ରାଉରକେଲା: ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ପାଖ ଲାଇଙ୍ଗଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମ୍ର ଗତକାଲି ୧୧ଟି ଗେଟ୍ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଂଚଳରେ ପାଣି ପଶିବା...
ଭୁବନେଶ୍ୱର: ଛାତ୍ରଙ୍କୁ ୱାର୍ଡେନ୍ଙ୍କ ମାଡ଼ ଭଳି ନିନ୍ଦନୀୟ ଘଟଣା ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି। ୱାର୍ଡେନ୍ ଦୟନୀୟ ଭାବେ ଛାତ୍ର ଜଣକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଛାତ୍ର ଜଣକ କାକୁତିମିନତି ହେଲେ ମଧ୍ୟ ତାଙ୍କର ଏଥିପ୍ରତି ଦୟା ନାହିଁ। ଗୋଟିଏ ପରେ ଗୋଟିଏ...
ଝାରସୁଗୁଡ଼ା:ତିନି ଜଣଯାକ ସାଙ୍ଗ ଥିଲେ। କୌଣସି କଥାକୁ ନେଇ ବଚସା ହେବାରୁ ଦୁଇ ଜଣ ମିଶି ଅନ୍ୟ ଜଣେ ସାଙ୍ଗକୁ ଛାତରୁ ଠେଲି ହତ୍ୟା କରି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ...
ଭୁବନେଶ୍ୱର: ଆଜି ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ମୁଁ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା...
ଇସ୍ଲାମାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷା...
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ଅସିତ୍ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୬ ବ୍ୟାଚ୍ର ଆଇଏଏସ୍ ଶ୍ରୀ...
ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ବଢୁଛି। ତେଣୁ ଜଳଭଣ୍ଡାରର ଆଉ ୭ଟି ଗେଟକୁ ଆଜି ଖୋଲି ଦିଆଯାଇଛି। ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୭ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ...
ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ ଚୌଧୁରୀ କହିଛନ୍ତି। ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା କମ୍...
ମାଲକାନଗିରି: ଖୋଲିଲା ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର ଦୁଇଟି ଗେଟ୍। ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ଏଠାରେ ୧୪୯୨ ଫୁଟ୍ ଜଳ ରହିଛି। ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବାଲିମେଳା ଡ୍ୟାମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ...
ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ...
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର...
ହାଇଦ୍ରାବାଦ: ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଜବରଦସ୍ତ ଝଟକା! ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ ଟିଡିପି କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି ବିଜେପି କାର୍ଯ୍ୟକାରିଣୀ...
ଜୟପୁର: ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ସେ ରାଜସ୍ଥାନ ନିର୍ବାଚନ କମିଶନଙ୍କ ପାଖରୁ ସାର୍ଟିଫିକେଟ ଗ୍ରହଣ କରିବେ।...
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଇଚ୍ଛାନଦୀର ଜଳସ୍ତର ବଢ଼ିବା ସହ ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରାଉରକେଲା ସମେତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି...