀ, ଦେବ ମାଝୀ, ସୋନୁ ମାଝୀ ଓ ଅମିନ ମାଝୀଙ୍କୁ ସୋମବାର ରାତିରେ ଉଠାଇ ଆଣିଥିଲା ପୋଲିସ୍‌। ଆଜି ଦିନ ତମାମ ସେମାନଙ୍କୁ ଜେରା କରିଥିଲା। ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧାରୀ ଖରା

Koraput Minor Girl Rape Case
Advertisment
Advertisment